ହେଲେ ନେତାଙ୍କ ଦଳ ବଦଳ ଦ୍ୱାରା କାହାକୁ ଲାଭ ମିଳିବ ତାହା ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ପ୍ରକାଶିତ ହେବାକୁ ଥିବା ବିଧାନସଭା ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ହେବ।
Trending Photos
ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ସମୟ ପାଖେଇ ଆସୁଥିବା ବେଳେ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଆରମ୍ଭ ହୋଇଗଲାଣି ନିର୍ବାଚନ ପ୍ରସ୍ତୁତି। ନିର୍ବାଚନ ଲଢିବା ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ଦଳୀୟ ପ୍ରଚାର ଅଭିଯାନରେ ମାତିଯାଇଛନ୍ତି ବିଭିନ୍ନ ଦଳର ନେତା। ଅନ୍ୟପଟେ ନିର୍ବାଚନ ନିକଟତର ହୋଇ ଆସୁଥିବା ବେଳେ ନେତାଙ୍କ ଦଳ ବଦଳ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି।
ଚଳିତ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟରେ କ୍ଷମତାସୀନ ଶାସକ ଦଳ ବିଜେପି ଲାଗି ସମସ୍ୟା ବଢିଯାଇଛି। ଏହି ନିର୍ବାଚନ ପୂର୍ବରୁ ବର୍ତ୍ତମାନ ରାଜ୍ୟର ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଦଳ ବିଜେପି ଛାଡ଼ିବା ପରେ ସମାଜବାଦୀ ପାର୍ଟିରେ ଯୋଗ ଦେବା ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ମନ୍ତ୍ରୀ ମୌର୍ଯ୍ୟଙ୍କ ପୂର୍ବରୁ ୨-୩ ଜଣ ଦଳୀୟ ନେତା ବିଜେପି ଛାଡ଼ି ସାରିଛନ୍ତି। ଯାହାର ଫଳ ସ୍ୱରୂପ ବିଜେପି ଅପେକ୍ଷା ସମାଜବାଦୀ ପାର୍ଟି ପଲ୍ଲା ଭାରୀ ହେବାରେ ଲାଗିଛି।
Also Read: ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅଖିଲେଶ ଯାଦବ: କେଶବ ଦେବ ମୌର୍ଯ୍ୟ
ସଦ୍ୟ ମିଳିଥିବା ଖବର ଅନୁସାରେ ଶାସକ ବିଜେପି ଦଳର ୨ ମନ୍ତ୍ରୀଙ୍କ ସମେତ ୧୦ ଜଣ ଦଳୀୟ ବିଧାୟକ ଖୁବଶୀଘ୍ର ଦଳ ଛାଡ଼ି ସମାଜବାଦୀ ପାର୍ଟି ହାତ ଧରିପାରନ୍ତି। ଅସନ୍ତୁଷ୍ଟ ହୋଇଉଠିଥିବା ନେତାଙ୍କୁ ମନାଇବା ପାଇଁ ଦଳ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସମୟରେ ଏପରି ୨୦ ଜଣ ନେତା ଅଛନ୍ତି ଯେଉଁମାନେ ବିଜେପି ଛାଡି ସମାଜବାଦୀ ପାର୍ଟି ହାତ ଧରିସାରିଛନ୍ତି।
Also Read: UP Poll 2022: BJP କୁ ଲାଗିଲା ଝଟକା, ଦଳ ଛାଡି଼ଲେ ଶ୍ରମ ମନ୍ତ୍ରୀ ସ୍ୱାମୀ ପ୍ରସାଦ ମୌର୍ଯ୍ୟ
ଦଳ ଛାଡ଼ି ଥିବା ଏହି ନେତା ହେଉଛନ୍ତି
ଏପରି ଅନେକ ନେତା ଯେଉଁମାନେ ଅନ୍ୟ ଦଳ ଛାଡି ବିଜେପି ହାତ ଧରିଛନ୍ତି
ଏହା ସ୍ପଷ୍ଟ ଯେ ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରତ୍ୟେକ ଦଳ ସେମାନଙ୍କ ଦଳୀୟ ସଙ୍ଗଠନକୁ ମଜବୁତ କରିବାରେ ଲାଗିଛନ୍ତି। ଏଭଳି ପରିସ୍ଥିତିରେ ଦଳୀୟ ନେତା ମଧ୍ୟ ନିଜ ପାଇଁ ଏକ ଉପଯୁକ୍ତ ସ୍ଥାନ ଏବଂ ସୁଯୋଗ ସନ୍ଧାନରେ ବାହାରି ପଡ଼ିଛନ୍ତି। ହେଲେ ନେତାଙ୍କ ଦଳ ବଦଳ ଦ୍ୱାରା କାହାକୁ ଲାଭ ମିଳିବ ତାହା ଆସନ୍ତା ମାର୍ଚ୍ଚ ୧୦ ତାରିଖରେ ପ୍ରକାଶିତ ହେବାକୁ ଥିବା ବିଧାନସଭା ନିର୍ବାଚନର ଫଳାଫଳରୁ ସ୍ପଷ୍ଟ ହେବ।