Singhu Border Murder Case: ଖଲିସ୍ତାନ ଆନ୍ଦୋଳନର ସମର୍ଥକ ହେଉଛି Nihang Baba Narayan Singh
Advertisement
Article Detail0/zeeodisha/odisha1009094

Singhu Border Murder Case: ଖଲିସ୍ତାନ ଆନ୍ଦୋଳନର ସମର୍ଥକ ହେଉଛି Nihang Baba Narayan Singh

ଅଭିଯୁକ୍ତ ନିହଙ୍ଗ ବାବା ନାରାୟଣ ସିଂହ ଖଲିସ୍ତାନ ଆନ୍ଦୋଳନର ଜନକ ଭିଣ୍ଡରୱାଲାର କଟ୍ଟର ସମର୍ଥକ ବୋଲି ଜଣାପଡି଼ଛି।

Singhu Border Murder Case: ଖଲିସ୍ତାନ ଆନ୍ଦୋଳନର ସମର୍ଥକ ହେଉଛି Nihang Baba Narayan Singh

ନୂଆଦିଲ୍ଲୀ: ଗତ ଶୁକ୍ରବାର ସିଂଘୁ ବର୍ଡର ଠାରେ ଦଳିତ ଯୁବକ ଲଖବୀର ସିଂହଙ୍କୁ ହତ୍ୟା ଘଟଣାରେ ଆସିଛି ନୂଆ ତଥ୍ୟ। ଏଠାରେ ଚାଲିଥିବା ଆନ୍ଦୋଳନ ସହ ଜଡିତ ଜଣେ ବ୍ୟକ୍ତି ମୃତକଙ୍କ ସମ୍ପର୍କରେ ଏକ ନୂଆ ଖୁଲାସା କରି କହିଛନ୍ତି ଚଳିତ ବର୍ଷ ଜୁନ୍ ମାସରେ ସେ ଏଠାକୁ ଆସିଥିଲେ।

ଏହା ସହିତ ସେ କହିଛନ୍ତି ଯେ ମୃତକ ଲଖବୀର ସିଂହ (Lakhbir Singh Murder Case) ନିହଙ୍ଗଙ୍କ (Nihang) ସହ ସିଂଘୁ ବର୍ଡର (Singhu Border) ଠାରେ ରହିଥିବା ତାଙ୍କ ତମ୍ବୁରେ ରହୁଥିଲେ। ସେମାନେ ତାଙ୍କୁ ତମ୍ବୁ ସଫା କରିବା ଏବଂ ପୋଷାକ ଧୋଇବା ଦାୟିତ୍ୱ ଦେଇଥିଲେ। ଏହାର ପ୍ରତିବଦଳରେ ନିହଙ୍ଗ ତାଙ୍କ ରହିବା ଖାଇବା ପାଇଁ ବ୍ୟବସ୍ଥା କରୁଥିଲେ।

ଗତ ୧୪-୧୫ ମଧ୍ୟରାତ୍ରୀରେ ଯେତେବେଳେ ଲଖବୀର ସିଂହ ନିହଙ୍ଗଙ୍କ ଶୋଇବା ପୂର୍ବରୁ ତମ୍ବୁରେ ସଫା କରୁଥିଲେ ସେତେବେଳେ ସେ ସେଠାରେ ରଖାଯାଇଥିବା "ସର୍ବଲୋହ ଗ୍ରନ୍ଥ" ଯେଉଁସ୍ଥାନରେ ରଖାଯାଇଥିଲା ତାହାକୁ ସେଠାରୁ   ହଟାଇ ସେହି ସ୍ଥାନରେ ସଫା କରିବା ଆରମ୍ଭ କରିଥିଲେ। ଯେତେବେଳେ ମୃତକ ତମ୍ବୁ ସଫା କରୁଥିଲେ ସେତେବେଳେ ଏହି ପୁସ୍ତକ ଭୂମିରେ ତାଙ୍କ ପାଦ ପାଖରେ ଥିଲା। ଏହି ସମୟରେ ଜଣେ ନିହାଙ୍ଗ ତମ୍ବୁ ଭିତରକୁ ଆସିଥିଲେ ଏବଂ ଏହା ଦେଖିବା ପରେ ସେ ମୃତକଙ୍କୁ ପିଟିଥିଲେ ଏବଂ ଧର୍ମଶାସ୍ତ୍ରକୁ ଅପମାନିତ କରିଥିବା ଅଭିଯୋଗ କରିଥିଲେ।

fallback

Also Read: Singhu Border Murder Case: ୭ ଦିନିଆ ପୋଲିସ ରିମାଣ୍ଡରେ ଅଭିଯୁକ୍ତ Nihang Sarabjit

 

ଏହା ମଧ୍ୟରେ ଆହୁରି ଅନେକ ନିହଙ୍ଗ ସେଠାକୁ ଆସିଥିଲେ ଏବଂ ଯେତେବେଳେ ସେମାନେ ଏକଥା ଜାଣିଲେ ଲଖବୀର ସିଂହ ତମ୍ବୁ ସଫାକରିବା ଧର୍ମଗ୍ରନ୍ଥକୁ ସଫା କରିବା ପାଇଁ ଭୂମିରେ ତାଙ୍କ ପାଦ ପାଖରେ ରଖିଥିଲେ ସେମାନେ ମଧ୍ୟ ତାଙ୍କୁ ପିଟିବା ଆରମ୍ଭ କରିଥିଲେ। ଏହା ପରେ ଲଖବୀର ସିଂହ ସେଠାରୁ ଖସିଯିବାକୁ ଚେଷ୍ଟା କରିଥିଲେ ହେଲେ ସେ ଧରା ପଡିଯାଇଥିଲା। ତାଙ୍କର ହାତ ଗୋଡ଼କୁ ବାନ୍ଧି ତାଙ୍କୁ ନିହାଙ୍ଗ ଜାଥେଦର ଅମୃତଦୀପ ସିଂହ ଏବଂ ବାବା ନାରାୟଣ ସିଂହଙ୍କ ସମ୍ମୁଖକୁ ନେଇଯାଇଥିଲେ।

ଏହା ପରେ ନିହଙ୍ଗ ଦଳ ଲଖବୀର ସିଂହଙ୍କୁ ପଚରାଉଚରା କରିଥିଲେ। ଲଖବୀର ସିଂହ ଯେଉଁ ହାତରେ ଧର୍ମଗ୍ରନ୍ଥକୁ ଛୁଇଁଥିଲେ ଏବଂ ତାଙ୍କର ଯେଉଁ ଗୋଡ ପାଖରେ ଭୂମି ଉପରେ ଏହାକୁ ରଖାଯାଇଥିଲା ତାହାକୁ କାଟି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ନିହଙ୍ଗ।  

ଲଖବୀର ସିଂହ ହତ୍ୟା ଘଟଣାରେ ହରିୟାଣା ସୋନିପତ ପୋଲିସ ୨ ନିହଙ୍ଗଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଏହି ଦୁଇ ଅଭିଯୁକ୍ତ ହେଉଛନ୍ତି ଗୋବିନ୍ଦ ପ୍ରୀତ ସିଂହ ଏବଂ ଭଗବନ୍ତ ସିଂହ। ଶନିବାର ସେମାନେ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ଅଭିଯୁକ୍ତ ଆତ୍ମସମର୍ପଣ କରିବା ପୂର୍ବରୁ ଅନ୍ୟ ନିହଙ୍ଗ ସେମାନଙ୍କୁ ଫୁଲ ମାଳ ପକାଇ ସମ୍ମାନିତ କରିଥିଲେ। ଆତ୍ମସମର୍ପଣ କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିବା ସହ ଜେରା କରୁଛି। ଅନ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ତଥ୍ୟ ଯୋଗାଡ କରିବାକୁ ପ୍ରୟାସ ଜାରି ରଖିଛି।

ଏହି ଘଟଣାରେ ଜଡିତ ଅନ୍ୟତମ ଅଭିଯୁକ୍ତ ସରବଜିତ ସିଂହ ନାମକ ନିହଙ୍ଗଙ୍କୁ (Nihang Sarabjit Singh) ଗତ ଶୁକ୍ରବାର ଗିରଫ କରାଯାଇଥିଲା। ଏ ଘଟଣା ପରେ ଅନ୍ୟତମ ଅଭିଯୁକ୍ତ ବାବା ନାରାୟଣ ସିଂହ (Nihang Baba Narayan Singh) ସିଂଘୁ ବର୍ଡର ଠାରୁ ଫେରାର ହୋଇଯାଇଥିଲା। ଗତ ଶନିବାର ଅମୃତସର ପୋଲିସ ତାକୁ ଅମରକୋଟ ଗାଁରୁ ଧରିଥିଲା। ଗିରଫଦାରୀ ପୂର୍ବରୁ ଅମୃତସର ଠାରେ ନାରାୟଣ ସିଂହଙ୍କୁ ନୋଟ୍ ଏବଂ ଧାର୍ମିକ ପୋଷାକ ପିନ୍ଧି ହିରୋ ଭଳି ସମ୍ମାନିତ କରାଯାଇଥିଲା। 

Also Read: ସିଙ୍ଘୁ ବର୍ଡର ହତ୍ୟା ମାମଲାରେ ଜଡିତ ଅଭିଯୁକ୍ତ ନିହଙ୍ଗ ସରବଜିତ ସିଂହ ଗିରଫ

ଅଭିଯୁକ୍ତ ନିହଙ୍ଗ ବାବା ନାରାୟଣ ସିଂହ ଖଲିସ୍ତାନ ଆନ୍ଦୋଳନର ଜନକ ଭିଣ୍ଡରୱାଲାର କଟ୍ଟର ସମର୍ଥକ ବୋଲି ଜଣାପଡି଼ଛି। ସିଂଘୁ ବର୍ଡର ଠାରେ କୃଷକ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେବେଠାରୁ ନାରାୟଣ ସିଂହ ଅନ୍ୟ ନିହଙ୍ଗଙ୍କ ସହ ସେଠାରେ ଏକ ପେଣ୍ଡାଲ ଦଖଲ କରି ଏହାକୁ ରଖିଥିଲା। ଏଠାରେ ୪୦-୫୦ ଜଣ ସଶସ୍ତ୍ର ନିହଙ୍ଗ ଧାରୁଆ ଅସ୍ତ୍ରଶସ୍ତ୍ର ସହ ଉପସ୍ଥିତ ରହୁଥିଲେ। ଆନ୍ଦୋଳନସ୍ଥଳରେ ସେମାନଙ୍କ ପ୍ରକୋପ ଏତେ ଥିଲା ଯେ ଅନ୍ୟ ଆନ୍ଦୋଳନକାରୀ କୃଷକ ନେତା ତାଙ୍କ ଆଗରେ ଅସହାୟ ହୋଇପଡୁ଼ଥିଲେ। 

fallback

ଗତ ଜୁଲାଇ ୨୧ ତାରିଖରେ ପଞ୍ଜାବ କିସାନ ୟୁନିଅନର ସଭାପତି ରୁଲଦୁ ସିଂହ ସିଂଘୁ ବର୍ଡରସ୍ଥିତ ଆନ୍ଦୋଳନ ମଞ୍ଚରୁ ଆତଙ୍କବାଦୀ ଜେନେରାଲ ସିଂହ ଭିଣ୍ଡରୱାଲା ଏବଂ ଖାଲିସ୍ତାନୀଙ୍କୁ ବିରୋଧ କରି କହିଥିଲେ ଚାଷୀ ଆନ୍ଦୋଳନକୁ ଆତଙ୍କବାଦୀଙ୍କ ମହିମାମଣ୍ଡନ କରିବାକୁ ବ୍ୟବହାର କରାଯିବା ଠିକ ନୁହେଁ। ହେଲେ ବାବା ନାରାୟଣ ସିଂହ ସେଠାରେ କିସାନ ମୋର୍ଚ୍ଚା ଏବଂ ସାଧାରଣ ଆନ୍ଦୋଳନକାରୀଙ୍କ ଉଦ୍ଦେଶ୍ୟରେ ଭାଷଣ ଦେଇ କହିଥିଲା ଆନ୍ଦୋଳନସ୍ଥଳରେ ଭିଣ୍ଡରୱାଲା କିମ୍ବା ଖାଲିସ୍ତାନକୁ କେହି ବିରୋଧ କରିବେ ନାହିଁ। 

ହେଲେ ଗତ ଶୁକ୍ରବାର ବାବା ନାରାୟଣ ସିଂହ ଗିରଫ ହେବା ପୂର୍ବରୁ  ଏକ ଫେସବୁକ ପୋଷ୍ଟରେ କହିଥିଲା ଯେ ସେ ସିଂଘୁ ସୀମା ଠାରେ ଜଣେ ଦଳିତ ଯୁବକଙ୍କ ଗୋଡ କାଟି ଦେଇଛି। ଯେତେବେଳେ ଏହି ଘଟଣାରେ ଦ୍ରୁତ ଗତିରେ ବ୍ୟାପିବାକୁ ଲାଗିଲା ସେତେବେଳେ ସେ ଏହି ଫେସବୁକ ପୋଷ୍ଟକୁ ଡିଲିଟ କରି ସିଂଘୁ ସୀମାରୁ ଫେରାର ହୋଇଯାଇଥିଲା। 

Also Read: ସିଙ୍ଘୁ ବର୍ଡର ହତ୍ୟା ଘଟଣା ପରେ ଚର୍ଚ୍ଚାରେ ନିହଙ୍ଗ ଶିଖ୍; ଜାଣନ୍ତୁ କିଏ ଏମାନେ

ନିହଙ୍ଗ ନାରାୟଣ ସିଂହର ଏହି ଧମକକୁ ବିରୋଧ କରିବା ପରିବର୍ତ୍ତେ କିସାନ ମୋର୍ଚ୍ଚା ନେତା ଚୁପ୍ ରହିଥିଲେ ଏବଂ ରୁଲଦୁ ସିଂହ ମାନସାଙ୍କୁ ୧୫ ଦିନ ପାଇଁ ସଙ୍ଗଠନରୁ ନିଲମ୍ବିତ କରିଥିଲେ। ହତ୍ୟାକାରୀ ନିହାଙ୍ଗ ନାରାୟଣ ସିଂହଙ୍କ ସହ ସଂଯୁକ୍ତ କିସାନ୍ ମୋର୍ଚାର ଘନିଷ୍ଠ ସମ୍ପର୍କ ରହିଥିବା ଏହା ସ୍ପଷ୍ଟ ଭାବରେ ଦର୍ଶାଉଛି। ହତ୍ୟାକାରୀ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ ବୋଲି କିସାନ୍ ମୋର୍ଚ୍ଚା ନେତାଙ୍କ ପକ୍ଷରୁ କୁହାଯାଇଛି।