Naveen Patnaik Visits Mumbai: ପୁଞ୍ଜି ଯୋଗାଡ଼ ପାଇଁ ମଙ୍ଗଳବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ, ତିନି ଦିନରେ ରହିଛି ଏହି ସବୁ କାର୍ଯ୍ୟକ୍ରମ
Advertisement
Article Detail0/zeeodisha/odisha1346511

Naveen Patnaik Visits Mumbai: ପୁଞ୍ଜି ଯୋଗାଡ଼ ପାଇଁ ମଙ୍ଗଳବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ, ତିନି ଦିନରେ ରହିଛି ଏହି ସବୁ କାର୍ଯ୍ୟକ୍ରମ

Naveen Patnaik Visits Mumbai: ମେକ ଇନ ଓଡ଼ିଶାର-୨୦୨୨ (Make In Odisha)କୁ ସଫଳ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଓଡ଼ିଶାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ କଣ କ'ଣ ସୁଯୋଗ ରହିଛି ସେ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଶିଳ୍ପପତିଙ୍କୁ ଅବଗତ କରାଉଛନ୍ତି। ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ୱରରେ 'ମେକ୍ ଇନ୍ ଓଡ଼ିଶା-୨୦୨୨' କନକ୍ଲେଭ୍ ଅନୁଷ୍ଠିତ ହେବ। 

Naveen Patnaik Visits Mumbai: ପୁଞ୍ଜି ଯୋଗାଡ଼ ପାଇଁ ମଙ୍ଗଳବାର ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ, ତିନି ଦିନରେ ରହିଛି ଏହି ସବୁ କାର୍ଯ୍ୟକ୍ରମ

Naveen Patnaik Visits Mumbai, ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯିବେ। 'ମେକ୍ ଇନ୍ ଓଡ଼ିଶା-୨୦୨୨' କନକ୍ଲେଭ୍ ପୂର୍ବରୁ ମୁମ୍ବାଇରେ 'ଓଡ଼ିଶା ଇନଭେଷ୍ଟର୍ସ ମିଟ' ଅନୁଷ୍ଠିତ ହେବ। ସେପ୍ଟେମ୍ବର ୧୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସେଠାରେ ନିବେଶକଙ୍କୁ ଭେଟିବ। ଏଥିପାଇଁ ଶନିବାର ମୁଖ୍ୟ ସଚିବଙ୍କ ନେତୃତ୍ୱରେ ଶିଳ୍ପ ବିଭାଗର ଅଧିକାରୀମାନେ ମୁମ୍ବାଇ ଯାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି। ମୁମ୍ବାଇ ଗସ୍ତ ବେଳେ ମୁଖ୍ୟମନ୍ତ୍ରୀ ରୋଡ ଶୋ ମଧ୍ୟ କରିବେ ବୋଲି ବିଜେଡି ବିଧାୟକ ଶଶୀଭୂଷଣ ବେହେରା ସୂଚନା ଦେଇଛନ୍ତି।

ମେକ ଇନ ଓଡ଼ିଶାର-୨୦୨୨ (Make In Odisha)କୁ ସଫଳ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଓଡ଼ିଶାରେ ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ କରିବା ପାଇଁ କଣ କ'ଣ ସୁଯୋଗ ରହିଛି ସେ ବାବଦରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଶିଳ୍ପପତିଙ୍କୁ ଅବଗତ କରାଉଛନ୍ତି। ଚଳିତ ବର୍ଷ ନଭେମ୍ବର ୩୦ ତାରିଖରୁ ଡିସେମ୍ବର ୪ ଯାଏଁ ଭୁବନେଶ୍ୱରରେ 'ମେକ୍ ଇନ୍ ଓଡ଼ିଶା-୨୦୨୨' କନକ୍ଲେଭ୍ ଅନୁଷ୍ଠିତ ହେବ। କିନ୍ତୁ ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ପ୍ରଥମେ ଦୁବାଇ, ତାପରେ ଦିଲ୍ଲୀ ଗସ୍ତ କରିଥିବା ବେଳେ ଏବେ ମୁମ୍ବାଇ ଯିବେ। ଦୁବାଇରେ ଶିଳ୍ପପତି ଓ ଦିଲ୍ଲୀ ସମ୍ମିଳନୀରେ ୩୦ ଦେଶର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରିଥିଲେ। ତେବେ ଉଭୟ ଆଲୋଚନା ବେଶ ଉତ୍ସାହଜନକ ରହିଥିବା ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ପରବର୍ତ୍ତୀ ସମୟରେ କୋଲକାତା, ବାଙ୍ଗାଲୁରୁ, ଚେନ୍ନାଇରେ ଓଡିଶା ଇନଭେଷ୍ଟର ମିଟ୍‌ ହେବ ଜଣାପଡିଛି। 

Also Read: Contractual Employees Protest: ଆଜି ମହାସଙ୍ଘର ମହାଆନ୍ଦୋଳନ, ୪୦୦୦୦ ଠିକା କର୍ମଚାରୀ ଘେରିବେ..

ନଭେମ୍ୱରରେ 'ମେକ୍‍ ଇନ୍‍ ଓଡ଼ିଶା-୨୦୨୨' କନକ୍ଲେଭ୍‍ ହେବାକୁ ଯାଉଛି। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 'ଓଡ଼ିଶା ଇନଭେଷ୍ଟର୍ସ ମିଟ'ରେ ଯୋଗ ଦେବାପାଇଁ ମୁମ୍ବାଇ ଗସ୍ତ କରୁଛନ୍ତି। ଏହି ସମ୍ମିଳନୀକୁ ନିବେଶକମାନଙ୍କୁ ନିମନ୍ତ୍ରଣ କରିବା ସହ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଥିବା ପୁଞ୍ଜିନିବେଶ ସୁଯୋଗର ପ୍ରଚାରପ୍ରସାର କରିବେ। ୧୩ ତାରିଖରେ ତାଙ୍କର ୩ ଦିନିଆ ମୁମ୍ୱାଇ ଗସ୍ତ କାର୍ଯ୍ୟକ୍ରମ ଅଛି। ୧୪ ତାରିଖ ସନ୍ଧ୍ୟା ସାଢ଼େ ୬ଟାରେ ମୁମ୍ୱଇର ନରିମନ୍‍ ପଏଣ୍ଟରେ ଥିବା ହୋଟେଲ ଟ୍ରାଇଡେଣ୍ଟରେ 'ଓଡ଼ିଶା ଇନଭେଷ୍ଟର୍ସ ମିଟ୍‍' ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବରିଷ୍ଠ ଅଧିକାରୀ ଓ ଫିକି ପଦାଧିକାରୀମାନେ ସାମିଲ ହେବା ସହ ନିବେଶକମାନଙ୍କ ସହ ଆଲୋଚନା କରିବେ।

ସମସ୍ତ କାର୍ଯ୍ୟକ୍ରମ ଶେଷ କରି ମୁଖ୍ୟମନ୍ତ୍ରୀ ସେପ୍ଟେମ୍ବର ୧୫ ତାରିଖରେ ଓଡ଼ିଶା ଫେରିବେ। କିନ୍ତୁ ଓଡିଶା ଆସିବା ପୂର୍ବରୁ ମୁମ୍ବାଇରେ ମୁଖ୍ୟମନ୍ତ୍ରୀ ଏକ ରୋଡ ଶୋ କରିପାରନ୍ତି। ବିଜେଡି ବିଧାୟକ ଶଶୀଭୂଷଣ ବେହେରାଙ୍କ କହିବା ଅନୁସାରେ, ଆସନ୍ତା ୧୪ ତାରିଖରେ ମୁମ୍ବାଇରେ ମେକ ଇନ୍‌ ଓଡ଼ିଶାକୁ ନେଇ ରାଜ୍ୟ ସରକାର ଏକ ରୋଡ଼ ଶୋ ଆୟୋଜନ କରିଛନ୍ତି। ଏନେଇ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀମାନେ ମୁମ୍ବାଇ ଗସ୍ତରେ ଯାଇଛନ୍ତି। ସେମାନେ ରୋଡ଼ ଶୋ ପ୍ରସ୍ତୁତିର ସମୀକ୍ଷା ସହ ତଦାରଖ କରିବେ। ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହି ଟିମର ନେତୃତ୍ୱ ନେଇଛନ୍ତି। 

Also Read: BJP Mission 24: ଓଡ଼ିଶା ଗସ୍ତରେ ମୋଦିଙ୍କ 'ସପ୍ତଋଷି', ନବୀନଙ୍କୁ ଘେରିବାକୁ ପ୍ରସ୍ତୁତ କରିବେ ରଣନୀତି

ସୂଚନାଯୋଗ୍ୟ, ୨୦୧୬ରେ ହୋଇଥିବା ମେକ୍‍ ଇନ୍‍ ଓଡ଼ିଶା କନ୍‍କ୍ଲେଭ ଦ୍ୱାରା ୨ ଲକ୍ଷ କୋଟି ଟଙ୍କାର ନିବେଶ ରାଜ୍ୟକୁ ଆସିଥିଲା। ୨୦୧୮ରେ ଏହା ୪ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶର ସୁଯୋଗ ସୃଷ୍ଟି କରିଥିଲା। ୨ଟି କନକ୍ଲେଭରେ ଯଥାକ୍ରମେ ୧୮,୫୦୦ ଏବଂ ୪୫,୦୦୦ ଅଂଶଗ୍ରହଣକାରୀ ଉପସ୍ଥିତ ଥିଲେ। ନୂଆଦିଲ୍ଲୀ ସମ୍ମିଳନୀରେ ଆମେରିକା, ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ, ବେଲଜିୟମ, ଇଟାଲି, ୟୁଏଇ, ସାଉଦି ଆରବ, କାତାର, ଓମାନ, ବାହାରିନ୍‍, ଦକ୍ଷିଣ କୋରିଆ,ସିଙ୍ଗାପୁର ଓ ଜାପାନର ପ୍ରତିନିଧିମାନଙ୍କ ସହ ଆଲୋଚନା କରାଯାଇଛି।