ସ୍ୱର୍ଣ୍ଣ ମନ୍ଦିରରେ ଧର୍ମଗ୍ରନ୍ଥକୁ ଅପମାନ କରିବା ଅଭିଯୋଗ; ଜଣଙ୍କୁ ପିଟିପିଟି ହତ୍ୟା
Advertisement
Article Detail0/zeeodisha/odisha1050714

ସ୍ୱର୍ଣ୍ଣ ମନ୍ଦିରରେ ଧର୍ମଗ୍ରନ୍ଥକୁ ଅପମାନ କରିବା ଅଭିଯୋଗ; ଜଣଙ୍କୁ ପିଟିପିଟି ହତ୍ୟା

ଧର୍ମଗ୍ରନ୍ଥକୁ ଅପମାନିତ କରିବା ପାଇଁ କୌଣସି ଷଡଯନ୍ତ୍ର ଆଧାରରେ ପ୍ରୟାସ କରାଯାଇଛି।

ସ୍ୱର୍ଣ୍ଣ ମନ୍ଦିରରେ ଧର୍ମଗ୍ରନ୍ଥକୁ ଅପମାନ କରିବା ଅଭିଯୋଗ; ଜଣଙ୍କୁ ପିଟିପିଟି ହତ୍ୟା

ଚଣ୍ଡିଗଡ଼: ପଞ୍ଜାବ ଅମୃତସରସ୍ଥିତ ହରମନ୍ଦିର ସାହିବ ଅର୍ଥାତ ସ୍ୱର୍ଣ୍ଣ ମନ୍ଦିର ଠାରେ ଶିଖ ଧର୍ମଗ୍ରନ୍ଥ ଗୁରୁ ଗ୍ରନ୍ଥ ସାହିବକୁ ଅପାମାନିତ କରିବାକୁ ପ୍ରୟାସ କରାଯାଇଥିବା ଅଭିଯୋଗ କରାଯାଇଛି। ଏନେଇ ହୋଇଥିବା ଅଭିଯୋଗ ଅନୁସାରେ ଜଣେ ଅଜ୍ଞାତ ବ୍ୟକ୍ତି ଗୁରୁ ଗ୍ରନ୍ଥ ସାହିବ ଦରବାରରେ ଚଢି ଯାଇଥିଲା। ଏହା ପରେ ସେଠାରେ ନିୟୋଜିତ ହୋଇଥିବା SGPC କର୍ମଚାରୀ ତାକୁ ବହୁତ ମାଡ ମାରିଥିଲେ। ଯେଉଁଥିପାଇଁ ତାର ମୃତ୍ୟୁ ହୋଇଥିଲା। 

ଏ ଘଟଣାରେ ପ୍ରତିକ୍ରିୟା ରଖି ଅମୃତସର ଡିସିପି ପିଏସ୍ ଭଣ୍ଡାଲ କହିଛନ୍ତି ଏ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ଜଣେ ଜଣେ ଅଜ୍ଞାତ ବ୍ୟକ୍ତି ସ୍ୱର୍ଣ୍ଣ ମନ୍ଦିର ଠାରେ ଥିବା ସୁନା ନିର୍ମିତ ଦ୍ୱାର ଅତିକ୍ରମ କରି ସେଠାରେ ଥିବା ଖଣ୍ଡା ଉଠାଇ ସେଠାରେ ପହଞ୍ଚିଥିଲେ ଯେଉଁଠି ଶିଖ ଗ୍ରନ୍ଥୀ ଗୁରୁ ଗ୍ରନ୍ଥ ସାହିବ ପାଠ କରୁଥିଲେ। ହେଲେ ଏହି ବ୍ୟକ୍ତି ଜଣକ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧନ କମିଟି (Shiromani Gurdwara Parbandhak Committee) ଏସଜିପିସି (SGPC)  ଟାସ୍କଫୋର୍ସ ସଦସ୍ୟଙ୍କ ଦ୍ୱାରା ଧରାପଡିଥିଲେ। ଯେତେବେଳେ ତାକୁ ଏସଜିପିସି କାର୍ଯ୍ୟାଳୟକୁ ନିଆଯାଉଥିଲା ସେତେବେଳେ କ୍ରୋଧିତ ଭୀଡ ତାକୁ ନିର୍ଘାତ ମାଡ଼ ମାରିଥିଲେ। ଯେଉଁଥିପାଇଁ ସେହି ଲୋକର ମୃତ୍ୟୁ ହୋଇଥିଲା। 

Also Read: ସିଙ୍ଘୁ ବର୍ଡର ହତ୍ୟା ଘଟଣା ପରେ ଚର୍ଚ୍ଚାରେ ନିହଙ୍ଗ ଶିଖ୍; ଜାଣନ୍ତୁ କିଏ ଏମାନେ

ଡିସିପି କହିଛନ୍ତି ମୃତକଙ୍କ ବୟସ ପ୍ରାୟ ୩୦ ବର୍ଷ ତାଙ୍କର ପରିଚୟ ଖୋଜିବାକୁ ଚେଷ୍ଟା ଚାଲିଛି। ସେ କେତେବେଳେ ସ୍ୱର୍ଣ୍ଣ ମନ୍ଦିରରେ ପ୍ରବେଶ କରିଥିଲେ ଏବଂ ତାଙ୍କ ସହ କେତେ ଲୋକ ଥିଲେ ତାହାର ତଦନ୍ତ ସେଠାରେ ଲାଗି ସିସିଟିଭି କ୍ୟାମେରା ଫୁଟେଜ ଆଧାରରେ କରାଯାଉଛି। ଆଇନ ଶୃଙ୍ଖଳା ରକ୍ଷା ପାଇଁ ତେଜା ସିଂ ସମୁନ୍ଦରୀ ହଲ ସ୍ଥିତ ଏସଜିପିସି ପରିସରର ଆଖପାଖରେ ଭାରୀ ପୋଲିସ ବଳ ମୁତୟନ କରାଯାଇଛି। ଏହି ଘଟଣା ପରେ ବହୁ ସଂଖ୍ୟାରେ ଶିଖ ଭକ୍ତ ଏବଂ ବିଭିନ୍ନ ଶିଖ ସଙ୍ଗଠନ ଏସଜିପିସି ସଂସ୍ଥାକୁ ଏହାର ଢିଲାପଣ ପାଇଁ ସମାଲୋଚନା କରିଥିଲେ।

ଏନେଇ ମତ ରଖି ଏସଜିପିସି ପୂର୍ବତନ ମୁଖ୍ୟ ବିବି ଜାଗିର କୌର କହିଛନ୍ତି ଯେ ଦରବାର ସାହିବ ସମସ୍ତ ଧର୍ମ ପାଇଁ ଖୋଲା ରହିଛି। ସେଠାରେ ଧର୍ମଗ୍ରନ୍ଥକୁ ଅପମାନିତ କରିବା ପାଇଁ କୌଣସି ଷଡଯନ୍ତ୍ର ଆଧାରରେ ପ୍ରୟାସ କରାଯାଇଛି। ସେହି ଷଡଯନ୍ତ୍ର ପଛରେ କିଏ ଅଛନ୍ତି ତାହା ଖୋଜିବା ଆବଶ୍ୟକ। ଏହି ଘଟଣାକୁ ଯେତେ ନିନ୍ଦା କରାଯିବା ତାହା କମ ହେବ। ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ଏସଜିପିସି ସଦସ୍ୟ ଗୁରୁପ୍ରୀତ ସିଂ ରନ୍ଧୱା ଏ ଘଟଣାର ତଦନ୍ତ କରିବା ପଞ୍ଜାବ ସରକାରଙ୍କ ଠାରେ ଦାବି କରିଛନ୍ତି।

Also Read: Singhu Border Murder Case: ଖଲିସ୍ତାନ ଆନ୍ଦୋଳନର ସମର୍ଥକ ହେଉଛି Nihang Baba Narayan Singh

ବିଜେପି ନେତା ମନଜିନ୍ଦର ସିଂହ ସିରସା ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି। ଏନେଇ ସେ ଲେଖିଛନ୍ତି, 'ଶ୍ରୀ ଦରବାର ସାହିବ ଠାରେ ଘଟିଥିବା ବଳିଦାନ ଘଟଣା ବିଷୟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ କଥା ହୋଇଛନ୍ତି। ଏହି ଘଟଣାରେ ଦୁଃଖ ପ୍ରକାଶ କରି ସେ କହିଛନ୍ତି ଯେ ଆମେ ଏସଜିପିସିକୁ ନିଶ୍ଚିତ କରୁଛୁ ଏହା ପଛରେ ରହିଥିବା ଷଡଯନ୍ତ୍ରର ପର୍ଦ୍ଦାଫାଶ କରିବା ପାଇଁ ଭାରତ ସରକାରଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରିବୁ। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ପାଇଁ ସେ କେନ୍ଦ୍ର ଗୃହମନ୍ତ୍ରୀ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ବୋଲି କହିଛନ୍ତି।

Also Read: ଦଳିତ ଯୁବକଙ୍କ ହତ୍ୟା ପରେ Singhu Border ଖାଲି କରିବାକୁ ସୁପ୍ରିମକୋର୍ଟରେ ଦାଏର ହେଲା ଆବେଦନ

ଏ ଘଟଣାରେ ପ୍ରତିକ୍ରିୟା ରଖି ପଞ୍ଜାବ ବିଜେପି ସଭାପତି ଅଶ୍ୱିନୀ ଶର୍ମା ରାଜ୍ୟରେ କ୍ଷମତୀସୀନ କଂଗ୍ରେସ ସରକାରକୁ ଟାର୍ଗେଟ କରିଛନ୍ତି। ଏନେଇ ସେ କହିଛନ୍ତି ଧର୍ମଗ୍ରନ୍ଥକୁ ଅପମାନତି କରିବା ଭଳି କାର୍ଯ୍ୟକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଏ ଘଟଣାରେ ଜଡିତ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦଳ ଦାବି କରୁଛି। ଏହି ଘଟଣାରେ ଅଭିଯୁକ୍ତଙ୍କୁ ଜୀବନ୍ତ ଧରାଯିବାର ଆବଶ୍ୟକତା ଥିଲା। କାରଣ ଏହା ପଛରେ କିଏ ରହିଛି ତାହାର ପର୍ଦ୍ଦଫାଶ ହୋଇଥାନ୍ତା।