BJP Mission 24: ଓଡ଼ିଶା ଗସ୍ତରେ ମୋଦିଙ୍କ 'ସପ୍ତଋଷି', ନବୀନଙ୍କୁ ଘେରିବାକୁ ପ୍ରସ୍ତୁତ କରିବେ ରଣନୀତି
Advertisement

BJP Mission 24: ଓଡ଼ିଶା ଗସ୍ତରେ ମୋଦିଙ୍କ 'ସପ୍ତଋଷି', ନବୀନଙ୍କୁ ଘେରିବାକୁ ପ୍ରସ୍ତୁତ କରିବେ ରଣନୀତି

BJP Mission 24: ଜାତୀୟ ରାଜନୀତିରେ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୧୯ ସାଧାରଣ ନିର୍ବାଚନ ଠାରୁ ବିଜେପି ଟାର୍ଗେଟରେ ଓଡିଶା ରହିଛି। ଆଉ ଦଳ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି। ଦିନେ ତୃତୀୟ ସ୍ଥାନରେ ଥିବା ବିଜେପି ଏବେ ଓଡିଶା ବିଧାନସଭାରେ ବିରୋଧି ଦଳର ମାନ୍ୟତା ପାଇଛି। କିନ୍ତୁ ଏବେ ମଧ୍ୟ ଦଳ ମଧ୍ୟରେ କେଉଁଠି ନା କେଉଁଠି ଫାଟ ରହିଛି। 

BJP Mission 24: ଓଡ଼ିଶା ଗସ୍ତରେ ମୋଦିଙ୍କ 'ସପ୍ତଋଷି', ନବୀନଙ୍କୁ ଘେରିବାକୁ ପ୍ରସ୍ତୁତ କରିବେ ରଣନୀତି

BJP Mission 24, ଭୁବନେଶ୍ୱର: ବାଜିଲାଣି ୨୦୨୪ ବିଗୁଲ। ଓଡିଶା ରାଜନୀତିରେ ଆରମ୍ଭ ହେଲା ଅଘୋଷିତ ଯୁଦ୍ଧ। ଅପରାଜିତ ନବୀନ ସରକାରକୁ ଘେରିବାକୁ କେନ୍ଦ୍ର ଆସୁଛନ୍ତି ମୋଦିଙ୍କ 'ସପ୍ତଋଷି'। ଦୁଇ ଦିନରେ ଓଡିଶା ଗସ୍ତରେ ଆସୁଛନ୍ତି ସାତ ଜଣ କେନ୍ଦ୍ରମନ୍ତ୍ରୀ। ତିନି ଜଣ ମନ୍ତ୍ରୀ ଭୁବନେଶ୍ୱର ପହଞ୍ଚି ଚାଲିଥିବା ବେଳେ ଶୁକ୍ରବାର ସନ୍ଧ୍ୟାରେ ଆଉ ତିନି ଜଣ ପହଞ୍ଚିବେ। ଶନିବାର ଆଉ ଜଣେ କେନ୍ଦ୍ରମନ୍ତ୍ରୀ ଓଡିଶା ଆସିବେ ବୋଲି ସୂଚନା ମିଳିଛି। ତେବେ ମୋଦିଙ୍କ ସାତ ମନ୍ତ୍ରୀ ବିଭିନ୍ନ ଜିଲ୍ଲା ଓ ସଂସଦୀୟ କ୍ଷେତ୍ରରେ ବିଜେପିକୁ ମଜଭୁତ କରିବାର ଗୁରୁମନ୍ତ୍ର ହେବେ।

ଜାତୀୟ ରାଜନୀତିରେ ଓଡିଶାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ୨୦୧୯ ସାଧାରଣ ନିର୍ବାଚନ ଠାରୁ ବିଜେପି ଟାର୍ଗେଟରେ ଓଡିଶା ରହିଛି। ଆଉ ଦଳ କିଛି ମାତ୍ରାରେ ସଫଳ ମଧ୍ୟ ହୋଇଛି। ଦିନେ ତୃତୀୟ ସ୍ଥାନରେ ଥିବା ବିଜେପି ଏବେ ଓଡିଶା ବିଧାନସଭାରେ ବିରୋଧି ଦଳର ମାନ୍ୟତା ପାଇଛି। କିନ୍ତୁ ଏବେ ମଧ୍ୟ ଦଳ ମଧ୍ୟରେ କେଉଁଠି ନା କେଉଁଠି ଫାଟ ରହିଛି। ଯହାକୁ ଭରିବା ପାଇଁ ରାଜ୍ୟକୁ କେନ୍ଦ୍ରୀୟ ନେତାଙ୍କ ସୁଅ ଛୁଟୁଛି। ଦୁଇ ଦିନ ତଳେ ବିଜେପିର ଓଡିଶା ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ୱର ଆସିଥିଲେ। ଆଉ ଆସନ୍ତା ଦୁଇ ଦିନରେ ୭ ଜଣ କେନ୍ଦ୍ରମନ୍ତ୍ରୀ ଓଡିଶା ଗସ୍ତ କରିବେ। 

ଶୁକ୍ରବାର ଅପରାହ୍ନ ସୁଦ୍ଧା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜ୍ଜୁନ ମୁଣ୍ଡା, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଭୁବନେଶ୍ୱର ପହଞ୍ଚିଛନ୍ତି। ରାତି ସୁଦ୍ଧା କେନ୍ଦ୍ର ଶ୍ରମ ଓ ନିୟୋଜନ, ଜଙ୍ଗଲ ପରିବେଶ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ, କେନ୍ଦ୍ର ଖାଉଟି ବ୍ୟପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଓ ଜଳ ଶକ୍ତି ତଥା ଆଦିବାସୀ ରାଷ୍ଟ୍ରମନ୍ତ୍ରୀ ହୋଇଛନ୍ତି ବିଶେଶ୍ବର ଟୁଡୁ ଓଡିଶା ପହଞ୍ଚିବେ। ସେହିପରି ଶନିବାର କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ରାଷ୍ଟ୍ରମନ୍ତ୍ରୀ ନିଶିଥ ପାରମାଣିକ ଓଡିଶା ଗସ୍ତ କରିବେ।

Also Read: ନବୀନ ପଟ୍ଟନାୟକଙ୍କୁ ବଦନାମ କରିବାକୁ ଚାଲିଛି ଷଡଯନ୍ତ୍ର, ବିଜେଡିରେ ମାତିଛନ୍ତି ଗୃହଭେଦୀ ବିଭୀଷଣ!

କେନ୍ଦ୍ରମନ୍ତ୍ରୀ ନିଶିଥ ପାରମାଣିକ- କେନ୍ଦ୍ରାପଡ଼ା ଯାଇ ଦଳୀୟ ସଂଗଠନ କଥା ବୁଝିବେ।

କେନ୍ଦ୍ରମନ୍ତ୍ରୀ ମନ୍ତ୍ରୀ ଅର୍ଜୁନ ମୁଣ୍ଡା- ଜିଲ୍ଲା ପ୍ରଶାସନ ଜିଲ୍ଲାପାଳଙ୍କ ସହ କେନ୍ଦ୍ରୀୟ ଯୋଜନା ସମ୍ପର୍କରେ ଆଲୋଚନା କାର୍ଯ୍ୟକ୍ରମ। 

କେନ୍ଦ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ- କଟକ ସଂସଦୀୟ କ୍ଷେତ୍ରରେ ଦଳୀୟ ସାଙ୍ଗଠନିକ ସମୀକ୍ଷା କରିବେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ- ଭୁବନେଶ୍ୱରରେ ଦଳର ସାଙ୍ଗଠନିକ ସ୍ଥିତିର ସମୀକ୍ଷା କରିବେ।

କେନ୍ଦ୍ରମନ୍ତ୍ରୀ ଭୁପେନ୍ଦ୍ର ଯାଦବ- ଭୁବବେଶ୍ୱର ଓ ପୁରୀର ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହେବେ। 

କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁକେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ମଧ୍ୟ ବିଜେପି ପକ୍ଷରୁ ଆୟୋଜିତ ଏକାଧିକ କାର୍ଯ୍ୟକ୍ରମରେ ଯୋଗ ଦେବେ।

କିଛିଦିନ ଧରି ଶିଥିଳ ପଡିଥିବା ରାଜ୍ୟ ରାଜନୀତି ଅଚାନକ୍ ଉଷ୍ପତା ଫେରିଛି। ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ସବୁ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତି ଚଳାଇଛନ୍ତି। ବିଜେପି ତାର ଜିଲ୍ଲା ପର୍ଯ୍ୟବେକ୍ଷକ ଓ ସଭାପତିମାନଙ୍କୁ ନେଇ ରୋଡ୍ ମ୍ୟାପ୍ ତିଆରି କରୁଛି। କିଛି ଦିନ ତଳେ ବିଜେପି କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ ଦୁଇ ଦିନିଆ ଓଡିଶା ଗସ୍ତରେ ଆସିଥିଲେ। ସେ ଦଳୀୟ ନେତା ଓ କର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହାପରେ ମୁଖ୍ୟତଃ ବୁଥ୍ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ସେପଟେ ସେପ୍ଟେମ୍ବର ୨୯ ଓ ୩୦ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି। ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ମୋଦିଙ୍କ 'ସପ୍ତଋଷି' ରାଜ୍ୟର ଦଳୀୟ ନେତାଙ୍କୁ ଗୁରୁମନ୍ତ୍ର ଦେବେ ବୋଲି ଚର୍ଚ୍ଚା ହେଉଛି।