ନୂଆଦିଲ୍ଲୀ: ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି  ସମାଜବାଦୀ ପାର୍ଟି ସହ ମେଣ୍ଟ କରିଛି ରାଷ୍ଟ୍ରୀୟ ଲୋକ ଦଳ। ଦିନକୁ ଦିନ ନିର୍ବାଚନ ପାଖେଇ ଆସୁଥିବା ବେଳେ ଉଭୟ ଦଳ ମଧ୍ୟରେ ଆସନ ବୁଝାମଣା ହେବ ସହ ଆରମ୍ଭ  ହୋଇଯାଇଛି ନିର୍ବାଚନ ପ୍ରଚାର।


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ମତଦାନ ହେବା ପୂର୍ବରୁ ବୁଧବାର (ଜାନୁଆରୀ ୨୬) ରାଷ୍ଟ୍ରୀୟ ଲୋକ ଦଳ ଆରଏଲଡି ଉଦ୍ଦେଶ୍ୟରେ ଏକ ପ୍ରସ୍ତାବ ପଠାଇଛି ବିଜେପି। ତାହା ହେଉଛି ମେଣ୍ଟ ଗଠନ। ମାତ୍ର ମେଣ୍ଟ କରିବା ଲାଗି ବିଜେପି ପକ୍ଷରୁ ପଠାଯାଇଥିବା ନିମନ୍ତ୍ରଣକୁ ପ୍ରତ୍ୟାଖାନ କରିଛନ୍ତି ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ। କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରି ପ୍ରାୟ ବର୍ଷେ କାଳ ଧରି ଆନ୍ଦୋଳନ ଚଳାଇ ଶହୀଦ ହୋଇଥିବା କୃଷକଙ୍କ କଥା  ବିଜେପି ଉଦ୍ଦେଶ୍ୟରେ ମନେ ପକାଇ ଦେଇଛନ୍ତି ଆରଏଲଡି ମୁଖ୍ୟ।   


Also Read: ଆରଏଲଡି ପାଇଁ ବିଜେପି ଉପକାରୀ, ହେବ କି ଉଭୟ ଦଳ ମଧ୍ୟରେ ମେଣ୍ଟ?


କେନ୍ଦ୍ରୀୟ କୃଷି ଆଇନକୁ ନେଇ ପ୍ରାୟ ବର୍ଷେ କାଳ ଧରି ଚାଲିଥିବା ଆନ୍ଦୋଳନର ପ୍ରଭାବ ଉତ୍ତର ପ୍ରଦେଶରେ ପଶ୍ଚିମାଞ୍ଚଳ ରାଜନୀତି ଉପରେ ପଡି଼ଛି। ଦିନକୁ ଦିନ ବିଧାନସଭା ନିର୍ବାଚନ ପାକେଇ ଆସୁଥିବା ବେଳେ ଏହି ପ୍ରସଙ୍ଗ ଆହୁରି ଘନେଇବାରେ ଲାଗିଛି। ଏହାକୁ ନେଇ ଅଠାକାଠିରେ ପଡିଥିବା ବିଜେପି ଲାଗି ଏବେ ସଂକଟ ମୋଚକ ଭାବେ ଉଭା ହୋଇଛନ୍ତି ଦଳର ଚାଣକ୍ୟ ତଥା କେନ୍ଦ୍ରମନ୍ତ୍ରୀ ଅମିତ ଶାହଙ୍କ (Union Minister Amit Shah)। ବର୍ତ୍ତମାନ ତାଙ୍କର ଧ୍ୟାନ ଏହି ରାଜ୍ୟର ପଶ୍ଚିମାଞ୍ଚଳ (Western Uttar Pradesh) ଉପରେ ରହିଛି। 


Also Read: ଆରଏଲଡି ପାଇଁ ବିଜେପି ଉପକାରୀ, ହେବ କି ଉଭୟ ଦଳ ମଧ୍ୟରେ ମେଣ୍ଟ?


କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରାଯିବା ପରେ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦଳ ଲାଗି ଅନୁକୂଳ ପରିସ୍ଥିତି ସୃଷ୍ଟି କରିବା ପାଇଁ ଅଣ୍ଟା ଭିଡି଼ଛନ୍ତି ବିଜେପି। ଯାହାର ନେତୃତ୍ୱ ନେଉଛନ୍ତି ନିଜେ କେନ୍ଦ୍ରମନ୍ତ୍ରୀ ଅମିତ ଶାହ। ଏନେଇ ଦଳ ପକ୍ଷରୁ "ସାମାଜିକ ଭାଇଚାରା ସଭା" ଆୟୋଜନ ରାଜ୍ୟରେ ପଶ୍ଚିମାଞ୍ଚଳର ରାଜନୀତି ପ୍ରଭାବଶାଳୀ ଭୂମିକା ନିର୍ବାହ କରୁଥିବା ଅସନ୍ତୁଷ୍ଟ ଜାଟ (Jat) ଏବଂ ଗୁର୍ଜର (Gurjar) ସମ୍ପ୍ରଦାୟକୁ ମନାଇବା ବିଜେପି (BJP) ପକ୍ଷରୁ ଆରମ୍ଭ ହୋଇଯାଇଛି ପ୍ରୟାସ।  


ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସମାଜବାଦୀ ପାର୍ଟି ଏବଂ ରାଷ୍ଟ୍ରୀୟ ଲୋକ ଦଳ ମଧ୍ୟରେ ମେଣ୍ଟ ଉପରେ ପ୍ରତିକ୍ରିୟା ରଖିଥିଲେ କେନ୍ଦ୍ରମନ୍ତ୍ରୀ ଶାହ। ଏନେଇ ସେ କହିଥିଲେ ମେଣ୍ଟ ଗଠନ କରିବା ପ୍ରସଙ୍ଗରେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଭୁଲ ନିଷ୍ପତ୍ତି ନେଇଛନ୍ତି। ମେଣ୍ଟ କରିବା ଲାଗି ଦ୍ୱାର ସବୁ ବେଳେ ଖୋଲା ରହିଛି ବୋଲି ଆରଏଲଡି଼ ଉଦ୍ଦେଶ୍ୟରେ କହିଛି ବିଜେପି। 


ମେଣ୍ଟ କରିବା ଲାଗି ବିଜେପି ପକ୍ଷରୁ ଆସିଥିବା ପ୍ରସ୍ତାବ ଉପରେ ପ୍ରତିକ୍ରିୟା ରଖି  ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଟ୍ୱିଟ୍ କରି କହିଛନ୍ତି, 'ମୋତେ ନିମନ୍ତ୍ରଣ କର ନାହିଁ ସେହି କୃଷକଙ୍କ ପରିବାରକୁ ଦିଅ, ଯାହାର ଘର ତୁମେ ନଷ୍ଟ କରି ଦେଇଛ!' 


Also Read: 2022 UP ନିର୍ବାଚନରେ ହେବ SP-RLD ମେଣ୍ଟ; ଆସନ ଭାଗବଣ୍ଟାକୁ ନେଇ ଜାରି ରହିଛି କଥାବାର୍ତ୍ତା


ଏହା ଜଣା ଯେ ପଶ୍ଚିମ ଉତ୍ତର ପ୍ରଦେଶ ରାଜନୀତିରେ ଜାଟ ସମ୍ପ୍ରଦାୟର ଭୂମିକା ସର୍ବଦା ଗୁରୁତ୍ୱପୂର୍ଣ୍ଣ ଏବଂ ନିର୍ବାଚନ ଫଳାଫଳକୁ ପ୍ରଭାବିତ କରିବାର ଶକ୍ତି ଏହି ସମ୍ପ୍ରଦାୟ ପାଖରେ ରହିଛି। ଏହି କ୍ଷେତ୍ରରେ ଆରଏଲଡି ଭଳି ଦଳର ବେଶ ବହୁତ ପ୍ରଭାବ ଅଛି। ଜୟନ୍ତ ଚୌଧୁରୀଙ୍କ ଜେଜେବାପା ଚୌଧୁରୀ ଚରଣ ସିଂ ଦେଶର ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ତାଙ୍କ ପିତା ସ୍ୱର୍ଗତ ଅଜିତ ସିଂହ ମଧ୍ୟ କେନ୍ଦ୍ର ସରକାରରେ ମନ୍ତ୍ରୀ ରହିଛନ୍ତି।