ପରୀ ହତ୍ୟା ପ୍ରସଙ୍ଗ; କଂଗ୍ରେସ ନୋଟିସର ଜବାବ ଦେବେ ସମ୍ବିତ ପାତ୍ର!
Advertisement
Article Detail0/zeeodisha/odisha801013

ପରୀ ହତ୍ୟା ପ୍ରସଙ୍ଗ; କଂଗ୍ରେସ ନୋଟିସର ଜବାବ ଦେବେ ସମ୍ବିତ ପାତ୍ର!

ପରୀ ହତ୍ୟା ଘଟଣାରେ ଦେଇଥିବା ମନ୍ତବ୍ୟ ବିରୁଦ୍ଧରେ ବିଜେପି ଜାତୀୟ ମୁଖପାତ୍ରଙ୍କ ପାଖକୁ କୋର୍ଟ ନୋଟିସ ଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା କହିଛନ୍ତି। 

ପରୀ ହତ୍ୟା ପ୍ରସଙ୍ଗ; କଂଗ୍ରେସ ନୋଟିସର ଜବାବ ଦେବେ ସମ୍ବିତ ପାତ୍ର!

ମଳୟ ରଞ୍ଜନ ମହାନ୍ତି, ଭୁବନେଶ୍ୱର: ପରୀ ହତ୍ୟା ଘଟଣାରେ (Pari Murder Case) କଂଗ୍ରେସ ବିଧାୟକ (Congress MLA) ମ୍ୟାନେଜ ହୋଇଛନ୍ତି ବୋଲି ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର (Sambit Patra) ଦେଇଥିବା ମନ୍ତବ୍ୟ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ ଶୀଘ୍ର ବିଜେପି ଜାତୀୟ ମୁଖପାତ୍ରଙ୍କ ପାଖକୁ କୋର୍ଟ ନୋଟିସ ଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର  କହିଛନ୍ତି। କଂଗ୍ରେସ ବିଧାୟକଙ୍କୁ କିଣିବା ପ୍ରସଙ୍ଗରେ କ୍ଷମା ମାଗି ନଥିବାରୁ ଖୁବ ଶୀଘ୍ର ତାଙ୍କ ପାଖକୁ ନୋଟିସ ପଠାଯିବ ବୋଲି କଂଗ୍ରେସ ବିଧାୟକ ଦଳ ନେତା ଜଣାଇଛନ୍ତି। କ୍ଷମା ନ ମାଗିବାରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିବା ସେ କହିଛନ୍ତି। 

Also Read: ପରୀ ଘଟଣା; ପ୍ରଶ୍ନବାଣ ମାରିଲା କଂଗ୍ରେସ, ଜବାବ ଦେଲା ବିଜେପି

 

ସେପଟେ ଏ ପ୍ରସଙ୍ଗରେ କଡା ଜବାବ ରଖିଛି ବିଜେପି। ସମ୍ବିତ ପାତ୍ର ଜଣେ ଜାତୀୟ ଦଳର ରାଷ୍ଟ୍ରୀୟ ପ୍ରବକ୍ତା। କିଛି ସୁରାକ ପାଇବା ପରେ ସେ ଏହି ମନ୍ତବ୍ୟ ଦେଇଥିବେ। ସେଭଳି ସେ ଏ କଥା କହି ନଥିବେ। ଆଇନଗତ ଲଢେଇ ପାଇଁ ଆମେ ପ୍ରସ୍ତୁତ ବୋଲି ବିରୋଧି ଦଳ ନେତା କହିଛନ୍ତି। ରାଜନୀତିରେ ରାଜନୈତିକ ନେତାଙ୍କ ପାଖକୁ ନୋଟିସ ଆସିବନି ତ ଆଉ କାହା ନିକଟକୁ ଆସିବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ ନାଏକ। ଏହାର ଜବାବ ଦେବାକୁ ପ୍ରସ୍ତୁତ। ଦଳୀୟ ପ୍ରବକ୍ତା ସମ୍ବିତ ପାତ୍ର ଯାହା କହିଛନ୍ତି ତାହା ଠିକ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସେ।