ଆରଏଲଡି ଭଳି ଦଳକୁ ସାଥିରେ ନେବା ଲାଗି ସମାଜବାଦୀ ପାର୍ଟି ସହ ଅନ୍ୟ ଦଳ ମଧ୍ୟ ପ୍ରସ୍ତାବ ରଖିଛନ୍ତି।
Trending Photos
ଲକ୍ଷ୍ନୌ: ୨୦୨୨ ବିଧାନସଭା ନିର୍ବାଚନରେ ମେଣ୍ଟ ଗଠନ କରିବାକୁ ନେଇ ଦ୍ୱଦ୍ୱରେ ପଡି଼ଯାଇଛି ରାଷ୍ଟ୍ରୀୟ ଲୋକ ଦଳ। ଆରଏଲଡି ଭଳି ଦଳକୁ ସାଥିରେ ନେବା ଲାଗି ସମାଜବାଦୀ ପାର୍ଟି ସହ ଅନ୍ୟ ଦଳ ମଧ୍ୟ ପ୍ରସ୍ତାବ ରଖିଛନ୍ତି। ଏହି କାରଣରୁ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ କାହା ସହ ମେଣ୍ଟ ଗଠନ ଲାଭଦାୟକ ତାହା ସ୍ଥିର କରି ପାରୁନାହାଁନ୍ତି। ଆଗାମୀ ନିର୍ବାଚନରେ ଦଳ ସମାଜବାଦୀ ପାର୍ଟି ସହ ମେଣ୍ଟ କରିବା ନେଇ ଦାବି କରିଛନ୍ତି ଆରଏଲଡି ନେତା। ଆସନ ବୁଝାମଣା ସମ୍ପର୍କରେ ଉଭୟ ଦଳ ମଧ୍ୟରେ ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ମାସ ଶେଷ ସୁଦ୍ଧା ମେଣ୍ଟ ବାବଦରେ ଘୋଷଣା କରାଯିବ।
ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ସମାଜବାଦୀ ପାର୍ଟି (Samajwadi Party) ଏସପି ସୁପ୍ରିମୋ (SP Supremo) ଅଖିଲେଶ ଯାଦବ (Akhilesh Yadav) ଏବଂ ରାଷ୍ଟ୍ରୀୟ ଲୋକ ଦଳ (Rashtriya Lok Dal) ଆରଏଲଡି ମୁଖ୍ୟ (RLD Chief) ଜୟନ୍ତ ଚୌଧୁରୀ (Jayant Chaudhary) ଏସପି-ଆରଏଲଡି ମେଣ୍ଟ (RLD-SP Alliance) ଗଠନ ବାବଦରେ ନଭେମ୍ବର ୨୧ ତାରିଖରେ ଔପଚାରିକ ଭାବେ ଘୋଷଣା କରିଥାନ୍ତେ। ମାତ୍ର ଏଭଳି କୌଣସି ଘୋଷଣା ବର୍ତ୍ତମାନ ପର୍ଯ୍ୟନ୍ତ ହୋଇନାହିଁ।
ଏନେଇ ଦଳ ପକ୍ଷରୁ କୁହାଯାଇଛି ଆରଏଲଡି ଆଗାମୀ ନିର୍ବାଚନରେ ଏସପି ସହ ମେଣ୍ଟ କରିବ। ଆସନ ବୁଝାମାଣକୁ ନେଇ ଏସପି ସହ ରହିଥିବା ମତଭେଦକୁ ଦୂର କରାଯାଇଛି। ଆରଏଲଡି, ଏସପି ପାଖରୁ ୩୫ ଆସନ ଦାବି କରୁଛି। ମାତ୍ର ଏସପି ୨୫ ସିଟ୍ ଛାଡିବା ସପକ୍ଷରେ ଅଛି। ବର୍ତ୍ତମାନ ୨୨ ଆସନକୁ ନେଇ ଉଭୟ ଦଳ ମଧ୍ୟରେ ସହମତି ହୋଇସାରିଛି। ଆରଏଲଡି ଲାଗି ଏସପି ୩୨-୩୩ ଆସନ ଛାଡିପାରେ। ଏହା ବ୍ୟତୀତ ଦଳର ୮-୧୦ ଜଣ ନେତା ସମାଜବାଦ ପାର୍ଟି ଟିକେଟରେ ନିର୍ବାଚନ ଲଢିପାରନ୍ତି।
Also Read: UP Assembly Election 2022: ଭାଙ୍ଗିଯାଇ ପାରେ Samajwadi Party-RLD ମେଣ୍ଟ!
ଅନ୍ୟପଟେ ଆରଏଲଡି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ (RLD-Congress Alliance) ହେବା ନେଇ ଜୋରସୋରରେ ଚର୍ଚ୍ଚା ହେଉଥିଲା। ଏପରିକି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ (Congress Leader Priyanka Gandhi) ନିଜେ ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀଙ୍କୁ ତାଙ୍କ ମନମୁତାବକ ଆସନ ସହିତ ଗୋଟିଏ ରାଜ୍ୟସଭା ଆସନ ଦେବାକୁ ପ୍ରସ୍ତାବ ଦେଇଛନ୍ତି। ଏପରିକି କୃଷି ଆଇନ ପ୍ରତ୍ୟାହାର ନିଷ୍ପତ୍ତି ପରେ ବିଜେପି ମଧ୍ୟ ପଶ୍ଚିମ ଉତ୍ତର ପ୍ରଦେଶରେ ଏହାର ସହଯୋଗୀ ଖୋଜୁଛି। ଏହ କାରଣରୁ ବିଜେପି, ଆରଏଲଡି ସହ ଯୋଗାଯୋଗ କରିବା ଲାଗି ପ୍ରୟାସ କରୁଥିବା କୁହାଯାଇଛି।
ଆରଏଲଡି ପାଇଁ ବିଜେପି ଉପକାରୀ, ହେବ କି ଉଭୟ ଦଳ ମଧ୍ୟରେ ମେଣ୍ଟ?
ନିର୍ବାଚନରେ ବିଜେପି ସହ ମେଣ୍ଟ କରିବା ଆରଏଲଡି ଲାଗି ଲାଭଦାୟକ ହୋଇଛି। ୨୦୦୯ ଲୋକସଭା ନିର୍ବାଚନରେ ମଧ୍ୟ ବିଜେପି ସହ ମେଣ୍ଟ କରିବା ଆରଏଲଡି ୫ ଆସନ ପାଇଥିଥିଲା। ପ୍ରଶ୍ନ ଉଠୁଛି କ'ଣ ପୁଣି ଥରେ ବିଜେପି ସହ ମେଣ୍ଟ କରିବ ଆରଏଲଡି। ଏହାର ଜବାବ ରଖି ଦଳର ମୁଖ୍ୟ ଜୟନ୍ତ ଚୌଧୁରୀ କହିଛନ୍ତି କେନ୍ଦ୍ରୀୟ କୃଷି ଆଇନ ପ୍ରତ୍ୟାହାର କରିନେବା ପରେ ବିଜେପି ସପକ୍ଷରେ ଯିବା ଭଳି ସ୍ଥିତି ନାହିଁ। ଦଳ କୃଷକଙ୍କ ସହ ଛିଡା଼ ହେବ। ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଆଲଏଲଡି ଭଳି ଦଳକୁ ସାଥିରେ ଆଣିବା ଲାଗି ରାଜ୍ୟରେ କ୍ଷମତାସୀନ ଶାସକ ବିଜେପି ପକ୍ଷରୁ ଉଦ୍ୟମ କରାଯାଉଥିବା ଆଲୋଚନା ହେଉଛି। ଏହା ମଧ୍ୟ ଆଲୋଚନା ହୋଇଛି ଯେ ଦଳର ଏକ ଗୋଷ୍ଠୀ ଆରଏଲଡି ମୁଖ୍ୟଙ୍କ ସହ ମେଣ୍ଟ କରିବାକୁ ଚାହୁଁଛି। କୃଷି ଆଇନ ପ୍ରତ୍ୟାହାର ପରେ ତାଙ୍କୁ ଆଣିବା ପାଇଁ ବିଜେପିର ଉଦ୍ୟମ ହେଉଛି। ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମ ଉତ୍ତର ପ୍ରଦେଶ ଦାୟିତ୍ୱରେ ରହିବା ପରେ ଏ ପ୍ରସଙ୍ଗରେ ଚର୍ଚ୍ଚା ଜୋରସୋରରେ ଚାଲିଛି।
Also Read: କୃଷି ଆଇନ ପ୍ରତ୍ୟାହାର: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସହ କ'ଣ ରହିଛି ଏହାର ସମ୍ପର୍କ?
ଯଦି ଆରଏଲଡି-ଏସପି ମଧ୍ୟରେ ମେଣ୍ଟ ହୁଏ ତାହେଲେ ଉଭୟ ଦଳର ଅନେକ ଟିକେଟ ଆବେଦନକାରୀଙ୍କୁ ଝଟକା ଲାଗିପାରେ। ଏନେଇ କୁହାଯାଉଛି ରାଜ୍ୟର ଆଗ୍ରା ଜିଲ୍ଲାର ୯ ବିଧାନସଭା ଆସନ ମଧ୍ୟରୁ ସହରରେ ଅବସ୍ଥିତ ସିଟ୍ ୬ ସମାଜବାଦୀ ପାର୍ଟି ଏବଂ ଗ୍ରାମାଞ୍ଚଳରେ ୩ ରାଷ୍ଟ୍ରୀୟ ଲୋକ ଦଳ ଖାତାକୁ ଆସିପାରେ। ଜିଲ୍ଲାର ଏତ୍ମାଦପୁର, ଆଗ୍ରା କ୍ୟାଣ୍ଟ, ଆଗ୍ରା ଦକ୍ଷିଣ, ଆଗ୍ରା ଉତ୍ତର, ଆଗ୍ରା ଗ୍ରାମୀଣ, ଫତେହପୁର ସିକ୍ରି, ଖେରାଗଡ଼, ଫତେହାବାଦ ଏବଂ ବାହୁ ପ୍ରମୁଖ ସିଟ୍ ରହିଛି।
ଏହି ଆସନ ମଧ୍ୟରୁ ଫତେହପୁର ସିକ୍ରି, ଖେରାଗଡ ଏବଂ ଆଗ୍ରା ଗ୍ରାମୀଣ ଆରଏଲଡି ଦାବି କରିବ। କାରଣ ଏହି ୩ ଆସନରେ ଜାଟ୍ ମତଦାତାଙ୍କ ବହୁ ପ୍ରାଧାନ୍ୟ ରହିଛି। ଏହି ଭୋଟ୍ ବ୍ୟାଙ୍କ ନିର୍ବାଚନ ଫଳାଫଳ ପରିବର୍ତ୍ତନ କରିବାକୁ ସ୍ଥିତିରେ ଅଛି। ଯଦି ଏହି ଆସନ ଆରଏଲଡି ଖାତାକୁ ଯାଏ ଏଠାରୁ ନିର୍ବାଚନ ଲଢିବାକୁ ଆଶାୟୀ ଥିବା ସମାଜବାଦୀ ପାର୍ଟି ଦାବିଦାର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏଠାରେ ଅବସ୍ଥିତ ଏତ୍ମାଦପୁର, ଆଗ୍ରା କ୍ୟାଣ୍ଟ, ଆଗ୍ରା ଦକ୍ଷିଣ, ଆଗ୍ରା ଉତ୍ତର, ଫତେହପୁର ସିକ୍ରି, ବାହୁ ଆସନ ଏସପି ଭାଗରେ ପଡି଼ପାରେ।
ଚରଥାବଲ ଆସନ କାହା ଖାତାକୁ ଯିବ ସେ ନେଇ ଏସପି-ଆରଏଲଡି ମଧ୍ୟରେ କୌଣସି ନିଷ୍ପତ୍ତି ହୋଇପାରୁନାହିଁ। ଏଠାରୁ ସମାଜବାଦୀ ପାର୍ଟି କଂଗ୍ରେସ ଛାଡିଥିବା ହରେନ୍ଦ୍ର ମଲିକଙ୍କୁ ଟିକେଟ୍ ଦେବାକୁ ନିଷ୍ପତ୍ତି ନେଇଛି। ଅନ୍ୟପଟେ ଆରଏଲଡି ମୁଖ୍ୟ କିନ୍ତୁ ଜୟନ୍ତ ଚୌଧୁରୀ ମଧ୍ୟ ଏହି ଆସନ ଦାବି କରୁଛନ୍ତି। ସେ ଏଠାରେ ଏକ ବଡ ରାଲି କରି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି।
Also Read: UP Poll 2022: ହେବ କି Congress-RLD ମେଣ୍ଟ? ଜବାବ ରଖିଲେ Jayant Chaudhary
ଆରଏଲଡି ଦଳର ନିର୍ବାଚନୀ ଇତିହାସ