ଗତ ୨୦୧୫ ବିଧାନସଭା ନିର୍ବାଚନରେ ସେ ରାଜ୍ୟର ମହୁଆ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରି ବାଜିମାତ କରିଥିଲେ।
Trending Photos
ପାଟନା: ଚଳିତବର୍ଷ ହେବାକୁ ଯାଉଥିବା ବିହାର ବିଧାନସଭା ନିର୍ବାଚନ (Bihar Assembly Elelction 2020) ଲାଗି ଜୋରସୋରରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ (Nomination File)। ଏହିକ୍ରମରେ ରାଷ୍ଟ୍ରୀୟ ଜନତା ଦଳ-ଆରଜେଡି (Rastriya Janata Dal-RJD) ପକ୍ଷରୁ ରାଜ୍ୟର ହସନପୁର ବିଧାନସଭା (Hasanpur Assembly Constituency) ଆସନରୁ ପ୍ରାର୍ଥୀପାତ୍ର ଦାଖଲ କରିଛନ୍ତି
ତେତପ୍ରତାପ ଯାଦବ (Tejpratap yadav)।
ଗତ ୨୦୧୫ ବିଧାନସଭା ନିର୍ବାଚନରେ ସେ ରାଜ୍ୟର ମହୁଆ ବିଧାନସଭା (Mahua Assembly Constituency) ଆସନରୁ ପ୍ରତିଦ୍ୱନ୍ଦିତା କରି ବାଜିମାତ କରିଥିଲେ। ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ତାଙ୍କ ସାନଭାଇ ତେଜସ୍ୱୀ ଯାଦବ (Tejashwi Yadav), ବିହାର ଆରଜେଡି ଅଧ୍ୟକ୍ଷ ଜଗଦାନନ୍ଦ ସିଂହ, ଦଳର ବରିଷ୍ଠ ନେତା ଅବଦୁଲ ବାରି ସିଦ୍ଦିକଙ୍କ ସମେତ ଦଳୀୟ ସମର୍ଥକ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।
ହେଲେ ତାଙ୍କ ଆସନ ବଦଳା ଯାଇ ତାଙ୍କୁ ମହୁଆ ପରିବର୍ତ୍ତେ ହସନପୁର ଆସନରୁ ପ୍ରାର୍ଥୀ କରିଛି ଆରଜେଡି। ତାଙ୍କର ପ୍ରାର୍ଥୀପତ୍ର ଦାଖଲ ବେଳେ ଦଳ ନିଜର ଶକ୍ତି ପ୍ରଦର୍ଶନ କରିଛି। ଏହା ସହିତ କୋରୋନା ମୁକାବିଲା ଲାଗି ଜାରି ହୋଇଥିବା ଗାଇଡଲାଇନ୍ସର ପାଳନ କରାଯାଇଛି। ଏହା ସହିତ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ସେଠାରେ ସୁଦୃଢ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହାସନପୁର ଆରଜେଡିର ପାରମ୍ପାରିକ ଗଡ ଭାବେ ଜଣାଶୁଣା। ଏହି ଆସନ ଯାଦବ ପ୍ରାଧାନ୍ୟ ନିର୍ବାଚନମଣ୍ଡଳୀ ଭାବେ ପରିଚିତ ଏବଂ ଏଠାରେ ଆରଜେଡିର ମୁସଲିମ ଏବଂ ଯାଦବ ସମୀକରଣ ମଧ୍ୟ ଫିଟ୍ ହେଉଛି। ଏଠାରେ ତେଜ ପ୍ରତାପ ଯାଦବ ଏକ ରୋଡ୍ ସୋ ମଧ୍ୟ କରିଥିଲେ ଏବଂ ତାଙ୍କୁ ଲୋକଙ୍କ ସମର୍ଥନ ମିଳିଥିଲା।
बिहार के भावी मुख्यमंत्री भाई @yadavtejashwi (अर्जुन) को साथ लेकर 140 - हसनपुर विधानसभा क्षेत्र से अपना नामांकन दर्ज कराने के लिए पहूँच चुका हूँ।। pic.twitter.com/cUFDbxXIJR
— Tej Pratap Yadav (@TejYadav14) October 13, 2020
ଏଥର ମହୁଆ ବିଧାନସଭାର ରାଜନୈତିକ ସମୀକରଣ ଦ୍ରୁତ ଗତିରେ ବଦଳିବାରେ ଲାଗିଛି। ଏପରିକି ଆରଜେଡି ସୁପ୍ରିମୋ ଲାଲୁ ଯାଦବ (Lalu Yadav) ନିଜେ ଚାହୁଁ ନଥିଲେ ତେଜ ପ୍ରତାପ ମହୁଆ ପ୍ରତିଦ୍ୱନ୍ଦ୍ୱିତା ନକରନ୍ତୁ। ଏହି ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ନେଇ ତେଜ ପ୍ରତାପ ନିଜ ବାପାଙ୍କ ସହ ଆଲୋଚନା କରିଥିଲେ। ଆସନ୍ତାକାଲି ବିରୋଧି ଦଳର ନେତା ତଥା ଦଳର ନୂଆ ଚେହେରା ଭାବେ ଉଭା ହୋଇଥିବା ତେଜସ୍ୱୀ ଯାଦବ ରାଘୋପୁର (Raghopur Assembly Constituency) ଆସନରୁ ନାମାଙ୍କନପତ୍ର ଦାଖଲ କରିବେ। ଗତ ୨୦୧୫ ନିର୍ବାଚନରେ ସେ ଏହି ଆସନରୁ ପ୍ରତିଦ୍ୱନ୍ଦିତା କରି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।