ସିନେମା ପରେ ରାଜନୀତିକୁ ଓହ୍ଲାଇଲେ ପାୟଲ, ଆରପିଆଇରେ ହେଲେ ସାମିଲ
Advertisement

ସିନେମା ପରେ ରାଜନୀତିକୁ ଓହ୍ଲାଇଲେ ପାୟଲ, ଆରପିଆଇରେ ହେଲେ ସାମିଲ

ତାଙ୍କୁ ଆରପିଆଇ ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। 

ସିନେମା ପରେ ରାଜନୀତିକୁ ଓହ୍ଲାଇଲେ ପାୟଲ, ଆରପିଆଇରେ ହେଲେ ସାମିଲ

ମୁମ୍ବାଇ: ବଲିଉଡ ଫିଲ୍ମ ନିର୍ଦ୍ଦେଶକ (Bollywood Film Director) ଅନୁରାଗ କଶ୍ୟପ (Anurag Kashyap) ଙ୍କ ବିରୁଦ୍ଧରେ ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ପାୟଲ ଘୋଷ (Actress Payal Ghosh) ଏବେ ସିନେମା (Cinema) ପରେ ଏବେ ରାଜନୀତି (Politics) କୁ ଓହ୍ଲାଇଛନ୍ତି। ସୋମବାର (ଅକ୍ଟୋବର ୨୬, ୨୦୨୦) ସେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ (Central Minister Ramdas Aathawale) ଙ୍କ ଦଳ ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ-ଆରପିଆଇ (RPI-Republican Party of India) ରେ  ସାମିଲ ହୋଇଛନ୍ତି। 

ଆରପିଆଇ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଅଠୱାଲେ ଅଭିନେତ୍ରୀ ପାୟଲଙ୍କୁ ତାଙ୍କ ଦଳରେ ସାମିଲ କରାଇଥିଲେ। ତାଙ୍କୁ ଆରପିଆଇ ମହିଳା ମୋର୍ଚ୍ଚା ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି। ଏ ଘଟଣାରେ କେନ୍ଦ୍ରମନ୍ତ୍ରୀ ଅଠୱାଲେ ଅଭିନତ୍ରୀ ପାୟଲଙ୍କୁ ସମର୍ଥନ ଜଣାଇଥିଲେ। ଏହା ସହିତ ପାୟଲ କେନ୍ଦ୍ରମନ୍ତ୍ରୀଙ୍କ ସହ ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରିଙ୍କୁ ଭେଟିବାକୁ ଯାଇଥିଲେ। ସେତେବେଳେ ମଧ୍ୟ କେନ୍ଦ୍ର ମନ୍ତ୍ରୀ ତାଙ୍କୁ ନ୍ୟାୟ ପ୍ରଦାନର ଆଶ୍ୱାସନା ଦେଇଥିଲେ।

 

 

ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କ ବିରୁଦ୍ଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣି କହିଥିଲେ ମୁଁ କ୍ୟାରିୟର ଆରମ୍ଭ କରିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ସହ ଆପତ୍ତିଜନକ କାର୍ଯ୍ୟ କରିଥିଲେ। ମୁଁ ମୋର କ୍ୟାରିଅରକୁ ବିପଦରେ ପକାଇଛି ଏବଂ ମୁଁ କେବଳ ଏତିକି କହିବାକୁ ଚାହେଁ ମୋ ସହ ଯାହା ଘଟିଛି ତାହା ଅନ୍ୟ କାହା ସହିତ ନଘଟୁ।