ନାବାଳକ ନାମରେ ନୂଆ ଯୋଜନା କାର୍ଯ୍ୟକାର କରିବେ କର୍ଣ୍ଣାଟକ ସରକାର; ଭାବପ୍ରବଣ କରିଦେବ କାରଣ
Advertisement
Article Detail0/zeeodisha/odisha1140802

ନାବାଳକ ନାମରେ ନୂଆ ଯୋଜନା କାର୍ଯ୍ୟକାର କରିବେ କର୍ଣ୍ଣାଟକ ସରକାର; ଭାବପ୍ରବଣ କରିଦେବ କାରଣ

ଅପ୍ରେଲ ୧୪ ତାରିଖରୁ ରାଜ୍ୟରେ କାର୍ଯ୍ୟକାରୀ ହେବ "ବିନୟ ସମରସ୍ୟ ଯୋଜନା"। 

ନାବାଳକ ନାମରେ ନୂଆ ଯୋଜନା କାର୍ଯ୍ୟକାର କରିବେ କର୍ଣ୍ଣାଟକ ସରକାର; ଭାବପ୍ରବଣ କରିଦେବ କାରଣ

ନୂଆଦିଲ୍ଲୀ: ରାଜ୍ୟରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି କର୍ଣ୍ଣାଟକ ସରକାର। ଯାହାର ନାଁ ରହିଛି "ବିନୟ ସମରସ୍ୟ ଯୋଜନା"। ଏହା ମାଧ୍ୟମରେ ରାଜ୍ୟର ଗ୍ରାମଞ୍ଚଳରେରେ ରହିଥିବା ଅସ୍ପୃଶ୍ୟତା ତଥା ଜାତିଗତ ଭେଦଭାବ ଦୂର କରିବା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ। ଏହି ଯୋଜନା କାର୍ଯ୍ୟକାରୀ କରିବା ପଛରେ ଏକ ଭାବପ୍ରବଣ କାରଣ ରହିଛି।

"ବିନୟ ସମରସ୍ୟ ଯୋଜନା" ଜଣେ ୩ ବର୍ଷୀୟ ଦଳିତ ନାବାଳକ ବିନୟ ନାମରେ କରାଯାଇଛି। ଯାହାର ପରିବାରକୁ ଗତ ବର୍ଷ ସେପ୍ଟେମ୍ବରରେ ଗ୍ରାମର କିଛି ନେତାଙ୍କ ଦ୍ୱାରା ୨୫ ହଜାର ଟଙ୍କା ଜରିମାନା ଲଗାଯାଇଥିଲା। କାରଣ ନାବାଳକ ବିନୟ ସ୍ଥାନୀୟ ମନ୍ଦିରରେ ପ୍ରବେଶ କରିଥିଲା। ଯେଉଁ ଅପରାଧର ଦଣ୍ଡ ତାହାର ସମଗ୍ର ପରିବାର ଭୋଗିଥିଲା। ଏହି ଘଟଣା ରାଜ୍ୟର କପ୍ପୋଲ ଜିଲ୍ଲାର ମିଆପୁର ଗ୍ରାମରେ ଘଟିଥିଲା।

Also Read: ହନୁମାନ ମନ୍ଦିରରେ ପହଞ୍ଚିଗଲା ନାବାଳକ; ଦଳିତ ପରିବାର ଉପରେ ଲାଗିଲା ୨୫ ହଜାର ଟଙ୍କାର ଜରିମାନା

ଏ ପ୍ରସଙ୍ଗରେ ମତ ରଖି କର୍ଣ୍ଣାଟକ ସମାଜ କଲ୍ୟାଣ ମନ୍ତ୍ରୀ କୋଟା ଶ୍ରୀନିବାସ ପୂଜାରୀ ସୋମବାର ବିଧାନସଭାକୁ ଅବଗତ କରି କହିଛନ୍ତି ଭାରତୀୟ ସମ୍ବିଧାନ ପ୍ରଣେତା ବାବା ସାହେବ ଡ.ଭୀମରାଓ ଆମ୍ବେଦକର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମାଇ ଅପ୍ରେଲ ୧୪ ତାରିଖରୁ ରାଜ୍ୟରେ "ବିନୟ ସମରସ୍ୟ ଯୋଜନା" କାର୍ଯ୍ୟକାରୀ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ମୁଖ୍ୟମନ୍ତ୍ରୀ ଏହାର ଭର୍ଚୁଆଲ୍ ଉଦ୍ଘାଟନ ପାଇଁ କଥାବାର୍ତ୍ତା କରୁଛନ୍ତି। ଏହି ଯୋଜନାର ନାମ ଦଳିତ ନାବାଳକ ବିନୟ ନାମରେ ନାମିତ ହୋଇଛି। ରାଜ୍ୟରେ ଅସ୍ପୃଶ୍ୟତା ଦୂର କରିବା ଲକ୍ଷ୍ୟରେ ୨୦୨୨-୨୩ ଆର୍ଥିକ ବର୍ଷ ନିକଟରେ ଘୋଷିତ ରାଜ୍ୟ ବଜେଟରେ ଏହି ଯୋଜନା ଅନ୍ତର୍ଭୁକ୍ତ କରାଯାଇଛି।

ବିନୟଙ୍କ ପରିବାରର ଦୁଃଖ ଆହୁରି ଭୟଙ୍କର ହୋଇଥିବାର ଦେଖାଯାଉଛି। ତାଙ୍କ ଉପରେ ଜରିମାନା ଆଦାୟ ହେବାର ଖବର ସେତେବେଳେ ସାମ୍ନାକୁ ଆସିଥିଲା ଯେତେବେଳେ ଗ୍ରାମର ପ୍ରଭାବଶାଳୀ ଗାନିଗା ସମ୍ପ୍ରଦାୟ ନେତା ପୀଡ଼ିତଙ୍କ ଦଳିତ ପରିବାରକୁ ସାମାଜିକ ବହିଷ୍କାର କରିବା ଆରମ୍ଭ କରିଥିଲେ। ଏହି କାରଣରୁ ବିନୟର ପରିବାର ଲୋକେ  ନିଜ ଘର ଏବଂ କୃଷି ଜମି ଛାଡି ଗତ ନଭେମ୍ବରରେ ଗାଁ ଛାଡି ପଳାୟନ କରିଥିଲେ।

Also Read: ଭୀମା କୋରେଗାଓଁ ଯୁଦ୍ଧକୁ ୨୦୩ ବର୍ଷ: ୨୫ ହଜାର ଉପରେ ଭାରୀ ପଡିଥିଲେ ୫୦୦ ସୈନ୍ୟ

ରାଜ୍ୟରେ "ବିନୟ ସମରସ୍ୟ ଯୋଜନା" କାର୍ଯ୍ୟକାରୀ ହେବା ପ୍ରସଙ୍ଗରେ ପ୍ରତିକ୍ରିୟା ବିନୟର ପିତା ଚନ୍ଦ୍ରଶେଖର ଶିବପ୍ପାଦାସରା କହିଛନ୍ତି ମୋ ପୁଅ ନାମରେ କୌଣସି ଏକ ସରକାରୀ କାର୍ଯ୍ୟକ୍ରମର ନାମକରଣ କରିବା ଦ୍ୱାରା କିଛି ପରିବର୍ତ୍ତନ ହେବ ନାହିଁ। ଏହା ବଦଳରେ ସମାଜରେ ରହିଥିବା କୁପ୍ରଥାକୁ ଶେଷ କରିବା ଆବଶ୍ୟକ। ମିୟାପୁର ଗ୍ରାମରେ ୧୫୦୦ ଲୋକ ବସବାସ କରନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମୁଖ୍ୟତ ଗାନିଗା ସମ୍ପ୍ରଦାୟର ଲୋକ। ଅନ୍ୟପଟେ ଗ୍ରାମରେ କେବଳ ୯୧ ଗ୍ରାମବାସୀ ଦଳିତ ସମ୍ପ୍ରଦାୟର।