ପୁରୀ: ଉପନିର୍ବାଚନର ଦିନକ ପୂର୍ବରୁ ପିପିଲିରେ ବିସ୍ଫୋରଣ ହୋଇଛି। ସୋମବାର ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ହୋଇଥିବା ବିସ୍ଫୋରଣକୁ ନେଇ ଏବେ ରାଜନୈତିକ ମାହୋଲ ସରଗରମ ହୋଇଛି। ଘଟଣାକୁ ନେଇ ଉଭୟ ଶାସକ ଓ ବିରୋଧି ଦଳ ମୁହାଁମୁହିଁ ହୋଇଛନ୍ତି। ବିସ୍ଫୋରଣକୁ ନେଇ ବିଜେପି ସନ୍ଦେହ କରୁଥିବା ବେଳେ ବିଜେଡି ତାର ଜବାବ ଦେଇଛି।


COMMERCIAL BREAK
SCROLL TO CONTINUE READING

ବିଜେପି (BJP) ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର (Sambit Patra)  କହିଛନ୍ତି ଯେ, ପିପିଲିର ଅନେକ ଅଞ୍ଚଳ ବଳଙ୍ଗା ଥାନା ଅଧିନରେ ଆସୁଛି। ଏସଡିପିଓ ମଧ୍ୟ ପିପିଲି ଅଞ୍ଚଳର ଲୋକ। ଉପନିର୍ବାଚନ ସମୟରେ ଆଇନଶୃଙ୍ଖଳା ରକ୍ଷା କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ପିପିଲି (Pipili) ରେ ଗ୍ୟାଙ୍ଗୱାର ଅନେକ ବର୍ଷ ହେବ ଚାଲୁଛି। ସାତଶଙ୍ଖ ବିଜେପି କାର୍ଯ୍ୟାଳୟରେ ମଧ୍ୟ ବୋମା ପକାଇଲେ। ଏବେ ଥାନାରେ ପଡ଼ିଲା। ଯଦି ରକ୍ଷକ ସୁରକ୍ଷିତ ନୁହନ୍ତି। ତେବେ ଲୋକ କେତେ ସୁରକ୍ଷିତ ବୋଲି ସେ ପ୍ରଶ୍ନ କରିଛନ୍ତି।


Also Read: ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ; ମାଟିରେ ମିଶିଲା କୋଠା, ଅଳ୍ପକେ ବର୍ତ୍ତିଲେ ସେଣ୍ଟ୍ରି


ଏହା ବ୍ୟତୀତ ସମ୍ବିତ ପ୍ରଶ୍ନ କରିଛନ୍ତି, ବାଣ ଯଦି ଥିଲା କେତେ ଦିନ ଯାଏ ରହିପାରିବ? ନିଷ୍କ୍ରୀୟ କାହିଁକି କରାଯାଇନଥିଲା? ଏହାର ନିରପେକ୍ଷ ତଦନ୍ତର ଆବଶ୍ୟକତା ରହିଛି। ବିଜେଡ଼ି ନିର୍ବାଚନକୁ ପ୍ରଭବିତ କରିବାକୁ ଚାହୁଁଛି। ଏ ପ୍ରସଙ୍ଗରେ ବିଜେପି ନିର୍ବାଚନ କମିଶନ (Election Commission) ଙ୍କ ନିକଟକୁ ଯିବ। ନିର୍ବାଚନ ସମୟରେ ଏପରି ହେବା ଗଣତନ୍ତ୍ରର ସୁରକ୍ଷା ଉପରେ ପ୍ରଶ୍ନ ଉଠାଉଛି। ଯଦି ପୋଲିସ ସୁରକ୍ଷିତ ନୁହେଁ, ତେବେ ଲୋକଙ୍କୁ ସନ୍ଦେଶ ଯାଉଛି। ଯେ ଆମେ ସୁରକ୍ଷିତ ନୁହେଁ ବୋଲି ସମ୍ବିତ ପାତ୍ର କହିଛନ୍ତି।


ସେପଟେ ବିଜେପିର ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଲା ବିଜେଡି (BJD) । ବିଜେଡି ବିଧାୟକ ଦେବୀ ମିଶ୍ର (Debi Mishra) କହିଛନ୍ତି ଯେ, ଯଦି ସମ୍ବିତ ପାତ୍ରଙ୍କ ପାଖରେ କିଛି ଠୋସ ପ୍ରମାଣ ଅଛି ତାହେଲେ ଉପସ୍ଥାପନ କରନ୍ତୁ। ଏଭଳି ଅବାନ୍ତର ଓ ଅପ୍ରାସଙ୍ଗିକ କଥା କହିଲେ କିଛି ଲାଭ ନାହିଁ। ଥାନା ଉଡିଛି। ତାଙ୍କ ବିଭାଗ ତଦନ୍ତ କରିବ। ଘଟଣାର ତଦନ୍ତ ହେବ। ତାପରେ ଜଣାପଡ଼ିବ। ସମ୍ବିତ ପାତ୍ର ଔଷଧ ରାଗରେ ତାଟିଆ କାମୁଡିବା ଠିକ ନୁହେଁ। ବିଜେପି ପରାଜୟର ଆଶଙ୍କାରେ ଏଭଳି କହୁଛି। ବିରୋଧି ଦଳଙ୍କର ଚିରାଚରିତ ଅଭ୍ୟାସ। ଯେଉଁ ଦଳ ନିର୍ବାଚନ ଜିତନ୍ତି, ସେମାନେ ବୁଥ୍ କ୍ୟାପଚର, ଅର୍ଥ ବଳ, ବାହୁ ବଳ କଲେ ବୋଲି ବିରୋଧି ଅଭିଯୋଗ କରନ୍ତି। ବିଜେପି ଲୋକଙ୍କ ମୁଡ୍ ବିଜେଡ଼ି ଆଡକୁ ହେଉଥିବା ଦେଖି ଫ୍ରଷ୍ଟ୍ରେସନରେ ଏ ସବୁ କହୁଛି। 


Also Read: ଶର୍ମିଷ୍ଟା ମୁଖାର୍ଜୀଙ୍କ ବଡ଼ ଫଇସଲା; ହାତକୁ ହଁ, ରାଜନୀତିକୁ ନା


ସୂଚନାଯୋଗ୍ୟ, ସୋମବାର ବିଳମ୍ବିତ ରାତିରେ ବଳଙ୍ଗା ଥାନାରେ ଭୟଙ୍କର ବିସ୍ଫୋରଣ ହୋଇଥିଲେ। ୨୦୧୮ରୁ ଜବତ ବୋମା ଓ ବାଣ ବିସ୍ଫୋରଣ ଯୋଗୁଁ ଥାନାର ଛାତ ଉଡି ଯାଇଥିବା ବେଳେ କାନ୍ଥ ଭୁଶୁଡି ପଡିଛି। ଅଫିସର ସମସ୍ତ ଆସବାବପତ୍ର ବି ସମ୍ପୂର୍ଣ୍ଣଭାବେ ନଷ୍ଟ ହୋଇଯାଇଛି। ଏହି ଘଟଣା ପରେ ରାଜ୍ୟର ସମସ୍ତ ଥାନାର ମାଲଖାନାରେ ଥିବା ବିସ୍ପୋରକ ସାମଗ୍ରୀକୁ ନିଷ୍କ୍ରୀୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବଳଙ୍ଗା ଥାନାରେ ଜବତ ବୋସ୍ପୋରକ ସାମଗ୍ରୀକୁ କିଏ ସୁରକ୍ଷିତ ରଖିଥିଲେ ,କାହିଁକି ନିଷ୍କ୍ରିୟ ହୋଇନଥିଲା ତାହାର ତଦନ୍ତ ହେବ ଓ ଦୋଷୀ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ରାଞ୍ଚଳ ରେଂଜ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି।