ଭାରତ ବନ୍ଦ ପ୍ରସଙ୍ଗ: କୃଷକ ସମର୍ଥନରେ କଂଗ୍ରେସ
Advertisement

ଭାରତ ବନ୍ଦ ପ୍ରସଙ୍ଗ: କୃଷକ ସମର୍ଥନରେ କଂଗ୍ରେସ

ଜିଲ୍ଲା, ବ୍ଲକ, ପଞ୍ଚାୟତ, ସହରାଞ୍ଚଳରେ ସମସ୍ତ କଂଗ୍ରେସ କର୍ମୀ ଏବଂ ନେତା ଏହି ବନ୍ଦରେ ସମସ୍ତ ସହଯୋଗ କରିବାକୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି।

ଭାରତ ବନ୍ଦ ପ୍ରସଙ୍ଗ: କୃଷକ ସମର୍ଥନରେ କଂଗ୍ରେସ

ମଳୟ ମହାନ୍ତି,ଭୁବନେଶ୍ୱର: କେନ୍ଦ୍ରର ନୂଆ କୃଷି ଆଇନ (Farm Act 2020) ବିରୋଧରେ ସାରା ଦେଶରେ କୃଷକ ପକ୍ଷରୁ ଚାଲିଥିବା ଆନ୍ଦୋଳନ (Farmer Protest) ତୀବ୍ର ହେବାରେ ଲାଗିଛି। ଏପରିକି ଏହାର ପ୍ରତିବାଦରେ ଆସନ୍ତା ୮ ତାରିଖରେ ହେବାକୁ ଯାଇଉଥିବା ଭାରତ ବନ୍ଦ (Bharat Bandh) ଡାକରାକୁ ସଫଳ କରିବାକୁ ଲାଗିପଡିଛନ୍ତି ସମସ୍ତ କୃଷକ ସଙ୍ଗଠନ (Farmers Union)। ଅନ୍ଯପକ୍ଷେ କୃଷକ ସଙ୍ଗଠନର ଭାରତ ବନ୍ଦ ଡାକରାକୁ ପୂର୍ଣ୍ଣ ସମର୍ଥନ ଦେଇଛି ଓଡିଶା କଂଗ୍ରେସ (Congress) । 

Also Read: ଭଙ୍ଗା ଘରକୁ ସଜାଡିବାକୁ ଅଣ୍ଟା ଭିଡିଲେ କଂଗ୍ରେସ ପ୍ରଭାରୀ

ରାଜ୍ୟରେ କିଭଳି ଏହି ବନ୍ଦ ସଫଳ ହେବ ସେଥିପାଇଁ ସମସ୍ତ ଦଳୀୟ ନେତା କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କୁ କୁହାଯାଇଛି। ଜିଲ୍ଲା, ବ୍ଲକ, ପଞ୍ଚାୟତ, ସହରାଞ୍ଚଳରେ ସମସ୍ତ କଂଗ୍ରେସ କର୍ମୀ ଏବଂ ନେତା ଏହି ବନ୍ଦରେ ସମସ୍ତ ସହଯୋଗ କରିବାକୁ ପିସିସି ସଭାପତି (PCC President) ନିରଞ୍ଜନ ପଟ୍ଟନାୟକ (Niranjan Patnaik) ଆହ୍ବାନ ଦେଇଛନ୍ତି। ବନ୍ଦକୁ ସଫଳ କରିବା ପାଇଁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ କୃଷି ଏବଂ କୃଷକ ବିରୋଧି ଆଇନ ବିରୋଧରେ କୁଶପୁତ୍ତଳିକା ଦାହ ସମାବେଶ କରାଯାଇଥିବାବେଳେ ନବନିର୍ମାଣ ଯୁବ ଛାତ୍ର ସଙ୍ଗଠନ ପକ୍ଷରୁ ବାଇକ ଶୋଭାଯାତ୍ରା ଆୟୋଜିତ ହୋଇଛି। 

Also Read: କାହା ଇସାରାରେ ଚାଲିଛି କଂଗ୍ରେସ? ସୁର ଖୋଲିଲେ ଗୁମର

ଅନ୍ଯପକ୍ଷେ ଚାଷୀଙ୍କ ଭାରତ ବନ୍ଦ ପ୍ରସଙ୍ଗ ବର୍ତ୍ତମାନ ସର୍ତ୍ତମୂଳକ ସ୍ଥିତିରେ ଅଛି ହେଲେ କୃଷକ ସଙ୍ଗଠନ ଏ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବା ପରେ ଦଳ ନିଜର ଆଭିମୁଖ୍ଯ ସ୍ପଷ୍ଟ କରିବ ବୋଲି ବିଜେଡି (BJD) ପକ୍ଷରୁ କୁହାଯାଇଛି। ସଂସଦରେ କୃଷି ଆଇନ ସଂଶୋଧନ ଦାବି କରି ଦଳ ବିରୋଧ କରିଥିଲା ଏବଂ ଯଦି ଏଥିରେ ସଂଶୋଧନ ନହେବ ତେବେ ଦଳ ଆଗକୁ ବିରୋଧ କରିବ ବୋଲି ବିଜେଡି ବିଧାୟକ ଅମର ପ୍ରସାଦ ଶଥପଥୀ କହିଛନ୍ତି। 

Also Read: ପିଏମ ମୋଦିଙ୍କ ପ୍ରଶଂସା କଲେ କଂଗ୍ରେସର ଏହି ବରିଷ୍ଠ ନେତା

ସେପଟେ ବିଜେପି କିନ୍ତୁ ଏ ପ୍ରସଙ୍ଗରେ ବିରୋଧିଙ୍କୁ ସମାଲୋଚନା କରିଛି। ଏହି ଆଇନ ଦେଶର କୃଷକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି କରାଯାଇଛି। ବିରୋଧିଙ୍କ ହାତରେ କିଛି ପ୍ରସଙ୍ଗ ନାହିଁ ସେଥିପାଇଁ ସେମାନେ ଏଭଳି କରୁଛନ୍ତି ବୋଲି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି।