UP Poll 2022: ହେବ କି Congress-RLD ମେଣ୍ଟ? ଜବାବ ରଖିଲେ Jayant Chaudhary
Advertisement

UP Poll 2022: ହେବ କି Congress-RLD ମେଣ୍ଟ? ଜବାବ ରଖିଲେ Jayant Chaudhary

କଂଗ୍ରେସ- ଆରଏଲଡି ମଧ୍ୟରେ ମେଣ୍ଟ ହେବା ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। 

UP Poll 2022: ହେବ କି Congress-RLD ମେଣ୍ଟ? ଜବାବ ରଖିଲେ Jayant Chaudhary

ଲକ୍ଷ୍ନୌ: ଆସନ୍ତା ବର୍ଷ ହେବାକୁ ଯାଉଛି ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ। ନିର୍ବାଚନ ପାଖେଇ ଆସୁଥିବାରୁ ମେଣ୍ଟ ଗଠନ କରିବା ନେଇ ବିଭିନ୍ନ ଦଳ ମଧ୍ୟରେ ଜାରି ରହିଛି କଥାବାର୍ତ୍ତା। ଏହିକ୍ରମରେ କଂଗ୍ରେସ ଏବଂ ଏହାର ପୁରୁଣା ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳ ମେଣ୍ଟ ହେବା ନେଇ ରାଜ୍ୟ ରାଜନୀତିରେ ଚାଲିଛି ଚର୍ଚ୍ଚା। ମେଣ୍ଟ ଗଠନ ଏବଂ ସହଯୋଗୀ ସହ ଆସନ ବୁଝାମଣା କରିବାକୁ ନେଇ ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି ପ୍ରୟାସ।

ଆସନ୍ତା ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) କଂଗ୍ରେସ (Congress) ଏବଂ ଏହାର ପୁରୁଣା ସହଯୋଗୀ ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି (RLD) ମଧ୍ୟରେ ମେଣ୍ଟ ହେବା ନେଇ ରାଜ୍ୟ ରାଜନୀତିରେ (Uttar Pradesh Politics) ଚାଲିଛି ଚର୍ଚ୍ଚା। 

କଂଗ୍ରେସ ସହ ମେଣ୍ଟ ହେବା ନେଇ ହେଉଥିବା ଚର୍ଚ୍ଚା ଉପରେ ପ୍ରତିକ୍ରିୟା ରଖି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ (RLD Chief Jayant Chaudhary) କହିଛନ୍ତି ଆଗାମୀ ନିର୍ବାଚନରେ ଦଳ ସମାଜବାଦ ପାର୍ଟି (Samajwadi Party) ଏସପି (SP) ସହ ମେଣ୍ଟ କରିବ। ଏନେଇ ଉଭୟ ଦଳ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଆସନ୍ତା ବିଧାନସଭା ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ହେବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଆରଏଲଡି ମୁଖ୍ୟ। ନିକଟରେ ଦିଲ୍ଲୀ ଗସ୍ତ କରିବା ସମୟରେ ଲକ୍ଷ୍ନୌସ୍ଥିତ ବିମାନ ବନ୍ଦର ଠାରେ ଜୟନ୍ତ ଚୌଧୁରୀଙ୍କୁ ଭେଟିଥିଲେ କଂଗ୍ରେସ ମହାସଚିବ (Congress General Secretary) ପ୍ରିୟଙ୍କା ଗାନ୍ଧୀ (Priyanka Gandhi)। ଏହାକୁ ନେଇ ରାଜ୍ୟ ରାଜନୀତିରେ ଅନେକ ପ୍ରକାର ଚର୍ଚ୍ଚା ହୋଇଇଥିଲା। ଏପରିକି ଉଭୟ ଦଳ ମଧ୍ୟରେ ମେଣ୍ଟ ହେବା ନେଇ କୁହାଯାଉଥିଲା।

Also Read: UP Election 2022: କାହା ସହ କିଏ କରିବ ନିର୍ବାଚନ ମେଣ୍ଟ ଗଠନ?

ଆସନ ବୁଝାମଣା ଲାଗି ସହଯୋଗୀ ସମାଜବାଦ ପାର୍ଟି ଉପରେ ଚାପ ପକାଇବା ପାଇଁ ଏହି ସାକ୍ଷାତକାରର ଦଳୀୟ ରଣନୀତିର ଅଂଶବିଶେଷ ବୋଲି ପଚରା ଯାଇଥିବା ପ୍ରଶ୍ନର ଉତ୍ତପ ରଖି ଜଣେ ଆରଏଲଡି ନେତା କହିଛନ୍ତି କାହା ଉପରେ କୌଣସି ଚାପ ପ୍ରୟୋଗ କରାଯାଇ ନାହିଁ। ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା। ପୂର୍ବରୁ ବିଭିନ୍ନ ଦଳର ନେତାଙ୍କ ମଧ୍ୟରେ ହେଉଥିବା ସୌଜନ୍ୟମୂଳକ ସାକ୍ଷାତକାର ଏକ ସାଧାରଣ ଘଟଣା ଥିଲା ହେଲେ ବିଜେପି ଏହି ଧାରାକୁ ବଦଳାଇ ଦେଇଥିବା ଏବଂ ରାଜନୀତିରେ ଲୋକଙ୍କୁ ପରସ୍ପରର ଶତ୍ରୁ କରିଦେଇଥିଲା। 

ଏସପି-ଆରଏଲଡି ମଧ୍ୟରେ ନିର୍ବାଚନ ମେଣ୍ଟ ପ୍ରାୟ ନିଶ୍ଚିତ। ଆସନ୍ତା ୨୧ ତାରିଖରେ ଉଭୟ ଦଳ ଆସନ ବୁଝାମଣା ବାବଦରେ ଘୋଷଣା କରିବେ। ଦଳର ପାରମ୍ପାରିକ ଭୋଟ୍ ସହ ବିଧାନସଭା ନିର୍ବାଚନରେ ​​ନିଜକୁ ପ୍ରମାଣ କରିବାକୁ ସମସ୍ତ ପ୍ରକାର ଉଦ୍ୟମ କରିବେ ଦଳ ମୁଖ୍ୟ ଜୟନ୍ତ ଚୌଧୁରୀ। 

କେନ୍ଦ୍ରୀୟ କୃଷି ଆଇନ ବିରୁଦ୍ଧରେ ଚାଲିଥିବା ଆନ୍ଦୋଳନ ଜରିଆରେ ନିଜକୁ ପ୍ରତିଷ୍ଠିତ କରିବାର ସୁଯୋଗ ପାଇଛନ୍ତି ଆରଏଲଡି ମୁଖ୍ୟ। ଏହା ମାଧ୍ୟମରେ ସେ ପୁଣିଥରେ ଦଳର ପାରମ୍ପରିକ ଭୋଟର ଜାଟ ସମ୍ପ୍ରଦାୟର (Jat Community) ସମର୍ଥନ ହାସଲ କରିବାକୁ ଚେଷ୍ଟା କରୁଛନ୍ତି। ଏହା ସହିତ ମୁସଲମାନ (Muslim) ଏବଂ ଦଳିତ ଭୋଟ (Dalit Vote) ଉପରେ ନଜର ପକାଇଛି ଦଳ।

ଗତ ୨୦୦୯ ବର୍ଷରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ବିଜେପି ସହ ହୋଇଥିବା ମେଣ୍ଟ କାରଣରୁ ଆରଏଲଡି ଠାରୁ ଅଲଗା ହୋଇଯାଇଥିଲେ ମୁସଲମାନ ଭୋଟର। ଗତ ୨୦୧୩ ବର୍ଷରେ ମୁଜାଫରନଗର ଜିଲ୍ଲାରେ ହୋଇଥିବା ଦଙ୍ଗା ପରେ ଜାଟ ଭୋଟର ବିଜେପି ଆଡକୁ ମୁହାଁଇଥିଲେ। ହେଲେ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା କୃଷକ ଆନ୍ଦୋଳନ କାରଣରୁ ଆରଏଲଡି ରାଜନୈତିକ ଫାଇଦା ପାଇଛି। ଅନ୍ୟପଟେ ମୁସଲିମଙ୍କ ମଧ୍ୟରେ ଅସନ୍ତୋଷ ହ୍ରାସ ପାଇଛି। ହେଲେ ସେମାନେ କେବଳ ଆରଏଲଡି ପାଇଁ ଭୋଟ୍ ଦେବାକୁ ପ୍ରସ୍ତୁତ ନୁହଁନ୍ତି। ଯଦି ଏସପି-ଆରଏଲଡି ମଧ୍ୟରେ ମେଣ୍ଟ ଗଠନ ହୁଏ ତାହେଲେ ଭୋଟ ଦିଆଯିବ ବୋଲି ମୁସଲମାନ ମତଦାତଙ୍କ (Muslim Voter) ପକ୍ଷରୁ କୁହାଯାଇଛି। 

ରାଜନୈତିକ ବିଶେଷଜ୍ଞଙ୍କ ମତରେ ଜାଟ ସମ୍ପ୍ରଦାୟର ମତଦାତା ଏକଜୁଟ ହୋଇ ଆରଏଲଡି ପାଇଁ ଭୋଟ୍ ଦେବେ ନାହିଁ। କାରଣ ଗତ ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ​​ବିଜେପି ଏହି ସମ୍ପ୍ରଦାୟ ସମର୍ଥନ ପାଇବାରେ ସକ୍ଷମ ହୋଇଛି। ଯେଉଁ ଆସନରେ ଆରଏଲଡି ପ୍ରାର୍ଥୀ ହେବେ ନାହିଁ କିମ୍ବା ଜଣେ ଶକ୍ତିଶାଳୀ ବିଜେପି ନେତାଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା ହେବ ସେହି ଆସନରେ ଜାଟ ଭୋଟର ବିଜେପି ସମର୍ଥନରେ ଭୋଟ ଦେବେ। ଆରଏଲଡି, ମୁସଲମାନ ସମ୍ପ୍ରଦାୟରୁ ଉନ୍ନତ ପ୍ରତିନିଧିତ୍ୱ ଦେବାକୁ ହେବ। କାରଣ ମୁସଲମାନ ଭୋଟକୁ କେବଳ ଜାଟ ମତଦାତାଙ୍କ ଆଧାରରେ ଆରଏଲଡି଼ କୌଣସି ଗୋଟିଏ ଆସନ ଜିତିପାରିବ ନାହିଁ। ଏଥି ସହିତ ଦଳିତ ମତଦାତଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ।

Also Read: UP Election 2022: ଜାଣନ୍ତୁ କିଏ ହେବ BJP ମେଣ୍ଟ ସହଯୋଗୀ

ପଶ୍ଚିମ ଉତ୍ତର ପ୍ରଦେଶର ମୋଟ ଜନସଂଖ୍ୟାର ପ୍ରାୟ ୨୦ ପ୍ରତିଶତ ହେଉଛନ୍ତି ଜାଟ୍। ଅନ୍ୟପକ୍ଷେ ୩୦ ପ୍ରତିଶତ ମୁସଲମାନ ଏବଂ ୨୫% ଦଳିତ ଏହି ଅଞ୍ଚଳରେ ବସବାସ କରନ୍ତି। ଏଭଳି ପରିସ୍ଥିତିରେ ଆରଏଲଡି ପାଇଁ ଜାଟ ଭୋଟରଙ୍କ ସହ ଦଳିତ ଏବଂ ମୁସଲମାନଙ୍କୁ ସାଥିରେ ନେବାକୁ ହେବ। ଯଦି ଏସପି-ଆରଏଲଡି ମଧ୍ୟରେ ବୁଝମଣା ହୁଏ ତାହେଲେ ଆସନ୍ତା ନିର୍ବାଚନରେ ମୁସଲମାନ ଭୋଟ ଏହି ମେଣ୍ଟ ସପକ୍ଷରେ ଯିବ। ଉତ୍ତର ପ୍ରଦେଶର ମେରଠ, ସାହାରନପୁର, ମୋରାଦାବାଦ, ବରେଲି ପ୍ରଭୃତି ଜିଲ୍ଲାରେ ଅବସ୍ଥିତ ବିଭିନ୍ନ ବିଧାନସଭା ଆସନରେ କୌଣସି ଦଳକୁ ଜିତିବାକୁ ହେଲେ ଜାଟ, ଦଳିତ ମୁସଲମାନ ପ୍ରଭୃତି ବର୍ଗର ଭୋଟ ଆବଶ୍ୟକ।