Odisha Election 2024: ବହୁ ପ୍ରତୀକ୍ଷା ପରେ ଆଜି ଜଗତସିଂହପୁର ଜିଲ୍ଲା ''ବାଲିକୁଦା-ଏରସମା'' ନିର୍ବାଚନ ମଣ୍ଡଳୀରୁ ବିଜେଡି ତାର ବିଧାୟକ ପ୍ରାର୍ଥୀ ଘୋଷଣା କରିଛି । ଦଳ ସାରଦା ପ୍ରସନ୍ନ ଜେନାଙ୍କ ଉପରେ ଭରସା କରି ତାଙ୍କ ନାମରେ ମୋହର ମାରିଛି । ସାରଦା ଜେନା ଦୀର୍ଘ ୩୦ ବର୍ଷ କାଳ ତୃଣମୂଳ ସ୍ଥର ରୁ ରାଜନୀତି ସହିତ ଜଡିତ ରହି ଆସିଛନ୍ତି । ସେ ଏବେ ବିଜେଡିର ରାଜ୍ୟ ସମ୍ପାଦକ ରହିଛନ୍ତି । ଏକାଧିକ ଥର ସେ ଏରସମାରୁ ଜିଲ୍ଲା ପରିଷଦ ସଭ୍ୟ ଭାବରେ ନିର୍ବାଚିତ ହୋଇ ଆସିବା ସହ ଦଳୀୟ ସଂଗଠନ କୁ ସୁଦୃଢ଼ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛନ୍ତି । ୨୦୧୯ରେ ବାଲିକୁଦା-ଏରସମାରୁ ରଘୁନନ୍ଦନ ଦାସ ବହୁ ଭୋଟରେ ଜିତିବା ପରେ ତାଙ୍କୁ ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ମିଳିଥିଲା। ହେଲେ ୨୦୨୪ରେ ତାଙ୍କ ଟିକେଟ୍ କାଟି ଦଳ ସାରଦା ଜେନାଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ତାଙ୍କ ନାମ ଘୋଷଣା କରାଯାଇଛି।


COMMERCIAL BREAK
SCROLL TO CONTINUE READING

ALSO READ: Arup Pattnaik: ଅସୁସ୍ଥତାକୁ ନେଇ କଣ କହିଲେ ଅରୁପ, ପଢନ୍ତୁ ପୂରା ରିପୋର୍ଟ


ALSO READ: Amitabh Bachchan: ଅଯୋଧ୍ୟା ପରେ ଆଲିବାଗରେ ବିଗ ବି କିଣିଲେ ଏତିକି କୋଟିର ସମ୍ପତ୍ତି