Jagannath Pradhan: ରାଜ୍ୟସଭା ନିର୍ବରଚନରୁ ଓହରିବେ ଜଗନ୍ନାଥ ପ୍ରଧାନ। ବିଜେପିର ଦ୍ୱିତୀୟ ପ୍ରାର୍ଥୀ ଭାବେ ସେ ୨୨ ତାରିଖ ଦିନ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ତେବେ ଏବେ ସେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବେ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ବିଜେଡିର ସଦସ୍ୟ ଥିବା ମମତା ମହାନ୍ତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ  ଓଡ଼ିଶାର ଗୋଟିଏ ରାଜ୍ୟସଭା ଆସନ ଖାଲି ହୋଇଥିଲା। ଏହାକୁ ନେଇ ନିର୍ବରଚନ କମିଶନ ପକ୍ଷରୁ ଉପ ନିର୍ବାଚନ ତାରିଖ ଘୋଷଣା କରାଯାଇଥିଲା। ଏହି ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୩ ତାରିଖରେ ନିର୍ବାଚନ ହେବାକୁ ସ୍ଥିର ହୋଇଛି। ଏହି ବିଜ୍ଞପ୍ତି ଅନୁସାରେ ୨୨ ତାରିଖ ଦିନ ପ୍ରାର୍ଥୀ ପତ୍ର  ଦାଖଲର ଶେଷ ଦିନରେ  ପୂର୍ବତନ ବିଜେଡି ସଦସ୍ୟ ତଥା ବିଜେପିରେ ଯୋଗ ଦେଇଥିବା ମମତା ମହାନ୍ତଙ୍କୁ ପୁଣିଥରେ ଦଳ ଟିକଟ ଦେଇ ନାମାଙ୍କନ ଦାଖଲ ପାଇଁ ପ୍ରସ୍ତାବ କରିଥିଲେ। ଏହି ନାମାଙ୍କନ ସମୟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ଦଳୀୟ ସଭାପତି, ପ୍ରଭାରୀ, ବିଧାୟକ ଓ ଅନ୍ୟ ନେତାମାନେ ଉପସ୍ଥିତ ଥିଲେ। 

 

ସେହିଦନ ଅପରାହ୍ଣରେ ଦଳର ଅନ୍ୟତମ ସଦସ୍ୟ ତଥା ନିକଟରେ ବିଧାନସଭା ନିର୍ବାଚନରେ ପରାଜୟ ବରଣ କରିଥିବା ଜଗନ୍ନାଥ ପ୍ରଧାନ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ। ସ୍ୱାଧୀନ ଭାବେ ସେ ପ୍ରାର୍ଥୀପତ୍ର ଦାଖଲ କରିବା ବେଳେ ତାଙ୍କୁ ଦଳର କିଛି ବିଧାୟକ ସମର୍ଥନ ମଧ୍ୟ କରିଥିଲେ। ତାଙ୍କର ପ୍ରାର୍ଥୀପତ୍ର ଦାଖଲ କୁ ନେଇ ଅନେକ ଚର୍ଚ୍ଚା ସୃଷ୍ଟି ହୋଇଥିଲା। ଏପରିକି ଦଳରେ ଫାଟ ଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଥିଲା। ହେଲେ ଦଳର କିଛି ଟାଣୁଆ ନେତା ଏହାକୁ ଏକ ରଣନୀତି ବୋଲି କହିଥିଲେ। ଯଦି ପ୍ରାର୍ଥୀ ମମତା ମହାନ୍ତଙ୍କ ପ୍ରାର୍ଥୀପତ୍ରରେ ତ୍ରୁଟି ପରିଲକ୍ଷିତ ହୁଏ ଏବଂ ବିଜେଡିର କୌଣସି ସଦସ୍ୟ ପ୍ରାର୍ଥୀ ପତ୍ର ଦାଖଲ କରନ୍ତି ତେବେ ଏହି  ଭୋଟ ତାଙ୍କ ପକ୍ଷରେ ଯିବ ବୋଲି ଚର୍ଚ୍ଚା ହେଉଥିଲା। ଏଣୁ ନିରାପତ୍ତାକୁ ଆଖି ଆଗରେ ରଖି ବିଜେପି ପକ୍ଷରୁ ଏହି ରଣନୀତି ଆପଣା ଯାଇଥିବା କହିଥିଲେ।  ଆଜି ଶ୍ରୀ ପ୍ରଧାନ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଲେ କେଳବ ମମତା ହିଁ ପ୍ରାର୍ଥୀ ହୋଇ ରହିବେ। ଅର୍ଥାତ ଏଥିଲାଗି ଆଉ ନିର୍ବାଚନ ଆବଶ୍ୟକତା ରହିବ ନାହିଁ। ତାଙ୍କୁ ନିର୍ବାଚନ ରିଟର୍ଣଣିଂ ଅଧିକାରୀ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ଘୋଷଣା କରିପାରନ୍ତି। ଗତକାଲି ଆସାମରେ ମଧ୍ୟ ବିନା ନିର୍ବାଚନରେ ଦୁଇଜଣ ସଦସ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି।