ଏଥରର ନିର୍ବାଚନରେ ଆରଏଲଡି଼-ଏସପି ମଧ୍ୟରେ ମେଣ୍ଟ ହେବା ନିଶ୍ଚିତ।
Trending Photos
ଲକ୍ଷ୍ନୌ: ଆଗାମୀ ଉତ୍ତଚର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଏହି କ୍ରମରେ ମେଣ୍ଟ ଗଠନ ନେଇ ବିଭିନ୍ନ ଦଳ ମଧ୍ୟରେ ଜାରି ରହିଛି କଥାବାର୍ତ୍ତା। ଆଗାମୀ ନିର୍ବାଚନରେ ବାଜିମାତ କରିବା ପାଇଁ ମେଣ୍ଟ ଗଠନ ଏବଂ ଆସନ ବୁଝାମଣା ନେଇ ବିଭିନ୍ନ ଦଳ ପକ୍ଷରୁ ଜାରି ରହିଛି କଥାବାର୍ତ୍ତା।
ଏଥର ରାଜ୍ୟରେ କ୍ଷମତାସୀନ ବିଜେପି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଅଣ୍ଟା ଭିଡି଼ଛି ସମାଜବାଦୀ ପାର୍ଟି (Samajwadi Party) ଏସପି (SP)। ଏନେଇ ଦଳ ଆଗାମୀ ନିର୍ବାଚନରେ ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି଼ (RLD) ସହ ମେଣ୍ଟ ଗଠନ କରିବାକୁ ଯାଉଛି। ଆସନ ବୁଝାମଣାକୁ କରିବାକୁ ନେଇ ଗତ ମଙ୍ଗଳବାର ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌ ଠାରେ ପରସ୍ପର ସହ ଆଲୋଚନା କରିଛନ୍ତି ଏସପି ସୁପ୍ରିମୋ ଅଖିଲେଶ ଯାଦବ (SP Supremo Akhilesh Yadav) ଏବଂ ଆରଏଲଡି଼ ଅଧ୍ୟକ୍ଷ ଜୟନ୍ତ ଚୌଧୁରୀ (RLD Chief Jayant Chaudhary)।
Also Read: ଆରଏଲଡି ପାଇଁ ବିଜେପି ଉପକାରୀ, ହେବ କି ଉଭୟ ଦଳ ମଧ୍ୟରେ ମେଣ୍ଟ?
ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ନିର୍ବାଚନ ଲାଗ ଗଠିତ ହୋଇଥିବା ମେଣ୍ଟରେ ଆସନ ବୁଝାମଣାକୁ ନେଇ ହୋଇଥିବା ଆଲୋଚନା ବାବଦରେ ଟ୍ୱିଟ କରି ଜଣାଇଛନ୍ତି ଉଭୟ ଦଳର ମୁଖ୍ୟ। ଏନେଇ ମତ ରଖି ଆରଏଲଡି଼ ରାଜ୍ୟ ସଭାପତି ମସୁଦ ଅହମ୍ମଦ କହିଛନ୍ତି ଆସନ ଭାଗବଣ୍ଟାକୁ ନେଇ ଦୁଇ ଦଳ ମଧ୍ୟରେ କଥାବାର୍ତ୍ତା ହୋଇଛି। ଏନେଇ କୌଣସି ଅନ୍ତିମ ନିଷ୍ପତ୍ତି ନିଆଯାଇନାହିଁ। କେଉଁ ଦଳ ରାଜ୍ୟର କେତେ ଆସନରେ ନିର୍ବାଚନ ଲଢିବ ସେ ନେଇ ଖୁବଶୀଘ୍ର ଘୋଷଣା କରାଯିବ।
ଆସନ ବୁଝାମଣାକୁ ନେଇ ପୁଣି ଥରେ ଅଖିଲେଶ ଯାଦବ ଏବଂ ଜୟନ୍ତ ଚୌଧୁରୀଙ୍କ ମଧ୍ୟରେ କଥାବର୍ତ୍ତା ହେବ। ଏହା ପରେ ଉଭୟ ଆରଏଲଡି଼-ଏସପି ମୁଖ୍ୟ ସାମ୍ବାଦିକ ସମ୍ମିଳନୀ କରି ମେଣ୍ଟ ଗଠନ ବାବଦରେ ଆନୁଷ୍ଠାନିକ ଭାବେ ଘୋଷଣା କରିବେ। ଏଥରର ପାଖାପାଖି ୬ ଜଣ ଏସପି ନେତା ଆରଏଲଡି଼ ଟିକେଟରେ ନିର୍ବାଚନ ଲଢିପାରନ୍ତି। ଉତ୍ତର ପ୍ରଦେଶରେ ଜାଟ ଅଧ୍ୟୁଷିତ ଅଞ୍ଚଳ କୁହାଯାଉଥିବା ରାଜ୍ୟର ପଶ୍ଚିମାଞ୍ଚଳରେ ଅବସ୍ଥିତ ଜିଲ୍ଲାରେ ଆରଏଲଡି଼ ସହ ମେଣ୍ଟ କରି ଏସପି ଫାଇଦା ଉଠାଇଛି।
Also Read: UP Assembly Election 2022: ଭାଙ୍ଗିଯାଇ ପାରେ Samajwadi Party-RLD ମେଣ୍ଟ!
ଅନ୍ୟପଟେ ଆରଏଲଡି଼ ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହଙ୍କ ସମୟରୁ ପଶ୍ଚିମ ଉତ୍ତର ପ୍ରଦେଶରେ ଦଳର ବେଶ ଭଲ ପ୍ରଭାବ ରହିଥିଲା। ମାତ୍ର ୨୦୧୪ ଲୋକସଭା ଏବଂ ୨୦୧୭ ବିଧାନସଭା ନିର୍ବାଚନରେ ବିଜେପି ଏଠାରେ ଅନ୍ୟ ଦଳ ଉପରେ ଭାରୀ ପଡି଼ଥିଲା। କେନ୍ଦ୍ରୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାରଙ୍କ ପକ୍ଷରୁ ଘୋଷଣା କରାଯିବା ପରେ ଏଠାକାର ରାଜନତୈକ ଦୃଶ୍ୟପଟ ବଦଳିବାରେ ଲାଗିଛି।