ପ୍ରାୟ ୬ ଦଳ ସହ ଗଠବନ୍ଧନ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ ସମାଜବାଦୀ ପାର୍ଟି।
Trending Photos
ଲକ୍ଷ୍ନୌ: ଚଳିତ ବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ ସହଯୋଗୀଙ୍କୁ ନେଇ ରାଜଧାନୀ ଲକ୍ଷ୍ନୌ ଠାରେ ଏକ ବଡ଼ ବୈଠକ କରିଛି ସମାଜବାଦୀ ପାର୍ଟି। ଏହି ବୈଠକରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଲେଶ ଯାଦବ ମେଣ୍ଟ ସହଯୋଗୀଙ୍କ ସହ ଆସନ ବୁଝାମଣା କରିବା ପ୍ରସଙ୍ଗରେ ଚର୍ଚ୍ଚା କରିଛନ୍ତି। ପ୍ରାୟ ୬ ଦଳ ସହ ଗଠବନ୍ଧନ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ ସମାଜବାଦୀ ପାର୍ଟି।
ଚଳିତ ୨୦୨୨ ଉତ୍ତର ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ସମାଜବାଦୀ ପାର୍ଟି (Samajwadi Party) ସହ ଗଠବନ୍ଧନ କରିଥିବା ଦଳ ହେଉଛନ୍ତି
ଏହି ବୈଠକରେ ଯୋଗ ଦେଇଥିବା ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଲେଶ ଯାଦବଙ୍କ (Akhilesh Yadav) ଚାଚା ପ୍ରଗତିଶୀଳ ସମାଜବାଦୀ ପାର୍ଟି (Pragatisheel Samajwadi Party) ନେତା ଶିବପାଲ ଯାଦବ (Shivpal Yadav) ଯୋଗ ଦେଇଥିଲେ। ଏହି ନିର୍ବାଚନରେ ତାଙ୍କ ଚାଚା ଜସୱନ୍ତନଗର ବିଧାନସଭା ଆସନରୁ (Jaswantnagar Assembly Constituency) ନିର୍ବାଚନ ଲଢିପାରନ୍ତି। ପୂର୍ବରୁ ଉଭୟ ଦଳର ଅଧ୍ୟକ୍ଷ ରାଜଧାନୀ ଲକ୍ଷ୍ନୌ ଠାରେ ଆସନ ବୁଝାମଣା କରିବାକୁ ନେଇ ଆଲୋଚନା କରି ସାରିଛନ୍ତି।
Also Read: ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଅଖିଲେଶ ଯାଦବ: କେଶବ ଦେବ ମୌର୍ଯ୍ୟ
ଆସନ ବୁଝାମଣା କରିବା ପୂର୍ବରୁ ଚାଚା ଶିବପାଲ ଯାଦବ କହିଥିଲେ ସେ ତାଙ୍କ ପୁତୁରା ଅଖିଲେଶ ଯାଦବଙ୍କୁ ରାଜ୍ୟର ଆଗାମୀ ମୁଖ୍ୟମନ୍ତ୍ରୀ କରିବେ। ଏନେଇ ସେ କହିଛନ୍ତି ମୁଁ ତାଙ୍କୁ ମୋ ନେତା ଭାବେ ଗ୍ରହଣ କରିନେଇଛି। ଆଉ ମୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ କରିବି। ବର୍ତ୍ତମାନ ଚାଚା-ପୁତୁରା ଏକାଠି ହୋଇସାରିଛନ୍ତି। ଆମ ଭିତରେ ରହିଥିବା ମତପାର୍ଥକ୍ୟ ଦୂର ହୋଇସାରିଛି। ଆସନ ବୁଝାମଣା କରିବାକୁ ନେଇ କୌଣସି ବିବାଦ ନାହିଁ। ଏନେଇ ଆମର କଥାବାର୍ତ୍ତା ହୋଇସାରିଛି।
ମୁଁ ଗତ ବିଧାନସଭା ନିର୍ବାଚନରେ ସାଇକେଲ ଚିହ୍ନରେ ନିର୍ବାଚନ ଲଢିଥିଲି। ହେଲେ ଏଥର ଏହି ନିର୍ବାଚନରେ ମୁଁ କେଉଁ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିବି ସେ ନେଇ ମୁଁ ନିଷ୍ପତ୍ତି ନେବି। ଶିବପାଲ ଯାଦବଙ୍କ ଦଳ ପ୍ରଗତିଶୀଳ ସମାଜବାଦୀ ପାର୍ଟିର ନିର୍ବାଚନ ପ୍ରତୀକ ହେଉଛି ଷ୍ଟୁଲ। ସମ୍ପ୍ରତି ନିର୍ବାଚନ ଆୟୋଗ ଦଳକୁ ଏହି ନିର୍ବାଚନୀ ପ୍ରତୀକ ବଣ୍ଟନ କରିଛନ୍ତି।
Also Read: UP Poll 2022:BJP ଠାରୁ Samajwadi Party ପଲ୍ଲା ଭାରୀ!
ପୁତୁରା ପୁତୁରା ଅଖିଲେଶ ଯାଦବଙ୍କ ସହ ମତଭେଦ କାରଣରୁ ଚାଚା ଶିବପାଲ ଯାଦବ ସମାଜବାଦୀ ପାର୍ଟି ଠାରୁ ଅଲଗା ହୋଇ ପ୍ରଗତିଶୀଳ ସମାଜବାଦୀ ପାର୍ଟି ନାମରେ ଏକ ନୂଆ ଦଳ ଗଢିଛନ୍ତି। ସମାଜବାଦୀ ପାର୍ଟିରେ କ୍ଷମତା ବିସ୍ତାରକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ଶିବପାଲ ଯାଦବ ତାଙ୍କ ପରିବାରର ଏକତା ବିଷୟରେ କହୁଛନ୍ତି। ସମାଜବାଦୀ ପାର୍ଟି ଏବଂ ପ୍ରଗତିଶୀଳ ସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ମଧ୍ୟ ଗଠନ ହୋଇସାରିଛି।