ଓଲଟିଗଲା ଭାଗ୍ୟ; ରାଜନେତା ଏବେ ବିକ୍ରି କରୁଛନ୍ତି ଧୂପକାଠି
ବ୍ୟବସାୟ ଆରମ୍ଭ କରିବା ଅବସରରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ବେଶ ଲମ୍ବା ସମୟ ଧରି ମୁଁ ପୂଜାର୍ଚ୍ଚନା କରିଆସୁଛି।
ପାଟନା: ରାଜନୀତି ପରେ ଏବେ ବ୍ୟବସାୟ ଜଗତରେ ପ୍ରବେଶ କରିଛନ୍ତି ବିହାରର ଜଣେ ଚର୍ଚ୍ଚିତ ରାଜନେତା। ଅଜବ ଧରଣର ବୟାନବାଜି କରିବା ବିବାଦୀୟ ତଥା ମଜାଳିଆ ମନ୍ତବ୍ୟ ଦେବାକୁ ନେଇ ସବୁ ବେଳେ ଚର୍ଚ୍ଚାର ପରିସର ମଧ୍ୟରେ ରହିଥାନ୍ତି ବିହାରର ଏହି ରାଜନେତା। ପୂର୍ବରୁ ଟିକ ଟିକ ବ୍ୟାନ ହେବା ପ୍ରସଙ୍ଗରେ ସେ ରଖିଥିବ ବୟାନ ସାମାଜିକ ଗଣାମାଧ୍ୟମରେ ବେଶ ଭାଇରାଲ ହୋଇଥିଲା।
କେତେବେଳେ ସେ ଦୃଶ୍ୟମାନ ହୋଇଥାନ୍ତି ଭଗବାନ କୃଷ୍ଣଙ୍କ ବେଶରେ ତ ଆଉକେତେ ବେଳେ ସେ ଭଗବାନ ଶିବଙ୍କ ଭଳି ପାହାଡ ଉପରେ ତପସ୍ୟା କରୁଥିବାର ନଜର ଆସିଥାନ୍ତି। ଭଗବାନ ଶିବ ପରିଧାନ କରୁଥିବା ବସ୍ତ୍ର ଭଳି ବେଶ ପୋଷାକ ପିନ୍ଧି ଡମ୍ବରୁ ବଜାଇବା କିମ୍ବା ଶଙ୍ଖ ବାଦନ କରୁଥିବାର ତାଙ୍କର ଅନେକ ଫଟୋ ଭିଡିଓ ଭାଇରାଲ ହୋଇସାରିଛି। କେବଳ ଏତିକି ନୁହେଁ ଭଗବାନ କୃଷ୍ଣଙ୍କ ଭଳି ବଂଶୀ ବାଦନ କରୁଥିବାର ଭିଡିଓ ଆଉ ଫଟୋ ଚର୍ଚ୍ଚାର ପରିସର ମଧ୍ୟରେ ରହିଥିଲା। ସଦ୍ୟ ଦଳୀୟ କାର୍ଯ୍ୟାଳୟରେ ତାଙ୍କୁ ସ୍ୱାଗତ କରିବା ପାଇଁ ଦଳର ରାଜ୍ୟ ଶାଖା ଆଧ୍ୟକ୍ଷ ଆସିନଥିବାରୁ ସେ ତାଙ୍କ ଉପରେ କ୍ରୋଧିତ ହୋଇ ଉଠିଥିଲେ।
Also Read: ବଦଳିଲା ଆସନ, କେଉଁ ଆସନରୁ ଲଢିବେ ତେଜପ୍ରତାପ?
ରାଜନୀତି ସହିତ ଏଭଳି ଅଜବ ଧରଣର କାରାନାମାକୁ ନେଇ ଚର୍ଚ୍ଚାର ପରିସର ମଧ୍ୟରେ ରହୁଥିବା ଏହି ବ୍ୟକ୍ତିତ୍ୱ ଜଣଙ୍କ ହେଉଛନ୍ତି ରାଷ୍ଟ୍ରୀୟ ଜନତା ଦଳ (Rashtriya Janata Dal) ଆରଜେଡି ଅଧ୍ୟକ୍ଷ (RJD Supremo) ଲାଲୁ ପ୍ରସାଦ ଯାଦବଙ୍କ (Lalu Prasad Yadav) ବଡ ପୁଅ ତେଜ ପ୍ରତାପ ଯାଦବ (Tej Pratap Yadav)। ଗତ ବର୍ଷ ଅନୁଷ୍ଠିତ ହୋଇଥିବା ବିହାର ବିଧାନସଭା ନିର୍ବାଚନରେ (Bihar Assembly Election 2020) ସେ ରାଜ୍ୟର ହସନପୁର ଆସନରୁ (Hasanpur Assembly Constituency) ପ୍ରତିତ୍ୱନ୍ଦ୍ୱିତା କରି ନିର୍ବାଚନରେ ବାଜିମାତ କରିଥିଲେ। ଗତ ୨୦୧୫ ବିଧାନସଭା ନିର୍ବାଚନରେ ସେ ମହୁଆ ଆସନରୁ (Mahua Assembly Constituency) ପ୍ରତିଦ୍ୱନ୍ଦ୍ୱିତା କରି ସର୍ବପ୍ରଥମେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।
Also Read: ରଙ୍ଗ ବଦଳାଉଥିବା ରାଜନୀତିରେ ରୂପ ବଦଳାଉଛନ୍ତି ତେଜ୍ ପ୍ରତାପ
ରାଜନୀତି ପରେ ଏବେ ସୁବାସିତ ଧୂପକାଠି ବ୍ୟବସାୟ ଆରମ୍ଭ କରିଛନ୍ତି (Fragrance Incense Sticks) ତେଜ ପ୍ରତାପ ଯାଦବ। ଗୁରୁବାର ରାଜଧାନୀ ପାଟନା ଠାରେ ନିଜର ବ୍ୟବସାୟୀକ ଯାତ୍ରା ଆରମ୍ଭ କରିଛନ୍ତି। ସେ ବିକ୍ରୟ କରୁଥିବା କରୁଥିବା ଧୂପକାଠିର ନାଁ ହେଉଛି "Largest Reach"।
Also Read: ବିହାର ନିର୍ବାଚନ: ସମସ୍ତେ ପ୍ରଚାର ମୁହାଁ, ଲାଲୁଙ୍କ ଲାଡଲା ଗାଁ ମୁହାଁ
ବ୍ୟବସାୟ ଆରମ୍ଭ କରିବା ଅବସରରେ ପ୍ରତିକ୍ରିୟା ରଖି ହସନପୁର ବିଧାୟକ ତେଜ ପ୍ରତାପ କହିଛନ୍ତି ବେଶ ଲମ୍ବା ସମୟ ଧରି ମୁଁ ପୂଜାର୍ଚ୍ଚନା କରିଆସୁଛି। ଧୂପ କାଠି ସହ ଦୀର୍ଘ ଦିନ ଧରି ମୁଁ ଜଡିତ ରହିଛି। ମୁଁ ମୋର ସେହି ବନ୍ଧୁ ପାଖରୁ ପ୍ରେରିତ ହୋଇଥିଲି ଯିଏ ବିଭିନ୍ନ ପ୍ରକାର ଫୁଲକୁ ବ୍ୟବହାର କରି ଏପରି ସୁବାସିତ ଧୂପକାଠି ପ୍ରସ୍ତୁତ କରୁଥିଲା। ମୁଁ ଯେଉଁ ଅଗରବତୀ ପ୍ରସ୍ତୁତ କରୁଛି କେମିକାଲ ଫ୍ରି। ଏହା ସମ୍ପୂର୍ଣ୍ଣ ଆୟୁର୍ବେଦିକ ଉପାୟରେ ପ୍ରସ୍ତୁତ ହୋଇଛି। ସରକାର ଲୋକଙ୍କୁ କାମ ବିହୀନ କରିଦେଇଛି। ଧୂପକାଠି ନିର୍ମାଣ ଦ୍ୱାରା ଲୋକଙ୍କୁ ରୋଜଗାର ମିଳିବ।