Padampur ByPoll: ଆସିଲା ପଦ୍ମପରୁ ଉପନିର୍ବାଚନ ଫଳାଫଳ । ବିଜେଡି଼ ପ୍ରାର୍ଥୀନି ବର୍ଷା ସିଂ ବରିହା ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୪୧,୯୪୬ ଭୋଟରେ ପରାସ୍ତ କରିଛନ୍ତି । ଗଣତି ଆରମ୍ଭରୁ ପ୍ରଦୀପ ପୁରୋହିତ ଆଗରେ ଥିଲେ ମଧ୍ୟ ପଞ୍ଚମ ରାଉଣ୍ଡ ବେଳକୁ ଖେଳ ଓଲଟି ଯାଇଥିଲା । ପଞ୍ଚମ ରାଉଣ୍ଡ ଗଣତି ପରଠାରୁ ବର୍ଷା ସିଂ ବରିହା ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା । ସେପଟେ ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଆରମ୍ଭରୁ ହିଁ ଦୟନୀୟ ଥିଲା । ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବା ବେଳେ ଦିବଙ୍ଗତ ନେତାଙ୍କ ଝିଅଙ୍କୁ ବିପୁଳ ପରିମାଣରେ ଭୋଟ ଦେଇ ବିଜୟୀ କରିଛନ୍ତି। 


COMMERCIAL BREAK
SCROLL TO CONTINUE READING

ପଦ୍ମପୁର ଉପନିର୍ବାଚନରେ ବିଜୁ ଜନତା ଦଳ (Biju Janata Dal) ବିଜୟୀ ହୋଇଛି। ସ୍ବର୍ଗତଃ ବିଜୟ ରଂଜନ ସିଂ ବରିହାଙ୍କ ସୁକନ୍ୟା ତଥା ବିଜେଡି ପ୍ରାର୍ଥୀନି ବର୍ଷା ସିଂ ବରିହାଙ୍କୁ ୧,୧୯,୫୧୨ ଖଣ୍ଡ ଭୋଟ୍ ମିଳିଛି। ତାଙ୍କର ନିକଟତମ ପ୍ରାର୍ଥୀ ବିଜେପିର ପ୍ରଦୀପ ପୁରୋହିତଙ୍କୁ ୭୭,୪୪୭ ଖଣ୍ଡ ଭୋଟ୍ ମିଳିଛି। ଫଳରେ ବର୍ଷା ସିଂ ବରିହା ୪୨,୦୬୫ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବା ଜଣାପଡ଼ିଛି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁଙ୍କୁ ୩୫୪୮ ଖଣ୍ଡ ଭୋଟ୍ ମିଳିଛି। ତେବେ କାଉଣ୍ଟିଂ ପରେ ଏହି ଫଳାଫଳ ଆସିଥିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଔପଚାରିକ ନିର୍ବାଚନ ଫଳାଫଳ ଘୋଷଣାକୁ ଅପେକ୍ଷା କରାଯାଇଛି।


Also Read:  କେଉଁ ଆସନରେ କେଉଁ ଦଳର ପ୍ରାର୍ଥୀ ରହିଛନ୍ତି ଆଗୁଆ?


ସେପଟେ ଯଦି ୨୦୧୯ ନିର୍ବାଚନକୁ  (2019 Assembly Election) ଆଖି ଆଗରେ ରଖାଯାଏ ତେବେ ସେତେବେଳେ  ବିଜେଡିକୁ ୮୩,୨୯୯ ଖଣ୍ଡ ଭୋଟ୍, ବିଜେପିକୁ ୭୭୫୬୬ ଖଣ୍ଡ ଭୋଟ୍ ଓ କଂଗ୍ରେସକୁ ୩୨,୭୮୭ ଖଣ୍ଡ ଭୋଟ୍ ମିଳିଥିଲା। ସେହିପରି ୨୦୧୪ରେ ବିଜେପିକୁ ୬୮,୯୪୨ ଖଣ୍ଡ ଭୋଟ୍, ବିଜେଡିକୁ ୬୪,୪୨୯ ଖଣ୍ଡ ଭୋଟ୍ ଓ କଂଗ୍ରେସକୁ ୩୧,୧୭୯ ଖଣ୍ଡ ଭୋଟ୍ ମିଳିଥିଲା। ତେବେ ୨୦୦୯ ନିର୍ବାଚନର ବିଜେଡିକୁ ୬୭,୯୧୩ ଖଣ୍ଡ ଭୋଟ୍, କଂଗ୍ରେସକୁ ୪୯,୮୪୭ ଖଣ୍ଡ ଭୋଟ୍ ଓ ବିଜେପିକୁ ୨୯,୬୫୧ ଖଣ୍ଡ ଭୋଟ୍ ମିଳିଥିଲା। 


Also Read: Himachal Election Results 2022: ହିମାଚଳ ପ୍ରଦେଶରୁ କଂଗ୍ରେସ ପାଇଁ ଖୁସି ଖବର; ଏଣିକି କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ରେସରେ ଅଛନ୍ତି ଏହି ୫ ନାମ


ମାତ୍ର ୨୦୨୨ ଉପନିର୍ବାଚନର ଟ୍ରେଣ୍ଡକୁ  (2022 ByPoll Election) ଦେଖିଲେ ବିଜେପି ବିଜେଡି ଆଗପଛ ହୋଇ ଚାଲିଥିବା ବେଳେ କଂଗ୍ରେସ ନିଜର ଅମାନତ ହରାଇଛି। ତେବେ ଆଜି ପଦ୍ମପୁରକୁ ଦଖଲ କରିବା ପରେ ଧାମନଗର ଉପନିର୍ବାଚନରେ ପରାସ୍ତ ହୋଇଥିଲେ ବି ବିଜେଡି ପୁଣିଥରେ ଫ୍ରଣ୍ଟଫୁଟକୁ ଆସିଯାଇଛି। ଦଳର ବିଜୟ ସହ ପଦ୍ମପୁର ଝିଅ ବିଜୟୀ ହୋଇଥିବାରୁ ବିଜେଡି ନେତାମାନେ ଉତ୍ସାହ ପାଳନ କରୁଛନ୍ତି। ପଦ୍ମପୁରରୁ ଭୁବନେଶ୍ବର ଯାଏଁ ବିଜେଡି କର୍ମୀଙ୍କ ମନରେ ଉତ୍ସାହ ଦେଖାଯାଇଛି। ଦଳୀୟ କର୍ମୀଙ୍କ ସହ ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। 


Also Read: MCD Election Result: ନିର୍ବାଚନରେ କଂଗ୍ରେସ ସମ୍ମାନ ରଖିଲେ ମୁସଲିମ ପ୍ରାର୍ଥୀ, ୯ ଆସନ ପାଇଲା ଦଳ


ଅନ୍ୟପଟେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ (Pradip Purohit) କଂଗ୍ରେସର ଭୋଟ ବିଜେଡିକୁ ଯାଇଥିବା ଅଭିଯୋଗ କରିଛନ୍ତି। ସେହିପରି କଂଗ୍ରେସ ନେତା ସୁରରାଉତରାୟ କହିଛନ୍ତି ବିଜେଡି ଟଙ୍କା କାରବାର କରି ଭୋଟ କିଣିଛି।