ପରୀ ଘଟଣା; ପ୍ରଶ୍ନବାଣ ମାରିଲା କଂଗ୍ରେସ, ଜବାବ ଦେଲା ବିଜେପି
Advertisement
Article Detail0/zeeodisha/odisha800998

ପରୀ ଘଟଣା; ପ୍ରଶ୍ନବାଣ ମାରିଲା କଂଗ୍ରେସ, ଜବାବ ଦେଲା ବିଜେପି

ପରୀ ହତ୍ୟା ଘଟଣାରେ ମୁଖ୍ୟ ବିରୋଧି ବିଜେପି ଉପରେ ବର୍ଷିଛନ୍ତି ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍କା କୁମାର। 

ପରୀ ଘଟଣା; ପ୍ରଶ୍ନବାଣ ମାରିଲା କଂଗ୍ରେସ, ଜବାବ ଦେଲା ବିଜେପି

ମଳୟ ରଞ୍ଜନ ମହାନ୍ତି,ଭୁବନେଶ୍ୱର: ପରୀ ହତ୍ୟା ଘଟଣାରେ (Pari Murder Case) ମୁହାଁମୁହିଁ ହୋଇଛନ୍ତି ରାଜ୍ୟପର ଦୁଇ ବିରୋଧି ଦଳ କଂଗ୍ରେସ (Congress) ବିଜେପି (BJP)। ଓଡିଶା କଂଗ୍ରେସ ପ୍ରଭାରୀ (Odisha Incharge) ଚେଲ୍କା କୁମାର (Chellakumar) ବିଜେପି ଉପରେ ଜୋରଦାର ବର୍ଷିଛନ୍ତି। ଏ ପ୍ରସଙ୍ଗରେ ଦଳ ପ୍ରଥମେ ଆନ୍ଦୋଳନ ଆରମ୍ଭ କରିଥିଲା ଏବଂ ଏସ.ଆଇ.ଟି ତଦନ୍ତ ଦ୍ୱାରା ହିଁ ସଠିକ ତଥ୍ୟ ପଦାକୁ ଆସିବ ବୋଲି ଦାବି କରିଛି ରାଜ୍ୟ କଂଗ୍ରେସ। 

Also Read: ଭଙ୍ଗା ଘରକୁ ସଜାଡିବାକୁ ଅଣ୍ଟା ଭିଡିଲେ କଂଗ୍ରେସ ପ୍ରଭାରୀ

ନୟାଗଡସ୍ଥିତ ପରୀ ଘରକୁ ଗସ୍ତ ପରେ କଂଗ୍ରେସ ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର ବିଜେଡି-ବିଜେପି ସମ୍ପର୍କକୁ ନେଇ ଉଭୟ ଦଳ ଉପରେ ବର୍ଷିଛନ୍ତି। ହାଇକୋର୍ଟ ମନିଟରିଂ ତଦନ୍ତ କଂଗ୍ରେସ ଦାବି କରିଥିଲା। ତାହା ପୁରା ହୋଇଛି ଏବଂ ପରୀକୁ ନ୍ୟାୟ ମିଳିବାକୁ ଯାଉଛି। ବିଜେପି ଏହି ପ୍ରସଙ୍ଗକୁ ଲକ୍ଷ୍ୟଭ୍ରଷ୍ଟ କରିବା ସହ ଏ  ଘଟଣାରେ ଜଡିତ ପ୍ରକୃତ ଦୋଷୀକୁ ସୁରକ୍ଷା ଦେବା ପାଇଁ ଚେଷ୍ଟା କରୁଛି ବୋଲି ଓଡିଶା କଂଗ୍ରେସ ପ୍ରଭାରୀ ଅଭିଯୋଗ କରିଛନ୍ତି। ଏପରିକି ସିବିଆଇ ତଦନ୍ତ ଦାବି କରୁଥିବା ବିଜେପିକୁ ପ୍ରଶ୍ନ କରିଛନ୍ତି ସେ। 

Also Read: ଭାରତ ବନ୍ଦ ପ୍ରସଙ୍ଗ: କୃଷକ ସମର୍ଥନରେ କଂଗ୍ରେସ

ଇତିଶ୍ରୀ ପ୍ରସଙ୍ଗରେ ସିବିଆଇ ତଦନ୍ତ କଣ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଚିଟଫଣ୍ଡରେ ସିବିଆଇ ତଦନ୍ତର ଫଲାଫଳ କଣ ହେଲା। ବିଜେଡି ହେଉଛି ବିଜେପିର ଅଂଶ ଓ ରାଜ୍ୟର ସମ୍ପତି ଉଭୟ ଲୁଟୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଏ ପ୍ରସଙ୍ଗରେ ଖୋଲା ବିତର୍କ ପାଇଁ ବିଜେପିକୁ ଆହ୍ୱାନ ଦେଇଛି କଂଗ୍ରେସ। ଏସଆଇଟି ତଦନ୍ତ ହିଁ ଠିକ ତଦନ୍ତ ଏବଂ ଏହି ନିଷ୍ପତ୍ତି ହାଇକମାଣ୍ଡଙ୍କ ନିର୍ଦ୍ଦେଶ ସହିତ ବିଧାୟକଙ୍କ ସହ ହୋଇଥିବା ଆଲୋଚନା କରି ହୋଇଛି ବୋଲି କହିଛନ୍ତି।

Also Read: ପୁଣି ଫେରିଲା ମହାନଦୀ ପ୍ରସଙ୍ଗ; ସରକାରଙ୍କୁ ବିରୋଧିଙ୍କ ପ୍ରଶ୍ନବାଣ

ଯଦି ସତସାହସ ଅଛି କଂଗ୍ରେସ ସହ ସହ ମିଶି ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରନ୍ତୁ ବୋଲି ବିଜେପିକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ଓଡିଶା କଂଗ୍ରେସ ପ୍ରଭାରୀଙ୍କ କରିଥିବା ଅଭିଯୋଗର ଜବାବ ରଖିଛି ରାଜ୍ୟ ବିଜେପି ( Odisha BJP)। କୁନ୍ଦୁଲି ଘଟଣାରେ କାହିଁକି ଏସଆଇଟି ତଦନ୍ତକୁ କଂଗ୍ରେସ ବିଧାୟକ ଦଳ ନେତା ବିରୋଧ କରୁଥିଲେ ବୋଲି ପ୍ରଶ୍ନ କରିଛନ୍ତି ବିରୋଧି ଦଳ ନେତା। ଏବେ କାହାର କାହା ସହ ବୁଝାମଣା ଅଛି ସେ ନେଇ ଚେଲ୍ଲା କୁମାର କଂଗ୍ରସ ବିଧାୟକ ଦଳ ଉପନେତା ସନ୍ତୋଷ ସିଂ ସାଲୁଜା ଏବଂ ଦଳୀୟ ବିଧାୟକ ସୁରେଶ ରାଉତରାୟଙ୍କୁ ପଚାରନ୍ତୁ ବୋଲି ବିରୋଧି ଦଳ ନେତା କହିଛନ୍ତି। 

Also Read: କାହା ଇସାରାରେ ଚାଲିଛି କଂଗ୍ରେସ? ସୁର ଖୋଲିଲେ ଗୁମର

ଯେତେବେଳେ ପରୀ ପ୍ରସଙ୍ଗରେ କଂଗ୍ରେସର ଛବି ମଳିନ ପଡିଲା ସେତେବେଳେ ସେ ଆକ୍ଷେପ କରୁଛନ୍ତି ବୋଲି ବିଜେପି କହିଛି। ଆମର କାହା ସହ ବୁଝାମଣା ନାହିଁ। ଆମର ଦାବି ଏବେ ସ୍ପଷ୍ଟ। ଏ ଘଟଣାରେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ହେଉ ବୋଲି ସେ ଦାବି ରଖିଛନ୍ତି। ସେପଟେ ଉଭୟ ଦଳଠୁ ସମଦୁରତ୍ୱ ବଜାୟ ରଖିଥିବା ପ୍ରସଙ୍ଗ ଦୋହରାଇଛି ବିଜେଡି। ବିଜେଡି ଆରମ୍ଭରୁ ଉଭୟ ଦଳଠୁ ସମଦୂରତ୍ୱ ରଖିଥିବାବେଳେ ଆଗକୁ ଏହା ମଧ୍ୟ ରକ୍ଷା କରାଯିବ ବୋଲି କହିଛନ୍ତି ବିଜେଡି ବିଧାୟକ ଅରବିନ୍ଦ ଢାଲି।