ବିଦ୍ୟାଳୟରେ ବ୍ୟବହାର ହେବେ ହଟାଯାଇଥିବା ଲାଉଡ ସ୍ପୀକର
ଧାର୍ମିକସ୍ଥଳ ଠାରେ ବ୍ୟବହାର କରାଯାଉଥିବା ଲାଉଡ଼ସ୍ପୀକର ଶବ୍ଦ ଯେପରି ଏହାର ପରିସର ବାହାରକୁ ନ ଯାଏ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
UP Govt on Loudspeaker: ଲାଉଡ ସ୍ପୀକର ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ନିୟମ ଉଂଲଘନ କରି ଯେଉଁଠି ଲାଉଡ ସ୍ପୀକର ବ୍ୟବହାର କରାଯାଉଥିଲା ତାହାକୁ ସେଠାରୁ ହଟାଯାଇଛି। ଧାର୍ମିକସ୍ଥଳ ଠାରେ ବ୍ୟବହାର କରାଯାଉଥିବା ଲାଉଡ଼ସ୍ପୀକର ଶବ୍ଦ ଯେପରି ଏହାର ପରିସର ବାହାରକୁ ନ ଯାଏ ତାହା ସୁନିଶ୍ଚିତ କରିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।
ଏନେଇ ପ୍ରତିକ୍ରିୟା ରଖି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ନିୟମ ଉଂଲଘନ କରିବା ଅଭିଯୋଗରେ ଯେଉଁ ସ୍ଥାନରୁ ଲାଉଡ ସ୍ପୀକର ହଟାଯାଇଛି ତାହା ସେଠାରେ ପୁଣି ଥରେ ଯେପରି ବ୍ୟବହାର ନ ହୁଏ। ଯଦି ହଟାଯାଇଥିବା ଲାଉଡସ୍ପୀକର ପୁଣି ଥରେ ସେଠାରେ ବ୍ୟବହାର କରାଯାଏ ତାହେଲେ ସେଠାକାର ସ୍ଥାନୀୟ ପୋଲିସ ଥାନା ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ହଟାଯାଇଥିବା ଲାଉଡ ସ୍ପୀକର ବିଦ୍ୟାଳୟରେ ଲଗାଇବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ।
ମଙ୍ଗଳବାର ଅନୁଷ୍ଠିତ ହୋଇଥିବା ମନ୍ତ୍ରୀମଣ୍ଡଳ ବୈଠକରେ ମଦ୍ରାସା ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଯୋଗୀ ସରକାର। ଏନେଇ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ରାଜ୍ୟରେ କୌଣସି ନୂଆ ମଦ୍ରାସା ସରକାରୀ ଅନୁଦାନ ପାଇବ ନାହିଁ। ଏ ସମ୍ପର୍କରେ ଜଣାଇଛନ୍ତି ଉତ୍ତର ପ୍ରଦେଶ ସରକାରଙ୍କ ସମାଜ କଲ୍ୟାଣ ମନ୍ତ୍ରୀ ଦାନିଶ ଅନସାରୀ। ରାଜ୍ୟରେ କୌଣସି ନୂଆ ମଦ୍ରାସା ସରକାରୀ ଅନୁଦାନ ସୂଚୀରେ ସାମିଲ ହେବ ନାହିଁ। ମାତ୍ର ଯେଉଁ ମଦ୍ରାସା ବର୍ତ୍ତମାନ ସରକାରୀ ଅନୁଦାନ ପାଉଛନ୍ତି ତାହା ସେମନଙ୍କୁ ମିଳିବା ଜାରି ରହିବ ବୋଲି କହିଛନ୍ତି ମନ୍ତ୍ରୀ।
Also Read: ମଦ୍ରାସା ଠାରେ ରାଷ୍ଟ୍ରଗାନକୁ ବାଧ୍ୟତାମୂଳକ କରାଇଲେ ଯୋଗୀ ସରକାର
Also Read: ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶକ୍ରମେ କରମୁକ୍ତ ହେଲା ମଠ ମନ୍ଦିର
Also Read: ୩୦ ଦିନରେ ୪୦ ନିଷ୍ପତ୍ତି ନେଇ ଚର୍ଚ୍ଚାରେ ବୁଲଡ଼ୋଜର ବାବା