ଲକ୍ଷ୍ନୌ: ଆଗାମୀ ସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଦଳର ମହାସଚିବ ତଥା ରାଜ୍ୟ କଂଗ୍ରେସ ପ୍ରଭାରୀ ପ୍ରିୟଙ୍କା ଗାନ୍ଧୀ। ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଉଠୁଥିବା ବେଳେ କଂଗ୍ରେସ ନେତ୍ରୀଙ୍କ ଘୋଷଣା ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି। 


COMMERCIAL BREAK
SCROLL TO CONTINUE READING

ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ (Uttar Pradesh Assenbly Elections 2022) ନେଇ ଏକ ବଡ଼ ଘୋଷଣା କରି:ଛନ୍ତି ଦଳର ମହାସଚିବ (Congress General Secretary) ତଥା ରାଜ୍ୟ କଂଗ୍ରେସ ପ୍ରଭାରୀ (East UP Congress Incharge) ପ୍ରିୟଙ୍କା ଗାନ୍ଧୀ (Priyanka Gandhi)।


Also Read: ଆସିଗଲେ Priyanka Gandhi ଙ୍କ ପ୍ରତିଦ୍ୱନ୍ଦ୍ୱୀ; କହିଲେ ତାଙ୍କ ଠାରୁ ମୋତେ ଅଧିକ ମିଳିବ ଭୋଟ


ଏନେଇ ସେ କହିଛନ୍ତି ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ କୌଣସି ଦଳ ସହ ମେଣ୍ଟ କରିବ ନାହିଁ। ଦଳ ଏକାକୀ ନିର୍ବାଚନ ଲଢିବ। ରବିବାର ରାଜ୍ୟର ବୁଲନ୍ଦ ସହର ଜିଲ୍ଲାରେ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ପ୍ରତିଜ୍ଞା ସମ୍ମେଳନ ଲକ୍ଷ୍ୟ ୨୦୨୨ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଆଗାମୀ ବିଧାନସଭା ନିର୍ବାଚନରେ କୌଣସି ଦଳ ସହ ମେଣ୍ଟ ନକରିବାକୁ ଦଳୀୟ କର୍ମକର୍ତ୍ତା ମୋତେ କହିଥିଲେ। ମୁଁ ଆପଣ ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଆମ ଦଳ ରାଜ୍ୟର ସମସ୍ତ ବିଧାନସଭା ଆସନରେ ଏକାକୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଥରର ନିର୍ବାଚନରେ କୌଣସି ଦଳ ସହ ନିର୍ବାଚନୀ ମେଣ୍ଟ କିମ୍ବା ଗଠବନ୍ଧନ କରାଯିବ ନାହିଁ। 


ନିକଟରେ ଦିଲ୍ଲୀ ଗସ୍ତ କରିବା ସମୟରେ ଲକ୍ଷ୍ନୌସ୍ଥିତ ବିମାନ ବନ୍ଦର ଠାରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ (RLD Chief Jayant Chaudhary) ଭେଟିଥିଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା। ଏପରିକି ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ କୁହାଯାଉଥିଲା।


Also Read: UP Poll 2022: ହେବ କି Congress-RLD ମେଣ୍ଟ? ଜବାବ ରଖିଲେ Jayant Chaudhary


କଂଗ୍ରେସ ସହ ମେଣ୍ଟ ହେବା ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଆରଏଲଡି ମୁଖ୍ୟ କହିଥିଲେ ଆଗାମୀ ନିର୍ବାଚନରେ ଦଳ ସମାଜବାଦ ପାର୍ଟି (Samajwadi Party) ସହ ମେଣ୍ଟ କରିବ। ଏନେଇ ଉଭୟ ଦଳ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆରଏଲଡି ମୁଖ୍ୟ। ଗତ ୨୦୧୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ, ସମାଜବାଦ ପାର୍ଟି ସହ ଗଠବନ୍ଧନ କରିଥିଲା। ସେହିପରି ଗତ ୨୦୧୨ ନିର୍ବାଚନରେ କଂଗ୍ରେସ-ଆରଏଲଡି ମଧ୍ୟରେ ମେଣ୍ଟ ହୋଇଥିଲା।