Advertisement
Article Detail0/zeeodisha/odisha2216409
Zee OdishaOdisha PoliticsArup Pattnaik: ଅସୁସ୍ଥତାକୁ ନେଇ କଣ କହିଲେ ଅରୁପ, ପଢନ୍ତୁ ପୂରା ରିପୋର୍ଟ

Arup Pattnaik: ଅସୁସ୍ଥତାକୁ ନେଇ କଣ କହିଲେ ଅରୁପ, ପଢନ୍ତୁ ପୂରା ରିପୋର୍ଟ

ଉତରା ଛକରୁ ପୁରୀ ଅଭିମୁଖେ ଶୋଭାଯାତ୍ରା ଚାଲିଥିବା ବେଳେ ଅରୂପ ଅସୁସ୍ଥ ହୋଇପଡିଛନ୍ତି। ଅରୂପ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଅନ୍ତିମ ଥର ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଅରୁପ ପଟ୍ଟନାୟକ ପରାଜିତ ହୋଇଥିଲେ। ଚଳିତଥର ପୁରୀରୁ ପ୍ରାର୍ଥୀ ହୋଇଛନ୍ତି।

Arup Pattnaik: ଅସୁସ୍ଥତାକୁ ନେଇ କଣ କହିଲେ ଅରୁପ, ପଢନ୍ତୁ ପୂରା ରିପୋର୍ଟ

Arup Pattnaik: ଭୁବନେଶ୍ୱର: ପୁରୀ ଲୋକସଭା ଆସନ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ଅରୂପ ପଟ୍ଟନାୟକ ପିପିଲିରେ ପ୍ରଚାର କରୁଥିବା ବେଳେ ଅସୁସ୍ଥ ହୋଇପଡିଛନ୍ତି। ରାଲି ସମୟରେ ତାଙ୍କ ସହ ପିପିଲି ବିଧାନସଭା ପାଇଁ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀ ମଧ୍ୟ ଉପସ୍ଥିତ ଥିଲେ। ପ୍ରବଳ ଗରମ ଏବଂ ଆର୍ଦ୍ରତା ତାଙ୍କ ହଠାତ୍ ଅସୁସ୍ଥତାର ସମ୍ଭାବ୍ୟ କାରଣ ବୋଲି କୁହାଯାଇଛି। ଏନେଇ ଅସୁସ୍ଥତା ସମ୍ପର୍କରେ ନିଜେ ଅରୂପ ପଟ୍ଟନାୟକ କହିଛନ୍ତି। ଅରୂପ କହିଛନ୍ତି ଏକ ରାଲିରେ ଯାଉଥିବା ସମୟରେ ସେ ଅସୁସ୍ଥ ହୋଇ ପଡିଥିଲେ। ଶ୍ରୀ ପଟ୍ଟନାୟକଙ୍କ ଅସୁସ୍ଥତା ସମ୍ପର୍କରେ ନିକଟରେ ଥିବା ଅନ୍ୟ ସହଯୋଗୀମାନେ ଅନୁଭବ କରିଥିଲେ। ଫଳରେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି ଡାକ୍ତରଙ୍କ ପରାମର୍ଶ କ୍ରମେ ଆଜି ରାଲିକୁ ବାତିଲ କରିଦିଆଯାଇଛି। ତେବେ ଚିକିତ୍ସା ପରେ ତାଙ୍କୁ ବିଶ୍ରାମ ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଡାକ୍ତରଙ୍କ ପରାମର୍ଶ କ୍ରମେ ସେ ବିଶ୍ରାମ ନେଉଥିବା ନେଇ ଶ୍ରୀ ପଟ୍ଟନାୟକ କହିଛନ୍ତି। 

 

ଏଠାରେ କହି ରଖୁ କି ଉତରା ଛକରୁ ପୁରୀ ଅଭିମୁଖେ ଶୋଭାଯାତ୍ରା ଚାଲିଥିବା ବେଳେ ଅରୂପ ଅସୁସ୍ଥ ହୋଇପଡିଛନ୍ତି। ଅରୂପ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଅନ୍ତିମ ଥର ଭୁବନେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଅରୁପ ପଟ୍ଟନାୟକ ପରାଜିତ ହୋଇଥିଲେ। ଚଳିତଥର ପୁରୀରୁ ପ୍ରାର୍ଥୀ ହୋଇଛନ୍ତି।

About the Author