ଲକ୍ଷ୍ନୌ: ମଙ୍ଗଳବାର ବିଜେପି ଛାଡି଼ବା ପରେ ଶୁକ୍ରବାର ସମର୍ଥକଙ୍କ ସହ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି ଯୋଗୀ ସରକାରଙ୍କ ବିଦ୍ରୋହୀ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ। ତାଙ୍କ ସହ ବିନୟ ଶାକ୍ୟ, ରୋଶନଲାଲ ବର୍ମା, ମୁକେଶ ବର୍ମା, ଭଗବତୀ ସାଗର, ବୃଜେଶ ପ୍ରଜାପତି ଏବଂ ଅପନା ଦଲ ସୋନେଲାଲ ବିଧାୟକ ଅମର ଚୌଧୁରୀ ପ୍ରମୁଖ ଦଳ ଛାଡି଼ ସମାଜବାଦୀ ପାର୍ଟି ହାତ ଧରିଛନ୍ତି।   


COMMERCIAL BREAK
SCROLL TO CONTINUE READING

ଦଳରେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ସାମିଲ ହେବା ଅବସରରେ ମତ ରଖି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ କହିଛନ୍ତି ସେଠାରେ କ୍ରମାଗତ ଭାବେ ୱିକେଟ୍ ପଡ଼ିବାରେ ଲାଗିଛି। ଯଦିଓ ଆମର ବାବା ମୁଖ୍ୟମନ୍ତ୍ରୀ କ୍ରିକେଟ୍ ଖେଳିବା ଜାଣି ନାହାଁନ୍ତି, ଯଦିଓ ସେ ଜାଣିଥାନ୍ତ ତାହେଲେ ସେ କ୍ୟାଚ୍ ହରାଇନଥାନ୍ତେ। ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଯେଉଁ ଆଡକୁ ଯାଆନ୍ତି ସେଠାରେ ସରକାର ଗଠନ ହୁଏ।


Also Read: UP Poll 2022: ୬ ଦଳ ସହ ଗଠବନ୍ଧନ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ Samajwadi Party


ସମାଜବାଦୀ ପାର୍ଟି ନେତୃତ୍ୱରେ ଗଠିତ ହୋଇଥିବା ମେଣ୍ଟର ରାଜ୍ୟର ୪୦୦ ଆସନରେ ବାଜିମାତ କରିବାକୁ ସକ୍ଷମ ବୋଲି କହିଛନ୍ତି ଅଖିଲେଶ ଯାଦବ। ବିଜେପି ଭଳି ଦଳକୁ ଧ୍ୱଂସ କରିବାକୁ ପ୍ରସ୍ତୁତ ଅଛନ୍ତି ଲୋକେ। ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଆମ ଦଳକୁ ଆସିବା ମାତ୍ରେ ତାଙ୍କ ବିରୁଦ୍ଧରେ କେଉଁ ସମୟର ଏକ ୱାରେଣ୍ଟ ଜାରି କରାଯାଇଛି। ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ଭଳି ଏତେ ସଂଖ୍ୟକ ଲୋକ ଆମ ଦଳକୁ ଆସିବେ ବୋଲି କେହି କେବେ ଭାବି ନଥିଲେ। 


Also Read: UP Poll 2022:BJP ଠାରୁ Samajwadi Party ପଲ୍ଲା ଭାରୀ!


ଆମ ଦଳର କର୍ମକର୍ତ୍ତାଙ୍କ ପାଖରେ ଶାରିରୀକ ଶକ୍ତି ଅଧିକ ରହିଛି। ନିର୍ବାଚନ ଲାଗି ନିର୍ବାଚନ ଆୟୋଗ ପକ୍ଷରୁ ଜାରି ନିର୍ଦ୍ଦେଶବଳୀକୁ ଦଳ ପାଳନ କରିବ। ଏହି ନିର୍ବାଚନ ସେମି ଫାଇନାଲ ନୁହେଁ ବରଂ ଫାଇନାଲ ମ୍ୟାଚ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ସୁପ୍ରିମୋ।  ଅନ୍ୟପଟେ ରାଜ୍ୟର ଆଗ୍ରା ଜିଲ୍ଲାର ଆସିଛି ଏକ ବଡ଼ ଖବର। ବିଏସପିର ଶକ୍ତିଶାଳୀ ବ୍ରାହ୍ମଣ ନେତା ରାମବୀର ଉପାଧ୍ୟାୟ ଦଳରୁ ଇସ୍ତଫା ଦେଇଛନ୍ତି। ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରିବେ। ଏନେଇ ଉପାଧ୍ୟାୟ କହିଛନ୍ତି ଯେ ବିଏସପି କାଂଶୀରାମ ସାହେବଙ୍କ ନୀତିରୁ ବିଚ୍ୟୁତ ହୋଇସାରିଛି। ରାଜ୍ୟରେ ବିଏସପି ସରକାର କ୍ଷମତାସୀନ ଥିବା ବେଳେ ଉପାଧ୍ୟାୟ ଶକ୍ତି ମନ୍ତ୍ରୀ ଦାୟିତ୍ୱରେ ଥିଲେ।