ରାଜସ୍ଥାନର ବିକାଶ ପାଇଁ ପାଇଲଟଙ୍କୁ ମୋଦିଙ୍କ ସାଥ ଦେବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ ଅଠାୱଲେ
Advertisement

ରାଜସ୍ଥାନର ବିକାଶ ପାଇଁ ପାଇଲଟଙ୍କୁ ମୋଦିଙ୍କ ସାଥ ଦେବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ ଅଠାୱଲେ

ରାଜସ୍ଥାନ ସଂକଟକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଅଠାୱାଲେ ।

ରାଜସ୍ଥାନର ବିକାଶ ପାଇଁ ପାଇଲଟଙ୍କୁ ମୋଦିଙ୍କ ସାଥ ଦେବା ଆବଶ୍ୟକ: କେନ୍ଦ୍ରମନ୍ତ୍ରୀ ଅଠାୱଲେ

ନୂଆଦିଲ୍ଲୀ: ରାଜସ୍ଥାନରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ତଥା ରିପବ୍ଲିକାନ ପାର୍ଟି ଅଫ ଇଣ୍ଡିଆ-ଆରପିଆଇ(Republican Party of India-RPI) ମୁଖ୍ୟ ରାମଦାସ ଅଠାୱଲେ(Ramdas Athawale) କଂଗ୍ରେସ ନେତା ସଚିନ ପାଇଲଟଙ୍କୁ ପ୍ରଶଂସା କରିବା ସହ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତଙ୍କ ବିରୁଦ୍ଧରେ ନିଷ୍ପତ୍ତି ନେବାକୁ ସ୍ୱାଗତ କରିଛନ୍ତି।

ଏନେଇ ମଙ୍ଗଳବାର ଟ୍ୱିଟ କରି ସେ କହିଛନ୍ତି, "ସଚିନ ପାଇଲଟ କଂଗ୍ରେସରୁ ଇସ୍ତଫା ଦେଇ ସଠିକ୍ ନିଷ୍ପତ୍ତି ନେଇଛନ୍ତି। ମୁଁ ତାଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସଚିନ ପାଇଲଟ ଜୀ ରାଜସ୍ଥାନର ବିକାଶ ପାଇଁ ଆଗକୁ ବଢିବା ଦରକାର ।"

ଆରପିଆଇ ମୁଖ୍ୟ ତଥା ବିଜେପି ସହଯୋଗୀ ଅଠାୱାଲେ କହିଛନ୍ତି, ଯଦି ପାଇଲଟ ଏବଂ ତାଙ୍କୁ ସମର୍ଥନ କରୁଥିବା ବିଧାୟକ ବିଜେପି ସହ ହାତ ମିଳାନ୍ତି ରାଜସ୍ଥାନରେ କଂଗ୍ରେସ କ୍ଷମତା ହରାଇବ।

 

 

ଏହା ସହିତ କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ପାଇଲଟଙ୍କୁ କଂଗ୍ରେସ ଏବଂ ମୁଖ୍ୟମନ୍ତ୍ରୀ ଗେହଲୋଟ୍ ସମ୍ମାନ ଦେଉନାହାଁନ୍ତି। ଯଦି ସଚିନ ପାଇଲଟ ଏବଂ ତାଙ୍କୁ ସମର୍ଥନ କରୁଥିବା ୩୦ ବିଧାୟକ ବିଜେପି ସହିତ ଆସନ୍ତି, ରାଜ୍ୟରେ ଏକ ବିଜେପି ସରକାର ଭାବେ କ୍ଷମତାକୁ ଆସିବ। ମଧ୍ୟପ୍ରଦେଶରେ କଂଗ୍ରେସ କ୍ଷମତା ହରାଇ ସାରିଛି, ଏହା ରାଜସ୍ଥାନରେ କ୍ଷମତା ହରାଇବାକୁ ଯାଉଛି ଏବଂ ଏହା ପରେ ମହାରାଷ୍ଟ୍ର ସରକାର ମଧ୍ୟ ବେଶୀ ଦିନ ରହିବ ନାହିଁ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି ।

ରାଷ୍ଟ୍ରୀବାଦୀ କଂଗ୍ରେସ ପାର୍ଟି-ଏନସିପି(Nationalist Congress Party-NCP) ସଭାପତି ଶରଦ ପାୱାରଙ୍କୁ ଶିବସେନା ସହ ସମ୍ପର୍କ ଛିନ୍ନ କରିବା ଏବଂ ବିଜେପି ନେତୃତ୍ୱାଧିନ ରାଷ୍ଟ୍ରୀୟ ଜନତାନ୍ତ୍ରିକ ଗଠବନ୍ଧନ-ଏନଡିଏ (National Democratic Alliance-NDA) ଯୋଗଦେବାକୁ ଅଠାୱାଲେ ନିବେଦନ କରିଛନ୍ତି ।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ରରେ ବିଜେପି, ଏନସିପି ଏବଂ ଆରପିଆଇ ମଧ୍ୟରେ ଏକ ବଡ ଗଠବନନ୍ଧନ ହେବା ଦରକାର, ଯେଉଁଠାରେ ଉଦ୍ଧବ ଠାକେର ସରକାରଙ୍କ ଦିନ ପାଖେଇ ଆସୁଛି। ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ଏକାଠି ହୋଇ ଗତ ବର୍ଷ ନଭେମ୍ବରରେ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ମହାବିକାଶ ଅଘାଡି (Mahavikash Agadi-MVA) ସରକାର ଗଠନ କରିଥିଲେ।

 

କଂଗ୍ରେସ ଏବଂ ଶିବସେନା ସହିତ ଏନସିପିର ଗଠବନ୍ଧନ ଲାଭଦାୟକ ହୋଇନାହିଁ। ଶିବସେନାକୁ ସମର୍ଥନ କରିବାକୁ ଏନସିପିର ନିଷ୍ପତ୍ତି ଏନସିପିକୁ କୌଣସି ଲାଭ ଦେଉନାହିଁ। ଯଦି ପାୱାର ସାହେବ ଦେଶ ଏବଂ ମହାରାଷ୍ଟ୍ରର ବିକାଶ ଚାହୁଛନ୍ତି, ତା’ହେଲେ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେବା ଉଚିତ ଏବଂ ସେ ଏନଡିଏରେ ଯୋଗଦେବାକୁ ଚିନ୍ତା କରିବା ଆବଶ୍ୟକ ।