Jalore Dalit Student Death Case: ରାଜସ୍ଥାନର ଜାଲୌର ଜିଲ୍ଲାରେ ହୋଇଥିବା ଜଣେ ଦଳିତ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ମାମାଲରେ ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାର ଲାଗି ସମସ୍ୟା ବଢିବାରେ ଲାଗିଛି। ଏହି ଘଟଣାରେ ଦଳୀୟ କଂଗ୍ରେସ ସରକାରଙ୍କୁ ଘେରିଛନ୍ତି। ରାଜସ୍ଥାନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରାଜେନ୍ଦ୍ର ଗୁଢା ରାଜ୍ୟରେ କ୍ଷମତାସୀନ କଂଗ୍ରେସ ସରକାରଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ମୃତକ ଛାତ୍ରଙ୍କ ପରିବାରକୁ ନ୍ୟାୟ ନ ମିଳେ ତାହେଲେ ସେ ତାଙ୍କ ସମର୍ଥନ ସରକାରରୁ ହଟାଇନେବେ।   ଏପରିକି ତାଙ୍କ ସଦସ୍ୟତା ଚାଲିଗଲେ ମଧ୍ୟ ସରକାରକୁ ସମର୍ଥନ କରିବେ ନାହିଁ। ଏହା ସହିତ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି କୌଣସି ଅପରାଧକୁ କୌଣସି ନିର୍ଦ୍ଦିଷ୍ଟ ସମାଜ ସହ ଯୋଡ଼ିବା ଠିକ ନୁହେଁ।


COMMERCIAL BREAK
SCROLL TO CONTINUE READING

ଗତ ୨୦୧୮ ରାଜସ୍ଥାନ ବିଧାନସଭା ନିର୍ବାଚନରେ (Rajasthan Assembly Election 2018) ରାଜସ୍ଥାନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ (Rajasthan Rural Development Minister) ରାଜେନ୍ଦ୍ର ଗୁଢା (Rajendra Guda) ବିଏସପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଏହା ପରେ ସେ ଦଳ ଛାଡି଼ କଂଗ୍ରେସ ହାତ ଧରିବା ସହ ମନ୍ତ୍ରୀ ପଦ ଗ୍ରହଣ କରିଥିଲେ। ଏହି ନିର୍ବାଚନରେ ମନ୍ତ୍ରୀ ରାଜେନ୍ଦ୍ର ଗୁଢାଙ୍କ ସମେତ ୬ ଜଣ ବିଏସପି ପ୍ରାର୍ଥୀ ବାଜିମାତ କରିଥିଲେ। ବର୍ତ୍ତମାନ ମନ୍ତ୍ରୀ କଂଗ୍ରେସ ନେତା  ହେବ ସହ ରାଜ୍ୟ ସରକାରରେ ମନ୍ତ୍ରୀ ଅଛନ୍ତି।


Also Read: ନାବାଳକ ନାମରେ ନୂଆ ଯୋଜନା କାର୍ଯ୍ୟକାର କରିବେ କର୍ଣ୍ଣାଟକ ସରକାର; ଭାବପ୍ରବଣ କରିଦେବ କାରଣ


ବୁଧବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ରାଜସ୍ଥାନ ମନ୍ତ୍ରୀ ରାଜେନ୍ଦ୍ର ଗୁଢା (Rajasthan Minist Rajendra Guda) କହିଛନ୍ତି ଯେ ଯଦି ଜାଲୌର ଜିଲ୍ଲାରେ (Jalore District) ହୋଇଥିବା ଜଣେ ଦଳିତ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ସରକାର କୌଣସି ପଦକ୍ଷେପ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି ନାହିଁ ଏବଂ ମୃତକ ଛାତ୍ରଙ୍କ ପରିବାର ନ୍ୟାୟ ନ ମିଳେ ତାହେଲେ ମୁଁ ଏବଂ ମୋର ସହଯୋଗୀ କଂଗ୍ରେସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିବୁ। ଯଦିଓ ଏଥିପାଇଁ ଆମକୁ ଆମ ସଦସ୍ୟତା ହରାଇବାକୁ ପଡିଲେ ମଧ୍ୟ ଆମେ ସରକାରରୁ ଆମର ସମର୍ଥନ ପ୍ରତ୍ୟାହାର କରିବୁ।  


ଗତ ଅଗଷ୍ଟ ୧୩ ତାରିଖରେ ରାଜସ୍ଥାନ ଜାଲୌର ଜିଲ୍ଲାର (Jalore District ) ଦଳିତ ଛାତ୍ର ଇନ୍ଦ୍ର ମେଘୱାଲଙ୍କ (Inder Meghwal) ଅହମ୍ମଦାବାଦସ୍ଥିତ ଏକ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ମୃତକ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ଯେ ଇନ୍ଦ୍ର ଗତ ଜୁଲାଇ ୨୦ ତାରିଖରେ ବିଦ୍ୟାଳୟରେ ରହିଥିବା ଏକ ହାଣ୍ଡିକୁ ଛୁଇଁ ଦେଇଥିଲା। ଏହି ଘଟଣାରେ ଇନ୍ଦ୍ରଙ୍କୁ ବିଦ୍ୟାଳୟର ଶିକ୍ଷକ ଛୈଲ ସିଂହଙ୍କୁ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ଏହି ମାମଲାରେ ଅଭିଯୁକ୍ତ ଶିକ୍ଷକଙ୍କୁ ଗିରଫ କରାଯାଇଛି।  


Also Read: ହନୁମାନ ମନ୍ଦିରରେ ପହଞ୍ଚିଗଲା ନାବାଳକ; ଦଳିତ ପରିବାର ଉପରେ ଲାଗିଲା ୨୫ ହଜାର ଟଙ୍କାର ଜରିମାନା


ଏହି ଘଟଣା ସହ ଜଡ଼ିତ ବିଭିନ୍ନ ଖବର ସାମ୍ନାକୁ ଆସୁଛି। ଗତ ଜୁଲାଇ ୨୦ ତାରିଖରେ ଇନ୍ଦ୍ର ତାହାର ଜଣେ ସହପାଠୀଙ୍କ ସହ ଝଗଡା କରିଥିଲେ। ଏହି ଘଟଣାରେ ଶିକ୍ଷକ ଛୈଲ ସିଂହ ଉଭୟ ଛାତ୍ରଙ୍କୁ ଥାପଡ ମାରିଥିଲେ। ଏହାର ପର ଦିନ ଇନ୍ଦ୍ର ବିଦ୍ୟାଳୟ ଆସିନଥିଲା। ପୂର୍ବରୁ ଇନ୍ଦ୍ରର କାନ ସମ୍ବନ୍ଧୀୟ ରୋଗ ହୋଇଥିଲା। ଶିକ୍ଷକ ଛୈଲ ସିଂହ ଇନ୍ଦ୍ରକୁ ଥାପଡ ମାରିବା କାରଣରୁ ଇନ୍ଦ୍ରର କାନରୁ ରକ୍ତ ବାହାରିଥିଲା। ଯାହା ଇନ୍ଦ୍ରର ପରିବାର ଲୋକେ ତାକୁ ଡାକ୍ତରଖାନା ନେଇ ଯାଇଥିଲେ। ହେଲେ ରୋଗ ବଢିଯିବା କାରଣରୁ ଇନ୍ଦ୍ରକୁ ବଞ୍ଚାଯାଇ ପାରିଲା ନାହିଁ। ଏହାର ୨୦ ଦିନ ପରେ ଇନ୍ଦ୍ରର ମୃତ୍ୟୁ ହୋଇ ଯାଇଥିଲା।