Foreign Tour of Rahul Gandhi: ବର୍ତ୍ତମାନ କଂଗ୍ରେସ ଲାଗି ବେଳକାଳ ଭଲ ନ ଥିବା ଜଣାପଡିୁଛି। ଚଳିତ ବର୍ଷ ଶେଷ ଆଡକୁ ଗୁଜୁରାଟ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ଦଳ ଛାଡିଛନ୍ତି ଦଳର ଯୁବନେତା ହାର୍ଦ୍ଦିକ ପଟେଲ। ତାଙ୍କ ବ୍ୟତୀତ ଦଳର ଅନ୍ୟତମ ବରିଷ୍ଠ ନେତା ତଥା ପୂର୍ବତନ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ସୁନୀଲ ଜାଖଡ଼। ଏଭଳି ପରିସ୍ଥିତିରେ ଯେତେବେଳେ ଦଳ ଏକ ବଡ଼ ସଙ୍କଟ ଦେଇ ଗତି କରୁଛି ସେତେବେଳେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଅଛନ୍ତି।


COMMERCIAL BREAK
SCROLL TO CONTINUE READING

ନିକଟରେ ରାଜସ୍ଥାନସ୍ଥିତ ଉଦୟପୁର ଠାରେ ଆୟୋଜିତ ହୋଇଥିଲା କଂଗ୍ରେସ ଚିନ୍ତନ ଶିବିର। ହେଲେ ଏହି ଶିବିର ଶେଷ ହେବା ପରେ ଏପରି ଲାଗୁଛି ଯେ ରାହୁଲ ଗାନ୍ଧୀ ସମସ୍ତ ଚିନ୍ତା ଛାଡି ଦେଇଛନ୍ତି। ସଦ୍ୟ ତାଙ୍କର ଲଣ୍ଡନ ଗସ୍ତକୁ ନେଇ ଏପରି ଚର୍ଚ୍ଚା ହେଉଛି। ରାହୁଲ ଗାନ୍ଧୀ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟ ଠାରେ ଆୟୋଜିତ ହେଉଥିବା "ଆଇଡିଆ ଫର ଇଣ୍ଡିଆ" (Idea for India) ନାମକ କାର୍ଯ୍ୟକ୍ରମରେ ନିଜର ମତାମତ ଦେବାକୁ ଲଣ୍ଡନ ଯାତ୍ରା କରିଛନ୍ତି।


ଏନେଇ ପ୍ରତିକ୍ରିୟା ରଖି କଂଗ୍ରେସ ମିଡି଼ଆ ବିଭାଗ ମୁଖ୍ୟ ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଦେଶର ବର୍ତ୍ତମାନ ଏବଂ ଭବିଷ୍ୟତ ବାବଦରେ ପ୍ରବାସୀ ଭାରତୀୟଙ୍କ ସହ ଚର୍ଚ୍ଚା କରିବା ଲାଗି ଲଣ୍ଡନ ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ। ମେ ୨୩ ତାରିଖରେ କେମ୍ବ୍ରିଜ ୟୁନିଭରସିଟି ଠାରେ "୭୫ କା ଭାରତ: ଏକ ସ୍ଥିର-ଆଧୁନିକ ଭାରତ ଏବଂ ଆଗାମୀ ପଥ" ବିଷୟ ଉପରେ ସମ୍ବୋଧିତ କରିବେ ସେ। ଶୁକ୍ରବାର ଲଣ୍ଡନ ଠାରେ "ଆଇଡିଆ ଫର ଇଣ୍ଡିଆ" କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସେ ଗୁରୁବାର ସନ୍ଧ୍ୟାରେ ଲଣ୍ଡନରେ ପହଞ୍ଚିବେ। ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ କଂଗ୍ରେସ ନେତା ସଲମାନ ଖୁରdସିଦ ଏବଂ ପ୍ରିୟାଙ୍କ ଖାର୍ଗେ ମଧ୍ୟ ସେଠାରେ ପହଞ୍ଚିଛନ୍ତି। କୋରୋନା ମହାମାରୀ ପରେ ଯାତ୍ରାରେ ସ୍ୱାଭାବିକ ପରିସ୍ଥିତି ଆସିବା ପରେ ଏହା ହେଉଛି ରାହୁଲ ଗାନ୍ଧୀଙ୍କ ପ୍ରଥମ ବିଦେଶ ଯାତ୍ରା।


Also Read: ରାଲି ପୂର୍ବରୁ କର୍ମକର୍ତ୍ତାଙ୍କୁ ପଚାରିଲେ ନେତା; କହିଲେ କ'ଣ କୁହାଯିବ?


ରାହୁଲ ଗାନ୍ଧୀ ଏପରି ଏକ ସମୟରେ ବିଦେଶ ଗସ୍ତ କରୁଛନ୍ତି ଯେତେବେଳେ ଅନେକ ରାଜ୍ୟରେ କଂଗ୍ରେସ ଦଳ ଆଭ୍ୟନ୍ତରୀଣ ମତଭେଦ ସହ ସଂଗ୍ରାମ କରୁଛି।