ପରୀ ହତ୍ୟା ଘଟଣା; କଂଗ୍ରେସ-ବିଜେପି ଟଣାଓଟରା,ବିଜେଡି କହିଲା ଏମିତି
ଏ ପ୍ରସଙ୍ଗକୁ ନେଇ ବିଜେପି ଜନତା ଦରବାରକୁ ଆସି ଆନ୍ଦୋଳନ ଅବ୍ୟାହତ ରଖିଥିବବେଳେ ପରୀକୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ ଜାରି ରଖିଛି।
ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ପରୀ ହତ୍ୟା (Pari Murder Case) ପ୍ରସଙ୍ଗକୁ ନେଇ ରାଜଭବନ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଛି ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେପି (BJP)। ଏ ଘଟଣାରେ ସିବିଆଇ ତଦନ୍ତ ସହ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ଧାରଣା ଦେବା ସହ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛି ଦଳ। ପରୀ ହତ୍ୟା ମାମଲାକୁ ଛୋଟ ଘଟଣା କହି ଉଭୟ ଶାସକ ଦଳ ବିଜେଡି (BJD) ଏବଂ ଅନ୍ୟତମ ବିରୋଧି କଂଗ୍ରେସ (Congress) ଏଡେଇଯିବାକୁ ଉଦ୍ୟମ କରୁଥିବା ବିଜେପି ଅଭିଯୋଗ କରିଛି।
Also Read: ଭାରତ ବନ୍ଦ ପ୍ରସଙ୍ଗ: କୃଷକ ସମର୍ଥନରେ କଂଗ୍ରେସ
ଏ ପ୍ରସଙ୍ଗକୁ ନେଇ ବିଜେପି ଜନତା ଦରବାରକୁ ଆସି ଆନ୍ଦୋଳନ ଅବ୍ୟାହତ ରଖିଥିବବେଳେ ପରୀକୁ ନ୍ୟାୟ ଦେବା ପାଇଁ ଆନ୍ଦୋଳନ ଜାରି ରଖିଛି। ଏହା ପରେ ଯିଏ ଜନତାଙ୍କ ମତ ଗ୍ରହଣ ନକରିବ ସେ ପରିଣତି ଭୋଗିବ ବୋଲି କହିଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି। ପରୀ ଘଟଣା ଆଗକୁ ଏକ ପ୍ରସଙ୍ଗ ହୋଇ ରହିବ ଏବଂ ଏହାର ଜବାବ ଲୋକେ ଦେବେ ବୋଲି ବିଜେପି କହିଛି। ପ୍ରତିବାଦ କାର୍ଯ୍ୟକ୍ରମରେ ବିରୋଧି ଦଳ ନେତାଙ୍କ ସମେତ ବିଜେପିର ବରିଷ୍ଠ ନେତା ସାମିଲ ହୋଇ ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି।
Also Read: ପରୀ ଘଟଣା; ପ୍ରଶ୍ନବାଣ ମାରିଲା କଂଗ୍ରେସ, ଜବାବ ଦେଲା ବିଜେପି
ପିପିଲି ଠାରୁ କୁନ୍ଦୁଲି ଘଟଣା ପର୍ଯ୍ୟନ୍ତ କେବେ ଏମିତି ବିଜେପି ପ୍ରତିବାଦ କରିଥିଲା ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ରାଜ୍ୟରେ ବିଜେପି-ବିଜେଡି ସମ୍ପର୍କ କ'ଣ ରହିଛି ସେ ବିଷୟରେ ଲୋକଙ୍କ ପାଖକୁ ବାର୍ତ୍ତା ଯାଇଛି। ନିଜର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ବିଜେପି ଏଭଳି କାର୍ଯ୍ୟ କରୁଛି। ନୟାଗଡ ଘଟଣାରେ କଂଗ୍ରେସ ବହୁ ପୂର୍ବରୁ ପ୍ରତିବାଦ କରିଛି ହେଲେ ବିଜେପି କେବେ ଆସିଲା ପ୍ରତିବାଦକୁ ସେମାନେ କୁହନ୍ତୁ ରାଜ୍ୟରେ ୧୯ଟି ସିବିଆଇ କେସ ପଡି ରହିଛି। ତାହା ମଧ୍ୟରୁ କେତୋଟି ମାମଲାର ତଦନ୍ତ ସରିଛି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି।
ପରୀ ହତ୍ୟାକାଣ୍ଡ ଘଟଣାରେ ଏସଆଇଟି ତଦନ୍ତ ଚାଲିଛି। ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ଦୁଇ ସପ୍ତାହ ସମୟ ମାଗିଛନ୍ତି। ସବୁଦିନ ପ୍ରତିବାଦ ନକରି ପ୍ରକୃତ ତଥ୍ୟ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିଯିବା ଆବଶ୍ୟକ। ଏହା ଏକ ସମ୍ବେଦନଶୀଳ ଘଟଣା ଓ ସମସ୍ତେ ଚାହୁଁଛନ୍ତି ପରୀକୁ ନ୍ୟାୟ ମିଳୁ। ଏ ଘଟଣାକୁ ବେଶୀ ରାଜନୀତିକରଣ କରାନଯାଉ ବୋଲି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି।