କାପୁରଥାଲା ଠାରେ ହେଲା ଅମୃତସର ଘଟଣାର ପୁନରାବୃତ୍ତି; ଧର୍ମଗ୍ରନ୍ଥକୁ ଅପମାନ କରିବା ଅଭିଯୋଗରେ ଯୁବକଙ୍କୁ ପିଟି ହତ୍ୟା
ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ପଞ୍ଜାବରେ ଧାର୍ମିକ ଅପମାନ କରିବା ଅଭିଯୋଗରେ ହତ୍ୟାକାଣ୍ଡ ଭଳି ଘଟଣା ଘଟିଛି।
ଚଣ୍ଡିଗଡ଼: ଧର୍ମକୁ ଅପମାନିତ କରିବା ଅଭିଯୋଗରେ ପଞ୍ଜାବରେ ଘଟିଥିବା ଧାର୍ମିକ ହତ୍ୟାକାଣ୍ଡର ଦ୍ୱିତୀୟ ମାମଲା ଏବେ ସାମ୍ନାକୁ ଆସିଛି। ପ୍ରଥମେ ଅମୃତସର ଆଉ ବର୍ତ୍ତମାନ ରାଜ୍ୟର କାପୁରଥାଲା ଠାରେ ଘଟିଯାଛଛି ଏଭଳି ଘଟଣା। ଶିଖ ଧର୍ମାନୁଷ୍ଠାନ ଗୁରୁଦ୍ୱାର ଠାରେ ବ୍ୟବହାର କରାଯାଉଥିବା ଧାର୍ମିକ ପତାକା ନିଶାନ ସାହିବକୁ ଅପମାନ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଛି ଲୋକଙ୍କ ଭୀଡ଼। ଏହି ହତ୍ୟାକାଣ୍ଡ ସେତେବେଳେ ଘଟିଛି ଯେତେବେଳେ ପୋଲିସ ଅଭିଯୁକ୍ତକୁ ହେପାଜତରେ ନେଉଥିଲା।
ଲୋକଙ୍କ ଭିଡ଼ ଅଭିଯୁକ୍ତକୁ ପୋଲିସ ପାଖରୁ ଟାଣି ନେଇ ପିଟିପିଟି ହତ୍ୟା କରିଥିଲା। ଲଗାତାର ଭାବେ ଦ୍ୱିତୀୟ ଥର ପାଇଁ ପଞ୍ଜାବରେ ଧାର୍ମିକ ଅପମାନ କରିବା ଅଭିଯୋଗରେ ହତ୍ୟାକାଣ୍ଡର ହୋଇଛି। ରାଜ୍ୟରେ ଘଟୁଥିବା ଏଭଳି ପଞ୍ଜାବ ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି। ଧର୍ମକୁ ଅପମାନ ନୁହେଁ ଚୋରି କରିବା ଅଭିଯୋଗରେ ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।
Also Read: ସ୍ୱର୍ଣ୍ଣ ମନ୍ଦିରରେ ଧର୍ମଗ୍ରନ୍ଥକୁ ଅପମାନ କରିବା ଅଭିଯୋଗ; ଜଣଙ୍କୁ ପିଟିପିଟି ହତ୍ୟା
ପଞ୍ଜାବର କପୁରଥାଲାସ୍ଥିତ ନିଜାମପୁର ମୋଡ଼ ଠାରେ ଅବସ୍ଥିତ ଗୁରୁଦ୍ୱାର ସାହିବରେ ନିଶାନ ସାହିବକୁ ଅଭିଯୁକ୍ତ ମୃତକ ଯୁବକ ଅପମାନିତ କରିଥିବା ନେଇ ଅଭିଯୋଗ ହୋଇଥିଲେ। ଅଭିଯୁକ୍ତକୁ ଦଣ୍ଡ ଦେବା ପାଇଁ ଗୁରୁଦ୍ୱାର ପକ୍ଷରୁ ଘୋଷଣା ମଧ୍ୟ କରାଯାଇଥିଲା। ମାଇକ୍ ଜରିଆରେ ଲୋକଙ୍କୁ କୁହାଯାଇଥିଲା ଯେ ସମସ୍ତ ଅସ୍ତ୍ର ଆଣି ଆସନ୍ତୁ। ଏହା ପରେ ଲୋକଙ୍କ ସେଠାରେ ପଶି ଏଭଳି ହତ୍ୟାକାଣ୍ଡ ଭିଆଇଥିଲା।
ଗତକାଲି ସକାଳେ ଧର୍ମକୁ ଅପମାନିତ କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ଗ୍ରାମବାସୀ ଧରିଥିଲେ। ଏହା ପରେ ସ୍ଥାନୀୟ ଲୋକେ ତାକୁ ଏକ କୋଠରୀରେ ବନ୍ଦ କରିଦେଇଥିଲେ। ଏ ସମ୍ପର୍କରେ ଜାଣିବା ପରେ ପୋଲିସ ଅଭିଯୁକ୍ତକୁ ଘଟଣାସ୍ଥଳରୁ ନେଇଯିବା ପାଇଁ ଚେଷ୍ଟା କରିଥିଲା। ହେଲେ ଅଭିଯୁକ୍ତକୁ ନେଉଥିବା ସମୟରେ ପୋଲିସ ସହ ଲୋକଙ୍କ ଭିଡ ମୁହାଁମୁହିଁ ହୋଇଥିଲା। ଭିଡ଼କୁ ହଟାଇବା ପାଇଁ ପୋଲିସ ଫାଙ୍କା ଗୁଳି ଚାଳନା କରିଥିଲା।
Also Read: Singhu Border Murder Case: ଖଲିସ୍ତାନ ଆନ୍ଦୋଳନର ସମର୍ଥକ ହେଉଛି Nihang Baba Narayan Singh
ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ କାପୁରଥାଲା ଏସଏସପି ଭାରୀ ପୋଲିସ ଫୋର୍ସ ସହିତ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହି ଘଟଣା ଘଟିବା ପରେ ରାଜ୍ୟ ପୋଲିସ ବାହିନୀର କାର୍ଯ୍ୟ ଦକ୍ଷତାକୁ ନେଇ ପ୍ରଶ୍ନ ଉଠିଛି। ଏନେଇ ପ୍ରତିକ୍ରିୟା୍ ରଖି ଏସଏସପି କହିଛନ୍ତି ଯେ ଏହା କୌଣସି ଧାର୍ମିକ ଅପମାନ ଜନିତ ମାମଲା ନୁହେଁ। ଚୋରି ଭଳି ଘଟଣାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଛି। ଧାର୍ମିକ ଅପମାନର ନାଁ ଦେଇ ଲୋକଙ୍କ ଭିଡ ଅଭିଯୁକ୍ତ ଯୁବକକୁ ହତ୍ୟା କରିଛନ୍ତି। ମୃତକଙ୍କ ପରିଚୟ ମିଳିନାହିଁ। ହତ୍ୟା ମାମଲାରେ ଜଡିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ଦାଏର କରାଯାଇଛି ଏବଂ ଶୀଘ୍ର ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Also Read: ସିଙ୍ଘୁ ବର୍ଡର ହତ୍ୟା ଘଟଣା ପରେ ଚର୍ଚ୍ଚାରେ ନିହଙ୍ଗ ଶିଖ୍; ଜାଣନ୍ତୁ କିଏ ଏମାନେ
ଗତ ଶନିବାର ଅମୃତସରସ୍ଥିତ ହରମନ୍ଦିର ସାହିବ ଅର୍ଥାତ ସ୍ୱର୍ଣ୍ଣ ମନ୍ଦିର ଠାରେ ଶିଖ ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବକୁ ଅପାମାନିତ କରିବା ଅଭିଯୋଗରେ ଜଣେ ଅଜ୍ଞାତ ବ୍ୟକ୍ତିକୁ ନିର୍ଘାତ ମାଡ଼ ମାରିଥିଲେ ସେଠାରେ ନିୟୋଜିତ ହୋଇଥିବା SGPC କର୍ମଚାରୀ। ଯେଉଁଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା।