ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶକ୍ରମେ କରମୁକ୍ତ ହେଲା ମଠ ମନ୍ଦିର
Advertisement

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶକ୍ରମେ କରମୁକ୍ତ ହେଲା ମଠ ମନ୍ଦିର

ସେହି ସମସ୍ତ ମଠ, ମନ୍ଦିର ଏବଂ ଆଶ୍ରମକୁ ଟିକସମୁକ୍ତ କରାଯାଇଛି, ଯାହା ବ୍ୟବସାୟିକ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ। 

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ଆଦେଶକ୍ରମେ କରମୁକ୍ତ ହେଲା ମଠ ମନ୍ଦିର

Tax Free Ayodhya Temples: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉଦ୍ୟମ କ୍ରମେ ଧର୍ମ ନଗରୀ ଅଯୋଧ୍ୟା ଠାରେ ଅବସ୍ଥିତ ରହିଥିବା ମନ୍ଦିର ବାବଦରେ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ଏଠାରେ ରହିଥିବା ମଠ ମନ୍ଦିରକୁ କରମୁକ୍ତ କରାଯାଇଛି। ଏନେଇ ଅଯୋଧ୍ୟା ନଗର ନିଗମ ଏକ ସଂକଳ୍ପ ପାରିତ କରିଛି।

ମଠ ମନ୍ଦିରକୁ କରମୁକ୍ତ କରିବା ପାଇଁ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଘୋଷଣାକୁ ନେଇ ଏକ ସଂକଳ୍ପ ପାରିତ କରିଛି ଅଯୋଧ୍ୟା ନଗର ନିଗମ। ମଠ ମନ୍ଦିରକୁ ବର୍ତ୍ତମାନ କେବଳ ପ୍ରତୀକାତ୍ମକ କର ଦେବାକୁ ହେବ। ସେହି ସମସ୍ତ ମଠ, ମନ୍ଦିର ଏବଂ ଆଶ୍ରମକୁ ଟିକସମୁକ୍ତ କରାଯାଇଛି, ଯାହା ବ୍ୟବସାୟିକ ବ୍ୟବହାର ପାଇଁ ଉପଯୁକ୍ତ ନୁହେଁ। ଏହା ସହିତ ମନ୍ଦିର ଉପରେ ରହିଥିବା ବକେୟା ଟ୍ୟାକ୍ସ ମଧ୍ୟ ଛାଡ଼ କରାଯାଇଛି।

ଉତ୍ତର ପ୍ରଦେଶ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ସୁରେଶ ଖନ୍ନା ଏ ସମ୍ପର୍କରେ ଟ୍ୱିଟ କରି ଜଣାଇଛନ୍ତି। ଏନେଇ ସେ କହିଛନ୍ତି ଅଯୋଧ୍ୟା ଠାରେ ରହିଥିବା ମଠ ମନ୍ଦିରକୁ କରମୁକ୍ତ କରାଯିବା ସହ ବକେୟା ଟିକସ ମଧ୍ୟ ଛାଡ଼ କରାଯାଇଛି। ନିକଟ ଅତୀତରେ ଅଯୋଧ୍ୟା ଗସ୍ତରେ ମୁଖ୍ୟମନ୍ତ୍ରୀ ଯୋଗୀ ଘୋଷଣା କରିଥିଲେ ଯେ ଏଠାରେ ଅବସ୍ଥିତ ମଠ, ମନ୍ଦିର, ଧର୍ମଶାଳାକୁ କରମୁକ୍ତ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ଏକ ସଂକଳ୍ପ ପାରିତ କରି ଏହା ଉପର ମୋହର ଲଗାଇଥିଲା ଅଯୋଧ୍ୟା ନଗର ନିଗମ। ସ୍ଥାନୀୟ କର୍ପୋରେଟର ରମେଶ ଦାସ ଏବଂ ଅର୍ଜୁନ ଦାସଙ୍କ ପକ୍ଷରୁ ଆଗତ ହୋଇଥିବା ଏ ସମ୍ପର୍କିତ ପ୍ରସ୍ତାବ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଅଯୋଧ୍ୟା ମେୟର।

Also Read: କର ମୁକ୍ତ ହେଲା ମଠ-ମନ୍ଦିର; ଧର୍ମାନୁଷ୍ଠାନ ନିକଟରେ ବିକ୍ରି ହେବ ନାହିଁ ମାଂସ

ଏହା ସହିତ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ଉଦୟ ଚୌକ ନାମକୁ ଲତା ମଙ୍ଗେସକର ଏବେ ଟେଢି ବଜାର ଚୌକ ନାମକୁ ନିଷାଦରାଜ ନାମରେ ନାମିତ କରିବାକୁ ଆଗତ ହୋଇଥିବା ପ୍ରସ୍ତାବକୁ ଅନୁମୋଦନ କରିଛି ଅଯୋଧ୍ୟା ନଗର ନିଗମ।