ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ଉତ୍ତର ଭାରତୀୟଙ୍କୁ କ୍ଷମା ମାଗନ୍ତୁ ରାଜ ଠାକରେ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ
ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟଙ୍କ ଅଯୋଧ୍ୟା ଗସ୍ତକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି।
Ramdas Athawale on Raj Thackeray: ଆସନ୍ତା ଜୁନ ୫ ତାରିଖରେ ଧର୍ମ ନଗରୀ ଅଯୋଧ୍ୟା ଗସ୍ତରେ ଆସୁଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକରେ। ମାତ୍ର ତାଙ୍କର ଅଯୋଧ୍ୟା ଗସ୍ତକୁ ନେଇ ସରଗରମ ହେବାରେ ଲାଗିଛି ରାଜନୀତି। ଏହି ପ୍ରସଙ୍ଗକୁ ନେଇ ୨ ବିଜେପି ଲୋକସଭା ସାଂସଦ ମୁହାଁମୁହିଁ ହୋଇସାରିଛନ୍ତି। ଅନ୍ୟପଟେ ଅଯୋଧ୍ୟା ଗସ୍ତକୁ ରାଜ ଠାକରେଙ୍କୁ ଏକ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ।
ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ ଅଠାୱଲେ (Republican Party of India-Athawale) ଆରପିଆଇ-ଏ (RPI-A) ରାମଦାସ ଅଠାୱଲେ (Ramdas Athawale) କହିଛନ୍ତି ମହାରାଷ୍ଟ୍ର ନବନିର୍ମାଣ ସେନା (Maharashtra Navnirman Sena) ଏମଏନଏସ ମୁଖ୍ୟ (MNS Chief ) ରାଜ ଠାକରେ (Raj Thackeray) ଅଯୋଧ୍ୟା ଗସ୍ତ କରିବା ପୂର୍ବରୁ ଉତ୍ତର ଭାରତୀୟଙ୍କୁ କ୍ଷମା ମାଗିବା ଆବଶ୍ୟକ।
Also Read: ରାଜସ୍ଥାନର ବିକାଶ ପାଇଁ ପାଇଲଟଙ୍କୁ ମୋଦିଙ୍କ ସାଥ ଦେବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ ଅଠାୱଲେ
ନିକଟରେ ଥାନେ ଗସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ କହିଛନ୍ତି ମହାରାଷ୍ଟ୍ର ଲାଗି ବ୍ରାହ୍ମଣ ମୁଖ୍ୟମନ୍ତ୍ରୀ ଆବଶ୍ୟକ। ମୁଖ୍ୟମନ୍ତ୍ରୀ ପଦ ଲାଗି ଦେବେନ୍ଦ୍ର ଫଡନାଭୀସ ହେଉଛନ୍ତି ଉପଯୁକ୍ତ ବିକଳ୍ପ। ରାଜ୍ୟରେ ସରକାର ଗଠନ କରିବା ଲାଗି ଶିବେସନା କଂଗ୍ରେସ-ଏନସିପି ସହ ମେଣ୍ଟ କରି ବଡ଼ ଭୁଲ କରିଛି। ବର୍ତ୍ତମାନ ଶିବେସନା ମୁଖ୍ୟ ଉଦ୍ଧବ ଠାକରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। କେବଳ ରାମଦାସ ଅଠାୱଲେ ନୁହଁନ୍ତି ଅନ୍ୟତମ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ରାଓସାହେବ ଦାନବେ କହିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଜଣେ ବ୍ରାହ୍ମଣ ସମୁଦାର ସଦସ୍ୟଙ୍କୁ ଦେଖିବାକୁ ଚାହୁଁଛି।
ଅନ୍ୟପଟେ ଉତ୍ତର ପ୍ରଦେଶ କୈସରଗଞ୍ଜ ଲୋକସଭା ଆସନର (Kaiserganj Parliamentary Constituency) ବିଜେପି ସାଂସଦ ବୃଜଭୂଷଣ ସିଂହ (Brij Bhushan Sharan Singh) କହିଛନ୍ତି ଏମଏନଏସ ମୁଖ୍ୟ ରାଜ ଠାକରେଙ୍କୁ କୌଣସି ପରିସ୍ଥିତିରେ ଅଯୋଧ୍ୟାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ। ଏନେଇ ପ୍ରତିକ୍ରିୟା ରଖି ସାଂସଦ କହିଛନ୍ତି ଭଗବାନ ରାମ (Lord Ram) ଉତ୍ତର ଭାରତୀୟ (North Indian) ଥିଲେ। ରାଜ ଠାକେର ଭଗବାନ ରାମଙ୍କ ବଂଶଜ (Descendants of Lord Ram) ଉତ୍ତର ଭାରତୀୟଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ଯେ ପର୍ଯ୍ୟନ୍ତ ଏମଏନଏସ ମୁଖ୍ୟ ତାଙ୍କର ଏହି କାମ ପାଇଁ କ୍ଷମା ମାଗି ନାହାଁନ୍ତି ସେ ପର୍ଯ୍ୟନ୍ତ ତାଙ୍କୁ ଅଯୋଧ୍ୟା ଠାରେ ପ୍ରବେଶ କରିବାକୁ ଦିଆଯିବ ନାହିଁ।
Also Read: 'Go Corona Go' ପରେ ଆସିଲା କେନ୍ଦ୍ରମନ୍ତ୍ରୀଙ୍କ ନୂଆ ନାରା 'No Corona No'
ଗତ ୨୦୦୮ ବର୍ଷରେ ମରାଠୀ ମାନୁସ ସମର୍ଥନରେ ଆସି ଏମଏନଏସ ପକ୍ଷରୁ ଏକ ଆନ୍ଦୋଳନ କରାଯାଇଥିଲା। ଯେଉଁଥିରେ ଉତ୍ତର ଭାରତରୁ ଆସି ପ୍ରାର୍ଥୀ ରେଲୱେ ପରୀକ୍ଷା ଦେବାକୁ ମୁମ୍ବାଇ କଲ୍ୟାଣ ଠାରେ ପହଞ୍ଚିଥିଲେ। ସେ ଠାର ସେମାନଙ୍କ ସହ କଥିତ ଭାବେ ମାରପିଟ କରାଯାଇଥିଲା।