Odisha Corruptions: ରାଜ୍ୟ ସରକାରଙ୍କ ମହାଦୁର୍ନୀତିର ହେବ ପର୍ଦ୍ଦାଫାସ, ନିଆଁ ଲଗାଇଲେ ଅପରାଜିତା ଷଡ଼ଙ୍ଗୀ!
Odisha Corruptions: ସାଧାରଣ ନିର୍ବାଚନ ପର ଠାରୁ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧ ବିଜେପି ମୁଦ୍ଦା ଖୁଜିଛି। କିନ୍ତୁ ବିଜେଡି ସରକାର ତାହାକୁ ଅତି ଚତୁରତାର ସହ ଭଣ୍ଡୁର କରିଦେଉଛି। ଏଭଳି ପରିସ୍ଥିତିରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଏକ ପ୍ରକାରର ସ୍ଥାଣୁ ପାଲଟି ଯାଇଛନ୍ତି। କିନ୍ତୁ ଏହାରି ଭିତରେ ଭୁବନେଶ୍ୱର ସାଂସଦ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି। ତେବେ ହଠାତ କାହିଁକି ସେ ସରକାରଙ୍କ ଉପରେ ଉଗ୍ର ହେଲେ ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।
ଭୁବନେଶ୍ୱର: ଲିଭିଥିବା ନିଆଁରେ ଘିଅ ଢାଲିଲେ ଅପରାଜିତା ଷଡ଼ଙ୍ଗୀ। ଦୀର୍ଘ ଦିନରୁ ଶୀଥିଳ ପଡିଥିବା ଖଣି ଦୁର୍ନୀତି ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ ଉଷ୍ମତା ଆଣିଛନ୍ତି। ଓଡ଼ିଶାରେ ହେଉଥିବା ଖଣି ଦୁର୍ନୀତି ନେଇ ଶେଷର ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁହଁ ଖୋଲିଛନ୍ତି। ଖଣିର ମାନକୁ କମାଇଦେଇ ସରକାର କୋଟି କୋଟି ଟଙ୍କା ଠକୁଥିବା ବିଜେପି ନେତ୍ରୀ ଅଭିଯୋଗ କରିଛନ୍ତି। ତେବେ ଅନେକ ସମୟ ଧରି ରାଜ୍ୟ ସରକାରଙ୍କ ଉପରେ ନରମ ଥିବା ଅପରାଜିତା କିଭଳି ଗରମ ହୋଇଗଲେ, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି।
ବିଜେପି ଟିକଟରେ ଭୁବନେଶ୍ୱରରୁ ସାଂସଦ ହେବା ପରଠାରୁ ଅପରାଜିତା ଷଡଙ୍ଗୀ, ସରକାରଙ୍କ ଉପରେ ନରମ ସ୍ୱଭାବ ଦେଖାଇଛନ୍ତି। ପରୀ ହତ୍ୟାକାଣ୍ଡ ହେଉ କିମ୍ବା ଶ୍ରୀମନ୍ଦିର କରିଡର ପ୍ରକଳ୍ପ ମାମଲା ସୁବୁଠି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ସରକାରଙ୍କୁ ଘେରିଛନ୍ତି। କିନ୍ତୁ ବିରୋଧି ହିସାବରେ ଯେତିକି ଆକ୍ରାମକ ହେବା କଥା ତାହା ଦେଖିବାକୁ ମିଳିନାହିଁ। କିନ୍ତୁ ପୁରୀରେ ତାଙ୍କ ଗାଡିକୁ ଅଧ ବାଟରେ ଅଟକାଇ ଦିଆ ଗଲା। ସେ ଚାଲିଚାଲି ଶ୍ରୀମନ୍ଦିର ଗଲେ, ଫେରିଲା ବେଳେ ସରକାରଙ୍କୁ ସମାଲୋଚନା ମଧ୍ୟ କଲେ। କିନ୍ତୁ ଏହି ପସଙ୍ଗ ମଧ୍ୟ ଥଣ୍ଡା ପଡିଗଲା। କିନ୍ତୁ ଏବେ ସେ ଆକ୍ଟିଭ୍ ମୁଡକୁ ଫେରିଛନ୍ତି। ଯେଉଁ ପ୍ରସଙ୍ଗ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ପରି କେନ୍ଦ୍ରମନ୍ତ୍ରୀ ଓ ପ୍ରତାପ ଷଡଙ୍ଗୀ, ସମୀର ମହାନ୍ତି ପରି ନେତା ହାତ ମାରିବାକୁ ପଛାଉଛନ୍ତି, ସେହି ପଷଙ୍ଗକୁ ଏବେ ଅପରାଜିତା ନିଜର ଅସ୍ତ୍ର କରିଛନ୍ତି।
Also Read: Naveen Patnaik Visits Mumbai: ପୁଞ୍ଜି ଯୋଗାଡ଼ ପାଇଁ ମଙ୍ଗଳବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ
ସାଧାରଣ ନିର୍ବାଚନ ପର ଠାରୁ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧ ବିଜେପି ମୁଦ୍ଦା ଖୁଜିଛି। କିନ୍ତୁ ବିଜେଡି ସରକାର ତାହାକୁ ଅତି ଚତୁରତାର ସହ ଭଣ୍ଡୁର କରିଦେଉଛି। ଏଭଳି ପରିସ୍ଥିତିରେ ରାଜ୍ୟ ବିଜେପିର ବରିଷ୍ଠ ନେତା ଏକ ପ୍ରକାରର ସ୍ଥାଣୁ ପାଲଟି ଯାଇଛନ୍ତି। କିନ୍ତୁ ଏହାରି ଭିତରେ ଭୁବନେଶ୍ୱର ସାଂସଦ ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି। ତେବେ ହଠାତ କାହିଁକି ସେ ସରକାରଙ୍କ ଉପରେ ଉଗ୍ର ହେଲେ ତାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। କୁହାଯାଉଛି ଯେ, ନବୀନ ସରକାରର ଲୋକପ୍ରିୟତା ଆଗରେ ବିଜେପି ଫିକା ପଡିଛି। ପୂର୍ବଭଳି ନିଜ ଅଞ୍ଚଳରେ ଭୁବନେଶ୍ୱର ସାଂସଦଙ୍କ ଦବଦବା ଆଉ ନାହିଁ। ଦଳୀୟ କନ୍ଦଳ ମଧ୍ୟରେ ସେ ଏକ ପ୍ରକାରର ଏକ ଘରିଆ ହୋଇଗଲେଣି। ତେଣୁ ସରକାରକୁ ଟାର୍ଗେଟ କରି ନିଜର ଉପସ୍ଥିତି ଜାହିର କରିବାକୁ ଚାହୁଁଛନ୍ତି।
ଭୁବନେଶ୍ୱର ସାଂସଦ କହିଛନ୍ତି, ଖଣିର ମାନକୁ କମାଇଦେଇ ସରକାର କୋଟି କୋଟି ଟଙ୍କା ଠକୁଛନ୍ତି। ଖଣିର ଯଦି ଅନିୟମିତତା ହେଉନଥାନ୍ତା ଆଜି ଓଡିଶା ଦେଶରେ ଧନୀ ରାଜ୍ୟରେ ପରିଗଣିତ ହୋଇଥାନ୍ତା। ରାଜ୍ୟର ଖଣି କ୍ଷେତ୍ରରେ ହେଉଥିବା ଦୁର୍ନୀତିକୁ ଲୋକମାନେ ଜାଣିଛନ୍ତି। ଏହି ଦୁର୍ନୀତି ରୋକିବାକୁ କେନ୍ଦ୍ର ସରକାର ସାହା କମିଶନ ଗଠନ କରିଥିଲେ। ଶାହ କମିଶନ ଖଣି ଦୁର୍ନୀତିକୁ ନେଇ ବିସ୍ଫୋରକ ତଥ୍ୟ ଦେଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଶୂନ ରହିଛି। ସରକାର ଯଦି ସେଇ ରିପୋର୍ଟର ଅନୁସାରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତେ ଆଜି ଓଡିଶା ଦେଶରେ ଅଗ୍ରଣୀ ରାଜ୍ୟ ହୋଇଥାନ୍ତା। କିନ୍ତୁ ସରକାର ଏହାକୁ କରିପାରୁନାହାନ୍ତି, ଯେଉଁଥିପାଇଁ ଆଜି ଆମେ ଗରିବ ହେଇ ରହିଯାଇଛୁ।' ଯେତେ ଘରୋଇ ଖଣିରେ ଆଇରନ ବାହାରୁଛି ତାକୁ ଜାଣିଶୁଣି ନିମ୍ନମାନର କରିଦିଆଯାଉଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଭିଯୋଗ କରିଛନ୍ତି।
Also Read: BJP Mission 24: ଓଡ଼ିଶା ଗସ୍ତରେ ମୋଦିଙ୍କ 'ସପ୍ତଋଷି', ନବୀନଙ୍କୁ ଘେରିବାକୁ ପ୍ରସ୍ତୁତ କରିବେ...
ସେ ପୁଣି କହିଛନ୍ତି, '୧୯୫୭ର ଧାରା ୮କ(୬) ଅନୁଯାୟୀ କେନ୍ଦ୍ର ସରକାର ଏ ବିଷୟରେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି। ୩୧ ମାର୍ଚ୍ଚ ୨୦୨୦ରେ ୨୦ଟି ଘରୋଇ ଖଣିକୁ ନିଲାମ କରାଯାଇଥିଲା। ୯୧%-୧୫୪% ASP(ଆଭରେଜ ସେଲ ପ୍ରାଇସ)ରେ ଏହି ୨୦ ମୁଖ୍ୟ ମାଇନ୍ସର ନିଲାମ ହୋଇଛି। ୨୦୨୧-୨୨ରେ ହଠାତ ଉଚ୍ଚମାନର ଆଇରନ କମିଯାଇ ନିମ୍ନମାନର ହୋଇଗଲା। ଏହି ଅନିୟମିତତା ପାଇଁ ଉଚ୍ଚମାନର ଆଇରନ ଓର କମିବାରୁ ଏକ ଲକ୍ଷ ଟନ ପିଛା ୪୧ କୋଟିର କ୍ଷତି ହୋଇଛି। ଫଳରେ ରାଜ୍ୟ ସରକାରଙ୍କୁ ଯାଉଥିବା ରେଭେନ୍ୟୁ କମିଗଲା। ଯାହା ଲୋକଙ୍କ କାମରେ ଆସିଥାନ୍ତା ଆଜି ତାହା କିଛି ଲୋକଙ୍କୁ ପକେଟରେ ରହିଗଲା। ୨୦୧୯-୨୦ରୁ ୨୦୨୧-୨୨ ଭିତରେ ୯୨୭୪ କୋଟି ଟଙ୍କା ଖଣିରୁ ଆଦାୟ ହୋଇଥିବାବେଳେ ୫୭୩୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ତେବେ ଆଉ ୩୫୩୭ କୋଟି ଟଙ୍କାର ହିସାବ କୁଆଡେ ଗଲା?'
ସେପଟେ ଅପରାଜିତାଙ୍କ ଅଭିଯୋଗ ପରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ଯଦି ଆଗାମୀ ଦିନରେ ଅପରାଜିତାଙ୍କ ସହ ମଳିତ ଭାବେ ବିଜେପି ଏହାକୁ ମୁଦ୍ଦା ଉଠାଏ, ତେବେ ସରକାର ଏକ ପ୍ରକାରର କାଠକଡାକୁ ଟାଣା ହୋଇ ପାରନ୍ତି। ଆଉ ମାମଲାର ତଦନ୍ତ ହେଲେ କ୍ଷୀରକୁ କ୍ଷୀର ଓ ପାଣିକୁ ପାଣି ହୋଇଯିବ। ଯଦି ଖଣି ଦୁର୍ନୀତି ମାମଲା ସତ ପ୍ରମାଣିତ ହୁଏ ତେବେ ଆଗାମୀ ସାଧାରଣ ନିର୍ବାଚନରେ ଏହାର ଜୋରଦାର ପ୍ରଭାବ ପଡିବ। ଯାହାର ଫାଇଦା ବିଜେପି ଉଠାଇବ ବୋଲି କୁହାଯାଉଛି।