Bye Election 2022: କେଉଁ ଆସନରେ କେଉଁ ଦଳର ପ୍ରାର୍ଥୀ ରହିଛନ୍ତି ଆଗୁଆ?
Advertisement
Article Detail0/zeeodisha/odisha1477098

Bye Election 2022: କେଉଁ ଆସନରେ କେଉଁ ଦଳର ପ୍ରାର୍ଥୀ ରହିଛନ୍ତି ଆଗୁଆ?

Bypoll Result 2022:  ଏହି ଉପନିର୍ବାଚନରେ ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳର ସମ୍ମାନ ବାଜିରେ ଲାଗିଛି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ  ୨୦୨୨ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ବେଶ ଗୁରୁତ୍ୱ ବହନ କରୁଛି।    

Bye Election 2022: କେଉଁ ଆସନରେ କେଉଁ ଦଳର ପ୍ରାର୍ଥୀ ରହିଛନ୍ତି ଆଗୁଆ?

Bye Election Result 2022: ଚଳିତ ମାସରେ ଦେଶର ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ଦେଶର ବିଭିନ୍ନ ରାଜ୍ୟର ବିଧାନସଭା ଏବଂ ଲୋକସଭା ଉପନିର୍ବାଚନ ଲାଗି ଜାରି ରହିଛି। ଏହି ନିର୍ବାଚନ ଲାଗି ଡିସେମ୍ବର ୫ ତାରିଖରେ ଅନୁଷ୍ଠିତ ହୋଇଥିଲା ଭୋଟ ଗ୍ରହଣ। ଏହି ଉପନିର୍ବାଚନରେ ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳର ସମ୍ମାନ ବାଜିରେ ଲାଗିଛି। ଆସନ୍ତା ୨୦୨୪ ସାଧାରଣ ନିର୍ବାଚନ ପାଇଁ  ୨୦୨୨ ଡିସେମ୍ବରରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନ ବେଶ ଗୁରୁତ୍ୱ ବହନ କରୁଛି।    

ଚଳିତ ମାସରେ ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ସହ ରାଜ୍ୟର ଖତୌଲି ଏବଂ ରାମପୁର ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିଲା ଉପନିର୍ବାଚନ। ଏହା ସହିତ ଓଡ଼ିଶାର ପଦମପୁର, ଛତିଶଗଡର ଭାନୁପ୍ରତାପୁର, ବିହାରର କୁରହନି, ରାଜସ୍ଥାନର ସରଦାର ସହର ବିଧାନସଭା ଆସନ ଲାଗି ମଧ୍ୟ ହୋଇଥିଲା ଉପନିର୍ବାଚନ। ଏହି ନିର୍ବାଚନର ଫଳାଫଳ ଉପରେ ରହିଛି ଉଭୟ ଜାତୀୟ ତଥା ଆଞ୍ଚଳିକ ଦଳର ନଜର। 

ଉତ୍ତର ପ୍ରଦେଶର ମୈନପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଡିମ୍ପଲ ଯାଦବ ଆଗୁଆ ଅଛନ୍ତି। ଅନ୍ୟପଟେ ଏହି ଆସନରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ପ୍ରତିଦ୍ୱନ୍ଦ୍ୱୀ ବିଜେପି ପ୍ରାର୍ଥୀ ରଘୁରାଜ ସିଂହ ଶାକ୍ୟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମୈନପୁରୀ ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।

ସେହିପରି ରାଜ୍ୟର ଖତୌଲି ବିଧାନସଭା ଆସନରେ ଚାଲିଛି ଜବରଦସ୍ତ ଲଢେଇ। ଏହି ଆସନରେ ରାଷ୍ଟ୍ରୀୟ ଲୋକ ଦଳ ଏବଂ ସମାଜବାଦୀ ମେଣ୍ଟ ପକ୍ଷରୁ ନିର୍ବାଚନ ଲଢୁଥିବା ମଦନ ଭୈୟା ଆଗୁଆ ଅଛନ୍ତି। ଏଠାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ବିଜେପି ପ୍ରାର୍ଥୀ ରାଜ କୁମାରୀ। ଖତୌଲି ଆସନରେ ସମାଜବାଦୀ ମେଣ୍ଟର ପ୍ରାର୍ଥୀ  ବିଜେପି ପ୍ରାର୍ଥୀଙ୍କ ଠାରୁ ୧୨ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।

ଅନ୍ୟପଟେ ଉତ୍ତର ପ୍ରଦେଶର ରାମପୁର ବିଧାନସଭା ଆସନରେ ଲଢେଇ ରୋଚକପୂର୍ଣ୍ଣ ହେବାରେ ଲାଗିଛି। ଏଠାରେ ଉଭୟ ବିଜେପି ଏବଂ ସମାଜବାଦୀ ପାର୍ଟି ପ୍ରାର୍ଥୀ ଭୋଟ ଗଣତି ପର ଠାରୁ ବିଭିନ୍ନ ସମୟରେ ଆଗେଇବା ସହ ପଛରେ ରହିଛନ୍ତି। ଏହି ନିର୍ବାଚନମଣ୍ଡଳୀରେ  ଆସନରେ ଲଢେଇ ମୁଖ୍ୟତଃ ବିଜେପି ପ୍ରାର୍ଥୀ ଆକାଶ ସାକ୍ସେନା ଏବଂ ସମାଜବାଦୀ ପାର୍ଟି ପ୍ରାର୍ଥୀ ମହମ୍ମଦ ଅସୀମ ରାଜାଙ୍କ ମଧ୍ୟରେ ଚାଲିଛି। ରାମପୁର  ଆସନରେ ବିଜେପି ପ୍ରାର୍ଥୀ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ଠାରୁ ୧୪ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।

ବିହାରର କୁରହନି ବିଧାନସଭା ଆସନରେ ଚାଲିଛି ଜୋରଦାର ଲଢେଇ। ଏହି ଆସନରେ ରାଜ୍ୟର କ୍ଷମତାସୀନ ମହାମେଣ୍ଟକୁ ପଛରେ ପକାଇ ଦେଇଛି ବିରୋଧୀ। ଏଠାରେ ଲଢେଇ ମୁଖ୍ୟତଃ ବିଜେପି ପ୍ରାର୍ଥୀ କେଦାର ପ୍ରସାଦ ଗୁପ୍ତା ଏବଂ ଜେଡିୟୁ ପ୍ରାର୍ଥୀ ମନୋଜ କୁମାର ସିଂହଙ୍କ ମଧ୍ୟରେ ଚାଲିଛି। କୁରହନି ଆସନରେ ବିଜେପି ପ୍ରାର୍ଥୀ ଜେଡିୟୁ ପ୍ରାର୍ଥୀଙ୍କ ଠାରୁ ୩ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।

ଛତିଶଗଡର ଭାନୁପ୍ରତାପୁର ବିଧାନସଭା ଆସନରେ ଅନୁଷ୍ଠିତ ହୋଇଥିବା ଉପନିର୍ବାଚନରେ ବାଜି ମାରିନେଇଛି ରାଜ୍ୟରେ କ୍ଷମତାସୀନ କଂଗ୍ରେସ। ଅନ୍ୟପଟେ ବିରୋଧୀ ବିଜେପି ପରାସ୍ତ ହୋଇଛି। ଏଠାରେ ଲଢେଉ ମୁଖ୍ୟତଃ କଂଗ୍ରେସ ପ୍ରାର୍ଥୀ ସାବିତ୍ରୀ ମାଣ୍ଡବୀ ଏବଂ ବିଜେପି ପ୍ରାର୍ଥୀ ବ୍ରାହ୍ମନନ୍ଦ ନେତମଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଭାନୁପ୍ରତାପୁର ଆସନରେ କଂଗ୍ରେସ ପ୍ରାର୍ଥୀ ୨୧ ହଜାର ୧୭୧ ଖଣ୍ଡ ଭୋଟ ବ୍ୟବଧାନରେ ବିଜେପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି।

ଓଡ଼ିଶାର ପଦମପୁର ବିଧାନସଭା ଆସନରେ ଚାଲିଥିବା ଲଢେଇରେ ଶାସକ ବିଜେଡ଼ି ବିରୋଧୀ ବିଜେପିକୁ ପଛରେ ପକାଇ ଦେଇଛି। ଏହି ଆସନରେ ମୁକାବିଲା ମୁଖ୍ୟତଃ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ଏବଂ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପଦମପୁର ଆସନରେ ବିଜେଡି ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୩୮ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।

ସେହିପରି ରାଜସ୍ଥାନର ସରଦାର ସହର ବିଧାନସଭା ଆସନରେ ଶାସକ କଂଗ୍ରେସ ବିଜେପିକୁ ପଛରେ ପକାଇ ଦେଇଛି। ଏହି ନିର୍ବାଚନମଣ୍ଡଳୀରେ ମୁକାବିଲା ମୁଖ୍ୟତଃ କଂଗ୍ରେସ ପ୍ରାର୍ଥୀ ଅନିଲ ଶର୍ମା ଏବଂ ବିଜେପି ପ୍ରାର୍ଥୀ ଅଶୋକ କୁମାର ପିଞ୍ଚାଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଅନ୍ୟପଟେ ହନୁମାନ ବେନିୱାଲଙ୍କ ନେତୃତ୍ୱାଧିନ ରାଷ୍ଟ୍ରିୟ ଲୋକତାନ୍ତ୍ରିକ ପାର୍ଟି ପ୍ରାର୍ଥୀ ଲାଲଚାନ୍ଦ ମୁଣ୍ଡଙ୍କ ଭାଗ୍ୟ ପରୀକ୍ଷା ଚାଲିଛି। ସରଦାର ସହର ଆସନରେ କଂଗ୍ରେସ ପ୍ରାର୍ଥୀ ବିଜେପି ପ୍ରାର୍ଥୀଙ୍କ ଠାରୁ ୨୬ ହଜାରରୁ ଉର୍ଦ୍ଧ୍ୱ ଭୋଟ ବ୍ୟବଧାନରେ ଆଗୁଆ ଅଛନ୍ତି।