କ୍ଷମା ମାଗିଲେ ରବି ଶଙ୍କର ପ୍ରସାଦ, ଅପରାଧିକ ମାନହାନୀ ମାମଲା ପ୍ରତ୍ୟାହାର କଲେ ଶଶି ଥରୁର
ଗତ ବର୍ଷ ମାର୍ଚ୍ଚରେ ରବି ଶଙ୍କର ପ୍ରସାଦ ଏକ ଚିଠି ଲେଖି ଶଶି ଥରୁରଙ୍କୁ କ୍ଷମା ମାଗିଥିଲେ । ଶଶି ଥରୁର ୨୦୦୮ରେ ରବି ଶଙ୍କର ପ୍ରସାଦଙ୍କ ବିରୋଧରେ ଏହି ମାମଲା ଦାୟର କରିଥିଲେ । ସେତେବେଳେ ରବି ଶଙ୍କର ପ୍ରସାଦ ଅଭିଯୋଗ କରିଥିଲେ ଯେ ଥରୁର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଅଛନ୍ତି ।
ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶି ଥରୁର (Shashi Tharoor) କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ (Ravi Shankar Prasad) ଙ୍କ ବିରୋଧରେ ଦାଖଲ କରିଥିବା ଅପରାଧିକ ମାନହାନୀ ମାମଲା (criminal defamation) ପ୍ରତ୍ୟାହାର କରିନେଇଛନ୍ତି । ପ୍ରକୃତରେ ରବି ଶଙ୍କର ପ୍ରସାଦ ନିଜ ବୟାନ ପାଇଁ କ୍ଷମା ମାଗିଥିଲେ । ଯାହା ପରେ ଥରୁର ମାମଲା ପ୍ରତ୍ୟାହାର କରିଛନ୍ତି । ଥରୁର ଆଉଟ କୋର୍ଟ ସେଟଲମେଣ୍ଟ ଦର୍ଶାଇ ଏହି ମାମଲା ପ୍ରତ୍ୟାହାର କରିବାକୁ ଆବେଦନ କରିଥିଲେ ।
ଅଧିକ ପଢ଼ନ୍ତୁ:-ଦେଶରେ ଏପ୍ରିଲ ୮ ପରେ ସବୁଠାରୁ କମ୍ ମାମଲା ଚିହ୍ନଟ, ଦିନକରେ ଆଖି ବୁଜିଲେ ଏତିକି ସଂକ୍ରମିତ
ଗତ ବର୍ଷ ମାର୍ଚ୍ଚରେ ରବି ଶଙ୍କର ପ୍ରସାଦ ଏକ ଚିଠି ଲେଖି ଶଶି ଥରୁରଙ୍କୁ କ୍ଷମା ମାଗିଥିଲେ । ଶଶି ଥରୁର ୨୦୦୮ରେ ରବି ଶଙ୍କର ପ୍ରସାଦଙ୍କ ବିରୋଧରେ ଏହି ମାମଲା ଦାୟର କରିଥିଲେ । ସେତେବେଳେ ରବି ଶଙ୍କର ପ୍ରସାଦ ଅଭିଯୋଗ କରିଥିଲେ ଯେ ଥରୁର ଏକ ହତ୍ୟା ମାମଲାରେ ଅଭିଯୁକ୍ତ ଅଛନ୍ତି ।
ଥରୁର ଏହା ପୂର୍ବରୁ ରବି ଶଙ୍କର ପ୍ରସାଦଙ୍କୁ "ହତ୍ୟାର ଅଭିଯୁକ୍ତ" ବୋଲି କହିବା ଉପରେ ବିନା ସର୍ତ୍ତରେ କ୍ଷମା ମାଗିବାକୁ କହିଥିଲେ । ଥରୁର କହିଥିଲେ ଯେ ପୁଷ୍କର ମାମଲାର ତଦନ୍ତ ଶେଷ ହୋଇଛି । ଦିଲ୍ଲୀ ପୋଲିସ ମଧ୍ୟ ଅତିରିକ୍ତ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିଛି ଯେଉଁଥିରେ ତାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୩୦୮ ଏବଂ ୪୯୮A ଅନୁଯାୟୀ ଚାର୍ଜସିଟ ଦାଖଲ କରାଯାଇଥିଲା । ଥରୁର କହିଥିଲେ, "ଚୂଡ଼ାନ୍ତ ରିପୋର୍ଟରେ ଏହା କୁହାଯାଇ ନାହିଁ ଯେ ପୁଷ୍କରଙ୍କ ମୃତ୍ୟୁ ହତ୍ୟା ଥିଲା ।" ପରେ ସେ ଏହି ମାନହାନୀ ମାମଲା ଦାୟର କରିଥିଲେ ।
ଅଧିକ ପଢ଼ନ୍ତୁ:-ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍
ପୁଣି ଯେତେବେଳେ ମାର୍ଚ୍ଚ ୨୦୨୦ରେ ରବି ଶଙ୍କର ପ୍ରସାଦ କ୍ଷମା ମାଗିଲେ ତ ଥରୁର ଏହି ଚିଠିର ଉତ୍ତରରେ ଲେଖିଥିଲେ, "ମୋ ସମ୍ମାନରେ ଆପଣ ଶବ୍ଦ ପ୍ରତ୍ୟାହାର କରି ବହୁତ ଉଦାରତା ଦେଖାଇଛନ୍ତି, ମୁଁ ସେହି ଶବ୍ଦ ଦ୍ୱାରା ଗଭୀର ଆଘାତ ପାଇଥିଲି । ମୁଁ ଆପଣଙ୍କର ଭାବନାକୁ ସମ୍ନାନ କରୁଛି ଏବଂ ଆମ ସାଥକୁ ଦୃଷ୍ଟିରେ ରଖି ମୁଁ ଏହି ବିଷୟକୁ ଶେଷ ବୋଲି ମନେ କରୁଛି ।"