ରାଲି ପୂର୍ବରୁ କର୍ମକର୍ତ୍ତାଙ୍କୁ ପଚାରିଲେ ନେତା; କହିଲେ କ'ଣ କୁହାଯିବ?
Advertisement
Article Detail0/zeeodisha/odisha1176958

ରାଲି ପୂର୍ବରୁ କର୍ମକର୍ତ୍ତାଙ୍କୁ ପଚାରିଲେ ନେତା; କହିଲେ କ'ଣ କୁହାଯିବ?

ଏପରି ସ୍ଥିତି ସେତେବେଳେ ଉପୁଜିଥାଏ ଯେତେବେଳେ ଆପଣ ବ୍ୟକ୍ତିଗତ ବିଦେଶ ଯାତ୍ରା ଏବଂ ନାଇଟ କ୍ଲବ ମଧ୍ୟରେ ରାଜନୀତି କରିଥାନ୍ତି।   

ରାଲି ପୂର୍ବରୁ କର୍ମକର୍ତ୍ତାଙ୍କୁ ପଚାରିଲେ ନେତା; କହିଲେ କ'ଣ କୁହାଯିବ?

ହାଇଦ୍ରାବାଦ: ସଦ୍ୟ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ଭିଡି଼ଓ ଭାଇରାଲ ହେଉଛି। ଯାହାକୁ ନେଇ ତାଙ୍କୁ ଟାର୍ଗେଟ କରିଛି ବିଜେପି। ଏନେଇ ଟ୍ୱିଟ କରି ବିଜେପି ନେତା ଅମିତ ମାଲବୀୟ ଯେତେବେଳେ ଆପଣ ବ୍ୟକ୍ତିଗତ ବିଦେଶ ଯାତ୍ରା ଏବଂ ନାଇଟ କ୍ଲବ ପରେ ରାଜନୀତି କରିଥାନ୍ତି ସେତେବେଳେ ଏପରି ହୋଇଥାଏ। ଭାଇରାଲ ଭିଡ଼ିଓ ରେ ଦେଖିବାକୁ ମିଳିଛି ରାହୁଲ ଗାନ୍ଧୀ ଜଣେ କଂଗ୍ରେସ କର୍ମକର୍ତ୍ତାଙ୍କୁ ପଚାରୁଛନ୍ତି ବର୍ତ୍ତମାନ କେଉଁ ପ୍ରସଙ୍ଗ ରହିଛି?     

ଶନିବାର ଏହି ଭିଡ଼ିଓ ଟ୍ୱିଟ କରି ଅମିତ ମାଲବୀୟ କହିଛନ୍ତି ଶୁକ୍ରବାର କୃଷକଙ୍କ ଲାଗି ଆୟୋଜିତ ହୋଇଥିବା ଏକ ରାଲିକୁ ସମ୍ବୋଧିତ କରିବା ପାଇଁ ତେଲେଙ୍ଗାନା ୱରଙ୍ଗଲ ଠାରେ ପହଞ୍ଚିଥିଲେ ରାହୁଲ ଗାନ୍ଧୀ। ମାତ୍ର ରାଲି ପୂର୍ବରୁ କଂଗ୍ରେସ କର୍ମକର୍ତ୍ତାଙ୍କ ସହ ଏକ ବୈଠକ କରିଥିଲେ। ବୈଠକରେ ଯୋଗ ଦେଇଥିବା ଦଳୀୟ କର୍ମକର୍ତ୍ତାଙ୍କୁ ରାହୁଲ ଗାନ୍ଧୀ ପଚାରୁଛନ୍ତି ରାଲିରେ କ'ଣ କୁହାଯିବ? ବର୍ତ୍ତମାନ କେଉଁ ପ୍ରସଙ୍ଗ ରହିଛି?  ଏପରି ସ୍ଥିତି ସେତେବେଳେ ଉପୁଜିଥାଏ ଯେତେବେଳେ ଆପଣ ବ୍ୟକ୍ତିଗତ ବିଦେଶ ଯାତ୍ରା ଏବଂ ନାଇଟ କ୍ଲବ ମଧ୍ୟରେ ରାଜନୀତି କରିଥାନ୍ତି।  

Also Read: ସଫେଇ ପାଇଁ ସ୍ୟାମ୍ପେନ୍; ନାଇଟ୍ କ୍ଲବରେ ରାହୁଲ, ବୋତଲ ଖୋଲିଲେ ଜାଭଡେକର

ଶୁକ୍ରବାର ତେଲେଙ୍ଗାନା ୱାରଙ୍ଗଲ ଠାରେ ଆୟୋଜିତ ହୋଇଥିବା କୃଷକ ରାଲି କୁ ସମ୍ବୋଧିତ କରି ରାହୁଲ ଗାନ୍ଧୀ କହିଛନ୍ତି ରାଜ୍ୟରେ କଂଗ୍ରେସ ଗଠିତ ହେବା ପରେ ୨ ଲକ୍ଷ ଟଙ୍କା  ପର୍ଯ୍ୟନ୍ତ କୃଷି ଋଣ ଛାଡ଼ କରାଯିବ। ଫସଲକୁ ସର୍ବନିମ୍ନ ସହାୟକ ମୂଲ୍ୟ ଆଧାରରେ କ୍ରୟ କରିବାକୁ ସୁନିଶ୍ଚିତ କରାଯିବ। ଏହା କୌଣସି ଘୋଷଣା ନୁହେ। ଏନେଇ ଆମେ ଗ୍ୟାରେଣ୍ଟି ଦେଉଛୁ। 

Also Read: କିଏ ଏହି ମହିଳା ଯାହା ସହ ଏବେ ଭାଇରାଲ ହେଉଛି ରାହୁଲ ଗାନ୍ଧୀଙ୍କ ଭିଡିଓ?

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓଙକୁ ଟାର୍ଗେଟ କରି ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ  ଗଠନ କରିବା ପାଇଁ ଯେଉଁ ସ୍ୱପ୍ନ ଦେଖାଯାଇଥିଲା ତାହା ପୂରଣ ହୋଇନାହିଁ। କେବେଳ ଏହାର ଫାଇଦା ବିଗତ ୮ ବର୍ଷ ହେବ ଗୋଟିଏ ରାଜ୍ୟ ନେଇଛି। ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠନ ହେଲେ କ୍ଷତି ହେବ ଏକଥା କଂଗ୍ରେସ ଜାଣିଥିଲା। ମାତ୍ର ଦଳ ରାଜ୍ୟବାସୀଙ୍କ ସହ ଛିଡ଼ା ହୋଇଥିଲା। ତେଲେଙ୍ଗାନା ହେଉଛି ଏକ ନୂଆ ରାଜ୍ୟ ଯାହା ଏତେ ସହଜରେ ଗଠିତ ହୋଇନଥିଲା। ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ରାଜ୍ୟବାସୀଙ୍କୁ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ସ୍ୱତନ୍ତ୍ର ତେଲେଙ୍ଗାନା କୌଣସି ବ୍ୟକ୍ତିଙ୍କ ଲାଗି ଗଠିତ ହୋଇନଥିଲା। ଗୋଟିଏ ସ୍ୱପ୍ନ ପୂରଣ କରିବା ପାଇଁ ସ୍ୱତନ୍ତ୍ର ତେଲେଙ୍ଗାନା ରାଜ୍ୟ ଗଠିତ ହୋଇଥିଲା।