Maharashtra Floor Test: ଜୁଲାଇ ୪ ତାରିଖରେ ବହୁମତ ସାବ୍ୟସ୍ତ କରିବେ ଏକନାଥ ସିନ୍ଦେ
Advertisement
Article Detail0/zeeodisha/odisha1240547

Maharashtra Floor Test: ଜୁଲାଇ ୪ ତାରିଖରେ ବହୁମତ ସାବ୍ୟସ୍ତ କରିବେ ଏକନାଥ ସିନ୍ଦେ

Maharashtra Floor Test: ଜୁଲାଇ ୩ ତାରିଖରେ  ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ।

Maharashtra Floor Test: ଜୁଲାଇ ୪ ତାରିଖରେ ବହୁମତ ସାବ୍ୟସ୍ତ କରିବେ ଏକନାଥ ସିନ୍ଦେ

Maharashtra Floor Test: ଜୁଲାଇ ୩ ତାରିଖରେ ମହାରାଷ୍ଟ୍ର ବିଧାନସଭାରେ ବହୁମତ ସାବ୍ୟସ୍ତ କରିବ ବିଜେପି-ଶିବସେନା ମେଣ୍ଟ ସରକାର। ଶୁକ୍ରବାର ବିଜେପି ବିଧାୟକ ରାହୁଲ ନାର୍ୱେକର ବିଧାନସଭା ବାଚସ୍ପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଯଦି ଆବଶ୍ୟକ ହୁଏ ତାହେଲ ଏହି ପଦ ପାଇଁ ନିର୍ବାଚନ ଜୁଲାଇ ୩ ତାରିଖରେ ଅନୁଷ୍ଠିତ ହୋଇପାରେ। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ଜଣେ ଅଧିକାରୀ। 

ଏନେଇ ସେ କହିଛନ୍ତି ୩ ଜୁଲାଇରୁ ୨ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେଉଛି। ଗତ ବର୍ଷ ଫେବୃଆରୀରେ କଂଗ୍ରେସ ବିଧାୟକ ନାନା ପଟୋଲେ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ଖାଲି ପଡ଼ିଥିଲା।  ମହାରାଷ୍ଟ୍ର ବିଧାନ ଭବନର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୪ ଜୁଲାଇରେ ଗୃହରେ ବହୁମତ ସାବ୍ୟସ୍ତ କରିବେ। ବିଦ୍ରୋହୀ ଶିବସେନା ବିଧାୟକ ମୁମ୍ବାଇ ଫେରୁଥିବା ନେଇ ଜଣାଇଛନ୍ତି ସେମାନଙ୍କ ନେତା ଏକନାଥ ସିନ୍ଦେ।

ଜୁଲାଇ ୩-୪ ତାରିଖରେ ରାଜ୍ୟପାଳ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଆମ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ରହିଛି। ଯାହା ଆହୁରି ବୃଦ୍ଧି ପାଉଛି। ବିଧାନସଭାରେ ଆମ ପାଖରେ ସଂଖ୍ୟାଗରିଷ୍ଠତା ରହିଛି। ମହାରାଷ୍ଟ୍ରର ସ୍ୱାର୍ଥ ରକ୍ଷା କରୁଥିବା ନିଷ୍ପତ୍ତି ଆମ ସରକାର ନେବ। 

ଗତ ବୁଧବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦରୁ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଇସ୍ତଫା ଦେବା ପରେ ଗାଦିଚ୍ୟୁତ ହୋଇଥିଲା ମହା ବିକାଶ ଅଘାଡ଼ି ସରକାର। ଏହା ପରେ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସ ଏବଂ ବିଦ୍ରୋହୀ ଶିବସେନା ବିଧାୟକଙ୍କ ନେତା ଏକନାଥ ସିନ୍ଦେ ଗୁରୁବାର ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ ଲାଗି ଦାବି ଉପସ୍ଥାପନ କରିଥିଲେ। ସେହି ଦିନ ସନ୍ଧ୍ୟାରେ ଏକନାଥ ସିନ୍ଦେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭୀସ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ନେଇଥିଲେ। ମୁଖ୍ୟମନ୍ତ୍ରୀ   ଏକନାଥ ସିନ୍ଦେ ତାଙ୍କ ସଫଳତାର ଶ୍ରେମ ବିଜେପି ନେତା ଦେବେନ୍ଦ୍ର ଫଡନାଭୀସଙ୍କୁ ଦେଇଥିଲେ।

ଏନେଇ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ କହିଥିଲେ ଯେ ଲୋକେ ଭାବୁଥିଲେ ଯେ ବିଜେପି କ୍ଷମତା ପାଇଁ ବ୍ୟାକୁଳ ହୋଇଉଠିଛି। ହେଲେ ବାସ୍ତବରେ ଏହା ଦେବେନ୍ଦ୍ର ଫଡନାଭୀସଙ୍କ ଏକ ରଣନୀତି। ବହୁ ସଂଖ୍ୟକ ବିଧାୟକ ରହିଥିବା ସତ୍ତ୍ୱେ ଅନ୍ୟ କାହାକୁ କ୍ଷମତା ହସ୍ତାନ୍ତର କରିବା ପାଇଁ ଏକ ବଡ ହୃଦୟ ଆବଶ୍ୟକ। ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ହାତରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦ ଛଡ଼ାଇ ନେବା ପରେ ଏକନାଥ ସିନ୍ଦେଙ୍କୁ ମାତ୍ର ୩ ଦିନ ମଧ୍ୟରେ ରାଜ୍ୟ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ହେବ।

Also Read: Maharashtra Politics: ମୁଖ୍ୟମନ୍ତ୍ରୀ ହେବା ପରେ ଟ୍ୱିଟର ପ୍ରୋଫାଇଲ ଫଟୋ ବଦଳାଇଲେ ଏକନାଥ ସିନ୍ଦେ