ହନୁମାନ ମନ୍ଦିରରେ ପହଞ୍ଚିଗଲା ନାବାଳକ; ଦଳିତ ପରିବାର ଉପରେ ଲାଗିଲା ୨୫ ହଜାର ଟଙ୍କାର ଜରିମାନା
Advertisement

ହନୁମାନ ମନ୍ଦିରରେ ପହଞ୍ଚିଗଲା ନାବାଳକ; ଦଳିତ ପରିବାର ଉପରେ ଲାଗିଲା ୨୫ ହଜାର ଟଙ୍କାର ଜରିମାନା

ଗତ ୨୦ ତାରିଖ ସୋମବାର ଏହି ମାମଲା ସ୍ଥାନୀୟ ଥାନାରେ ପହଞ୍ଚିଥିଲା। ତଦନ୍ତ କରିବା ପରେ ପୋଲିସ ଏପରି ଘଟଣା ଘଟିଥିବା ନେଇ ସ୍ପଷ୍ଟ କରିଥିଲା।

 ହନୁମାନ ମନ୍ଦିରରେ ପହଞ୍ଚିଗଲା ନାବାଳକ; ଦଳିତ ପରିବାର ଉପରେ ଲାଗିଲା ୨୫ ହଜାର ଟଙ୍କାର ଜରିମାନା

ବେଙ୍ଗାଲୁରୁ: ଜନ୍ମଦିନ ଅବସରରେ ହନୁମାନ ମନ୍ଦିର ଦର୍ଶନ କରିବା ପଡିଲା ମହଙ୍ଗା। ଏହି ଘଟଣାରେ ଗୋଟିଏ ପରିବାର ଉପରେ ଲଗାଯାଇଛି ୨୫ ହଜାର ଟଙ୍କାର ଜୋରିମାନା। କର୍ଣ୍ଣାଟକର କୋପ୍ପାଲ ଜିଲ୍ଲା ଅଧିନସ୍ଥ ମିୟାଁପୁର ଗ୍ରାମରେ ଘଟିଯାଇଛି ଏଭଳି ଘଟଣା। ଦେଶରୁ ଜାତି ପ୍ରଥା ହଟାଇବା ଲାଗି କରାଯାଉଥିବା ପ୍ରୟାସ କେତେମାତ୍ରାରେ ସଫଳ ହେଉଛି ତାହା ଉପରୋକ୍ତ ଘଟଣାରୁ ଦୃଶ୍ୟମାନ ହେଉଛି।

ଏନେଇ ପ୍ରତିକ୍ରିୟା ରଖି କର୍ଣ୍ଣାଟକ ପୋଲିସ ପକ୍ଷରୁ କୁହାଯାଇଛି ରାଜ୍ୟର କୋପ୍ପାଲ ଜିଲ୍ଲା ଅଧିନସ୍ଥ ମିୟାଁପୁର ଗ୍ରାମର ନିବାସୀ ଚନ୍ଦ୍ରଶେଖରନ ନିଜ ୨ ବର୍ଷର ପୁଅର ଜନ୍ମଦିନ ଅବସରରେ ସେ ତାକୁ ନେଇ ନିଜ ଗ୍ରାମରେ ଅବସ୍ଥିତ ଥିହା  ହନୁମାନ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ। ସେଠାରେ ତାଙ୍କ ପୁଅ କୌତୂହଳବଶତଃ ମନ୍ଦିର ଭିତରକୁ ପଶି ଯାଇଥିଲା। ହେଲେ ଏହାକୁ ସହଜେ ଗ୍ରହଣ କରିପାରିନଥିଲେ ମନ୍ଦିରର ପୂଜକ। ଏପରିକି ପୂଜକ ଜଣକ ପୁଅର ଏହି କାମ ପାଇଁ ଚନ୍ଦ୍ରଶେଖରନଙ୍କୁ ଗାଳି କରିବାକୁ ପଛାଇନଥିଲେ।

ଏ ଘଟଣାକୁ ନେଇ ସେପ୍ଟମ୍ବର ୧୧ ତାରିଖରେ ତାରିଖରେ ବୈଠକ ବସିବା ସହ ଚନ୍ଦ୍ରଶେଖରନଙ୍କ ଉପରେ ୨୫ ହଜାର ଟଙ୍କାର ଜୋରିମାନା ଲଗାଯାଥିଲା। ଏପରିକି ତାଙ୍କ ପରିବାର ଉପରେ ଚାପ ମଧ୍ୟ ପକାଯାଇଥିଲା। କାରଣ ସେ ଦଳିତ ବର୍ଗର ଥିଲେ। ତାଙ୍କ ପୁଅ ମନ୍ଦିରରେ ପଶିଯିବା ଦ୍ୱାରା ମନ୍ଦିର ଅଶୁଦ୍ଧ ହୋଇଯାଇଥିଲା। ମନ୍ଦିରର ଶୁଦ୍ଧିକରଣ ପାଇଁ ତାଙ୍କୁ ଜରିମାନା ଦେବାକୁ କୁହାଯାଇଥିଲା। ଘଟଣା ବାବଦରେ ଜାଣିବା ପରେ କେତେକ ଗ୍ରାମବାସୀ ତାଙ୍କ ସମର୍ଥନର ବାହାରିଥିଲେ।

ଗତ ୨୦ ତାରିଖ ସୋମବାର ଏହି ମାମଲା ସ୍ଥାନୀୟ ଥାନାରେ ପହଞ୍ଚିଥିଲା। ତଦନ୍ତ କରିବା ପରେ ପୋଲିସ ଏପରି ଘଟଣା ଘଟିଥିବା ନେଇ ସ୍ପଷ୍ଟ କରିଥିଲା। ଚନ୍ଦ୍ରଶେଖରନଙ୍କ ଜରିମାନା ଲଗାଇଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିଥାନ୍ତା ମାତ୍ର ସେ କାହା ବିରୁଦ୍ଧରେ ଥାନାରେ ଅଭିଯୋଗ କରିନଥିଲେ।  

Also Read: ଭୀମା କୋରେଗାଓଁ ଯୁଦ୍ଧକୁ ୨୦୩ ବର୍ଷ: ୨୫ ହଜାର ଉପରେ ଭାରୀ ପଡିଥିଲେ ୫୦୦ ସୈନ୍ୟ

ଏହି ଘଟଣାରେ ପୋଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରି ୫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ଦାଏର କରିବା ପରେ ସେମାନଙ୍କୁ ଜେଲ ପଠାଇଥିଲା। ଯଦି ବର୍ତ୍ତମାନ ଗ୍ରାମର ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି ମାତ୍ର ସତର୍କ ନଜଦ ରଖିଛି ପୋଲିସ। ଜରିମାନା ଲଗାଇଥିବା ଗ୍ରାମର ତଥାକଥିତ ଉଚ୍ଚବର୍ଣ୍ଣର ଲୋକଙ୍କୁ ପୋଲିସ ଚେତାବନୀ କହିଛି ଯଦି ସେମାନେ ଆଗକୁ ଏପରି କାର୍ଯ୍ୟ ଜାରି ରଖନ୍ତି କିମ୍ବା ଲଗାଯାଇଥିବା ଜରିମାନା ଭରିବା ପାଇଁ ଚନ୍ଦ୍ରଶେଖରନଙ୍କ ପରିବାର ଚାପ ପକାନ୍ତି ତାହେଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  

କୁହାଯାଏ ଶିଶୁ ହେଉଛନ୍ତି ଭଗବାନଙ୍କ ସ୍ୱରୂପ। ଦେଶର ଅନେକ ସ୍ଥାନରେ ଏପରି ମନ୍ଦିର ରହିଛି ଯେଉଁଠି ଭଗବାନ ରାମ କିମ୍ବା ଶ୍ରୀକୃଷ୍ଣଙ୍କ ବାଳସ୍ୱରୂପକୁ ପୂଜାର୍ଚ୍ଚନା କରାଯାଇଥାଏ। ଏପରିକି ଭଗବାନ ହନୁମାନଙ୍କ ବାଲ୍ୟବସ୍ଥା ସମୟରେ ଘଟିଥିବା ଅନେକ ଘଟଣାକୁ ଲୀଳା ମାଧ୍ୟମରେ ବିଭିନ୍ନ ପର୍ବପର୍ବାଣୀ ଅବସରରେ ପ୍ରଦର୍ଶିତ କରାଯାଇଥାଏ। ମାତ୍ର କର୍ଣ୍ଣାଟକରେ ଘଟିଯାଇଥିବା ଏଭଳି ଘଟଣା ଦେଶର ସଂସ୍କୃତି ପରମ୍ପରା ଉପରେ ପ୍ରଶ୍ନ ଉଠାଇଛି।