Maharashtra Assembly Speaker: ମହାରାଷ୍ଟ୍ର ବିଧାନସଭାରେ ଅନୁଷ୍ଠିତ ହୋଇଥିବା ବାଚସ୍ପତି ନିର୍ବାଚନରେ ​​ବିଜେପି ଏବଂ ବିଦ୍ରୋହୀ ଶିବେସନା ବିଧାୟକ ଦଳର ପ୍ରାର୍ଥୀ ରାହୁଲ ନାର୍ବେକର ବାଜିମାତ କରିଛନ୍ତି। ବିଧାନସଭାରେ ମୁଣ୍ଡ ଗଣତି (Head Counting) ମାଧ୍ୟମରେ ଭୋଟ୍ ପ୍ରକ୍ରିୟା ସମାପ୍ତ ହୋଇଥିଲା। ଏହି ନିର୍ବାଚନରେ ସେ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ। ତାଙ୍କୁ ୧୬୪ ଭୋଟ୍ ମିଳିଥିଲା। ରାହୁଲ ନାର୍ବେକର ବିରୋଧୀ ପ୍ରାର୍ଥୀ ରାଜନ ସାଲ୍ବିଙ୍କୁ ପରାସ୍ତ କରିଛନ୍ତି। ବିରୋଧି ପ୍ରାର୍ଥୀ ଆବଶ୍ୟକୀୟ ବହୁମତ  ସଂଖ୍ୟା ପାଖରେ ମଧ୍ୟ ପହଞ୍ଚି ପାରିନଥିଲେ। ଯଦିଓ ପୂର୍ବରୁ ଅନୁମାନ କରାଯାଉଥିଲା ଯେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ନିର୍ବାଚନରେ ​​ରାହୁଲ ନାର୍ବେକର ବାଜିମାତ କରିବେ। ସଂଖ୍ୟାବଳ ତାଙ୍କ ସପକ୍ଷରେ ରହିଥିଲା। ମୁମ୍ବାଇସ୍ଥିତ କୋଲାବା ବିଧାନସଭାର ଆସନର ବିଧାୟକ ହେଉଛନ୍ତି ରାହୁଲ ନାର୍ବେକର। ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ହାତ ଧରିଥିଲେ। ଏହା ପୂର୍ବରୁ ସେ ଏନସିପି ଏବଂ ଶିବସେନା ସହ ଜଡିତ ରହିଛନ୍ତି।


COMMERCIAL BREAK
SCROLL TO CONTINUE READING

ମହାରାଷ୍ଟ୍ର ବିଧାନସଭାର ନୂତନ ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବା ରାହୁଲ ନାର୍ବେକର ହେଉଛନ୍ତି ମୁମ୍ବାଇସ୍ଥିତ କୋଲାବା ବିଧାନସଭାର ଆସନର ବିଧାୟକ। ବିଜେପି ହାତ ଧରିବା ପୂର୍ବରୁ ସେ ଏନସିପି ଏବଂ ଶିବସେନା ସହ ଜଡ଼ିତ ରହିଥିଲେ। ସେ ବରିଷ୍ଠ ଏନସିପି ନେତା ତଥା ମହାରାଷ୍ଟ୍ର ବିଧାନ ପରିଷଦ ଅଧ୍ୟକ୍ଷ ରାମରାଜକେ ନାଇକଙ୍କ ଜ୍ୱାଇଁ।  ଗତ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ ସେ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ହୋଇଛନ୍ତି।


ଶିବସେନା ଏବଂ ଏନସିପି ଠାରୁ ସମ୍ପର୍କ ତୁଟାଇବା ପରେ ବିଜେପି ହାତ ଧରିଥିବା ରାହୁଲ ନାର୍ବେକର ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ କୋଲବା ଆସନରେ ସେ କଂଗ୍ରେସ ପ୍ରାର୍ଥୀ ଅଶୋକ ଜଗତାପଙ୍କୁ ପରାସ୍ତ କରିଥିଲେ। 'ଜୟ ଭବାନୀ, ଜୟ ଶିବାଜୀ', 'ଜୟ ଶ୍ରୀରାମ', 'ଭାରତ ମାତା କି ଜୟ', 'ବନ୍ଦେ ମାତରାମ' ସ୍ଲୋଗାନ ମଧ୍ୟରେ ବିଜେପି ବିଧାୟକ ରାହୁଲ ନାର୍ବେକର ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଧାନସଭା ବାଚସ୍ପତି ନିର୍ବାଚନରେ ​ବା​ଜିମାତ କରିବା ପରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଉପମୁଖ୍ୟମନ୍ତ୍ରୀ  ଦେବେନ୍ଦ୍ର ଫଡନାଭୀସଙ୍କ ସହ ବହୁ ନେତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।


Also Read: Maharashtra Floor Test: ଜୁଲାଇ ୪ ତାରିଖରେ ବହୁମତ ସାବ୍ୟସ୍ତ କରିବେ ଏକନାଥ ସିନ୍ଦେ