ହିନ୍ଦୁତ୍ୱ ପ୍ରସଙ୍ଗରେ ଦଳୀୟ ନେତାଙ୍କୁ ଟାର୍ଗେଟ କଲେ କଂଗ୍ରେସ ନେତା ସଲମାନ ଖୁର୍ସିଦ
ହିନ୍ଦୁତ୍ୱ ଚିନ୍ତାଧାରକୁ ଆଇଏସଆଇଏସ ଏବଂ ବୋକୋ ହରାମ ଭଳି ଆତଙ୍କବାଦୀ ସଙ୍ଗଠନ ସହିତ ତୁଳନା କରିଛନ୍ତି କଂଗ୍ରେସ ନେତା ସଲମାନ ଖୁର୍ସିଦ।
ଲକ୍ଷ୍ନୌ: ପୁଣି ଥରେ ରାମ ମନ୍ଦିର ମାମଲାକୁ ନେଇ ସରଗରମ ହୋଇଉଠିଛି ଉତ୍ତର ପ୍ରଦେଶ ରାଜନୀତି। ଆସନ୍ତାବର୍ଷ ହେବାକୁ ଯାଉଥିବା ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ପ୍ରସଙ୍ଗ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିବା ପରେ ରାଜନୀତିରେ ସୃଷ୍ଟି ହୋଇଯାଇଛି ହଟଚମଟ। କେବଳ ସେତିକି ନୁହେଁ ନିର୍ବାଚନ ପାଖେଇ ଆସୁଥିବା ବେଳେ ଏହି ପ୍ରସଙ୍ଗ ରାଜନୈତିକ ଦୃଷ୍ଟିକୋଣରୁ ଅନେକ ଗୁରୁତ୍ୱ ବହନ କରୁଛି।
ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟର (Supreme Court Verdict on Ram Mandir) ମୂଲ୍ୟାଙ୍କନ କରିବା ସହ ଏହାକୁ ନେଇ କେତେକ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଉତ୍ତର ପ୍ରଦେଶର (Uttar Pradesh) ଫରୁର୍ଖାବାଦ ଲୋକସଭା ଆସନର (Farrukhabad Lok Sabha Constituency) ପୂର୍ବତନ ସାଂସଦ ସଲମାନ ଖୁର୍ସିଦ (Congress Leader Salman Khurshid)।
ନିଜ ଲିଖିତ "Sunrise Over Ayodhya: Nationhood in Our Times" ନାମକ ପୁସ୍ତକରେ ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟକୁ ପ୍ରଶଂସା କରିବା ସହ ଏହାକୁ ନେଇ କେତେକ ପ୍ରଶ୍ନ ଉଠାଇଛନ୍ତି। ଅନ୍ୟପଟେ ଏହି ରାୟର ସକରାତ୍ମକ ଦିଗକୁ ଦେଖି ସେ ଆଶା ପ୍ରକଟ କରିଛନ୍ତି ଯେ ବର୍ତ୍ତମାନ ଦେଶ ଆଗକୁ ବଢିବା ଆବଶ୍ୟକ।
କୌତୂହଳର ବିଷୟ ଏହା ଯେ ନିଜ ଲିଖିତ ପୁସ୍ତକ ଜରିଆରେ ହିନ୍ଦୁତ୍ୱ ଦ୍ୱାରା ପ୍ରଭାବିତ ହୋଇଥିବା କଂଗ୍ରେସ ନେତାଙ୍କ ଅଙ୍ଗୁଳି ନିର୍ଦ୍ଦେଶ କରିବାକୁ ପଛେଇ ନାହାଁନ୍ତି ସେ। ଏପରିକି ଦଳର ସେହି ନେତାଙ୍କୁ ସମାଲୋଚନା କରିଛନ୍ତି ଯେଉଁମାନେ ହିନ୍ଦୁତ୍ୱ ରାଜନୀତିରେ ପ୍ରଭାବିତ ହୋଇଥିବା ଜଣାପଡିଛି।
Also Read: ମୁସଲିମଙ୍କୁ ଖୁସି କରିବା ପାଇଁ ଇସଲାମ ଗ୍ରହଣ କରିପାରନ୍ତି Akhilesh Yadav: Anand Swaroop Shukla
ଦେଶରେ ହିନ୍ଦୁତ୍ୱ ରାଜନୀତିର ପ୍ରଭାବ ଉପରେ ଚର୍ଚ୍ଚା କରି ସଲମାନ ଖୁର୍ସଦ ଲେଖିଛନ୍ତି ମୋ ନିଜ ଦଳ କଂଗ୍ରେସରେ ପ୍ରାୟତଃ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥାଏ। ଦଳରେ ଏପରି ଗୋଷ୍ଠୀ ଅଛି ଯେଉଁମାନେ ଏହି କଥାକୁ ନେଇ ଅନୁତାପ କରନ୍ତି ଯେ ଆମ ଦଳ ସଂଖ୍ୟାଲଘୁ ଭାବମୂର୍ତ୍ତି ରଖୁଥିବା ଏକ ଦଳ। ଏହି ଗୋଷ୍ଠୀ ଦଳରେ ଜନୈଉଧାରୀ ନେତୃତ୍ୱକୁ ଉପସ୍ଥାପିତ କରିଥାଏ। ସେମାନେ ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ଉପରେ ପ୍ରତିକ୍ରିୟା ରଖି କହିଥିଲେ ଏହି ସ୍ଥାନରେ ଏକ ବିଶାଳ ରାମ ମନ୍ଦିର ନିର୍ମାଣ କରାଯିବା ଆବଶ୍ୟକ। ଏପରି ଆଭିମୁଖ୍ୟ ଅଦାଲତଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶର ସେହି ଅଂଶକୁ ଅଣଦେଖା କରାଯାଇଛି ଯେଉଁଥିରେ ମସଜିଦ ନିର୍ମାଣ ପାଇଁ ଜମି ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।
ଏନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖି ସଲମାନ ଖୁର୍ସଦ କୌଣସି ନିର୍ଦ୍ଧିଷ୍ଟ ଲୋକ ନାଁ କହିନାହାଁନ୍ତି। ଏପରିକି ସେ କେଉଁ ନେତାଙ୍କୁ ଟାର୍ଗେଟ କରୁଛନ୍ତି ତାହା ମଧ୍ୟ କହିନାହାଁନ୍ତି। ସେମାନେ ବ୍ୟକ୍ତିଗତ ଆସ୍ଥା କାରଣରୁ ଏହା କହିଥାଇ ପାରନ୍ତି ବୋଲି କହିଛନ୍ତି ଏହି କଂଗ୍ରେସ ନେତା।
ରାମ ମନ୍ଦିର ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ଏବଂ ନିଜ ଲିଖିତ ପୁସ୍ତକ ଉପରେ ସଲମାନ ଖୁର୍ସିଦ କହିଛନ୍ତି ଅଯୋଧ୍ୟା ବିବାଦକୁ ନେଇ ସମାଜରେ ବିଭାଜନ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଏହି ସମସ୍ୟାର ସମାଧାନର ରାସ୍ତା ବାହାରି କରିଥିଲେ। ଅଦାଲତର ଏହି ନିଷ୍ପତ୍ତି ଏକ ଦୀର୍ଘ ରାସ୍ତା ଦେଖିବାକୁ ଚେଷ୍ଟା କରିଛି। ଏହା ଏପରି ନିଷ୍ପତ୍ତି ଯାହା ଦ୍ୱାରା ଆମେ ହାରିଯାଇଛୁ କିମ୍ବା ସେମାନେ ଜିତି ଯାଇଛନ୍ତି।
ବିଜେପି (BJP) ଉଦ୍ଦେଶ୍ୟରେ ସେ କହିଛନ୍ତି ଆମେ ଜିତିଯାଇଛୁ ବୋଲି ଘୋଷଣା କରାଯାଇ ନାହିଁ କିନ୍ତୁ ବେଳେବେଳେ ଏପରି ସଙ୍କେତ ଦିଆଯାଇଥାଏ। ସମସ୍ତଙ୍କୁ ଯୋଡିବା ପାଇଁ ପ୍ରୟାସ ହେବା ଆବଶ୍ୟକ। ବର୍ତ୍ତମାନ ଅଯୋଧ୍ୟା ଠାରେ ଅନୁଷ୍ଠିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଏପରି ଦୃଶ୍ୟମାନ ହେଉଛି ଯାହା କେବଳ ଗୋଟିଏ ଦଳ ଦ୍ୱାରା ଆୟୋଜିତ ହୋଇଥିବା ଉତ୍ସବ। ସାମ୍ପ୍ରଦାୟିକ ଧ୍ରୂବୀକରଣ (Communal Polarization) ବିନା ବିଜେପି କିଛି କରିପାରିବ ନାହିଁ। ଯଦି ସେମାନେ ଏହା ନକରନ୍ତି ତାହେଲେ ଆଉ କ’ଣ କରିବେ? ସେମାନେ ଅନ୍ୟ କିଛି କରିବା ଜାଣନ୍ତି ନାହିଁ। ମୋ ଦଳ କଂଗ୍ରେସର ସଂକଳ୍ପ ଯେ ଆମେ ସମାଜରେ ଧ୍ରୂବୀକରଣ କରିବାକୁ ଅନୁମତି ଦେବୁ ନାହିଁ।
Also Read: ଆଗକୁ UP Poll 2022; ରାମ ଭକ୍ତିରେ ଲୀନ ହେଉଛନ୍ତି Delhi CM Arvind kejriwal
ନିଜ ଲଖିତ ପୁସ୍ତକରେ ଖୁର୍ସିଦ ଲେଖିଛନ୍ତି ଅବଶ୍ୟ ହିନ୍ଦୁତ୍ୱର ସମର୍ଥକ ଏହାକୁ ଇତିହାସରେ ସେମାନଙ୍କ ଗୌରବକୁ ଉପଯୁକ୍ତ ମାନ୍ୟତ ମିଳିଥିବା ଦୃଷ୍ଟିଭଙ୍ଗୀରେ ଦେଖିବେ। ନ୍ୟାୟ ପ୍ରସଙ୍ଗରେ ଜୀବନ ତ୍ରୁଟିରେ ପରିପୂର୍ଣ୍ଣ ହେଲେ ଆଗକୁ ବଢିବା ପାଇଁ ଆମକୁ ପରିବର୍ତ୍ତନ କରିବାକୁ ହେବ। ଏହି ପୁସ୍ତକ ଏକ ବିବେକପୂର୍ଣ୍ଣ ନିଷ୍ପତ୍ତିରେ ଆଶା ଦେଖିବାର ପ୍ରୟାସ, ଯଦିଓ କେତେକ ଅନୁଭବ କରିପାରନ୍ତି ଯେ ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ନ୍ୟାୟପୂର୍ଣ୍ଣ ନୁହେଁ। ପୁସ୍ତକ ଉପରେ ଆଲୋକପାତ କରି ସେ କହିଛନ୍ତି ଯଦି ସମାଜରେ ଏକତା ଆସେ ତାହେଲେ ମୁଁ ଏହା ବିଶ୍ୱାସ କରିବି ଯେ ମୋ ପୁସ୍ତକ ଲେଖିବା ନିଷ୍ପତ୍ତି ସଫଳ ହୋଇଛି।
ପୁସ୍ତକରେ ହିନ୍ଦୁତ୍ୱ ଚିନ୍ତାଧାରକୁ ଆଇଏସଆଇଏସ ଏବଂ ବୋକୋ ହରାମ ଭଳି ଆତଙ୍କବାଦୀ ସଙ୍ଗଠନ ସହିତ ତୁଳନା କରି ଖୁର୍ସିଦ କହିଛନ୍ତି ହିନ୍ଦୁତ୍ୱ ସାଧୁସନ୍ଥ ଏବଂ ପ୍ରାଚୀନ ହିନ୍ଦୁ ଧର୍ମକୁ ଅଲଗା କରିଦେଇଛନ୍ତି। ଯାହାକି ପ୍ରତ୍ୟେକ କ୍ଷେତ୍ରରେ ଆତଙ୍କବାଦ ସଙ୍ଗଠନ ଭଳି ଦୃଶ୍ୟମାନ ହେଉଛି। ଏହାର କାରଣ କ'ଣ ପଚରାଯିବାରୁ ସେ କହିଛନ୍ତି ହିନ୍ଦୁ ଧର୍ମ ଏକ ଉଚ୍ଚସ୍ତରର ଧର୍ମ। ଯଦି କେହି ହିନ୍ଦୁ ଧର୍ମକୁ ଅପମାନ କରେ ତାହେଲେ ମୁଁ ଏହା ବିରୁଦ୍ଧରେ ସ୍ୱର ଉଠାଇବି। ଯେଉଁମାନେ ହିନ୍ଦୁତ୍ୱ ରାଜନୀତି କରନ୍ତି ସେମାନେ ଭୁଲ୍ ଏବଂ ଆତଙ୍କୀ ସଙ୍ଗଠନ ମଧ୍ୟ ଭୁଲ୍।
ଅଯୋଧ୍ୟା ଠାରେ ଏକ ଭବ୍ୟ ରାମ ମନ୍ଦିର ନିର୍ମାଣ କରାଯାଉଛି। ହେଲେ ଏହି ମନ୍ଦିର କୌଣସି ଗୋଟିଏ ପକ୍ଷର ହେବା ଆବଶ୍ୟକ ନୁହେଁ। ସେହି ମନ୍ଦିର ସମସ୍ତଙ୍କର ହେବା ଆବଶ୍ୟକ। ମସଜିଦ ସମସ୍ତଙ୍କ ପାଇଁ ହେବା ଉଚିତ୍। ଏହି ମାମଲାରେ ସୁପ୍ରିମ କୋର୍ଟ ପ୍ରଦାନ କରିଥିବା ରାୟ, ମନ୍ଦିର-ମସଜିଦ ସବୁକିଛି ହେଉଛି ଆମର ଏବଂ ଆମକୁ ସମସ୍ତଙ୍କ ସହ ଏକାଠି ଚାଲିବାକୁ ହେବ। ଆପଣ ଗଣତନ୍ତ୍ରରେ ଉଭୟ ଭଲ-ଖରାର କାମ କରିଥାନ୍ତି। ଯଦି ଆପଣ ଖରାପ କାମ କରନ୍ତି ତାହେଲେ ଏହାର ଫଳାଫଳ ଖରାପ ହୋଇଥାଏ।
Also Read: କେଜ୍ରିୱାଲଙ୍କୁ ଯୋଗୀଙ୍କ କଟାକ୍ଷ; ରାମଙ୍କୁ ଗାଳି ଦେଉଥିବା ଲୋକ ଏବେ ହିନ୍ଦୁ ଭୋଟ ପାଇଁ କରୁଛନ୍ତି ତାଙ୍କର ଦର୍ଶନ
କଂଗ୍ରେସ ନେତା ସଲମାନ ଖୁର୍ସିଦଙ୍କ ଦ୍ୱାରା ଲଖିତ ପୁସ୍ତକର ସମୟ ମଧ୍ୟ ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଆସନ୍ତା ବର୍ଷ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ (Uttar Pradesh Assembly Election 2022) ଅନୁଷ୍ଠିତ ହେବ। ରାମ ମନ୍ଦିର ଭଳି ଏଚ ଚର୍ଚ୍ଚିତ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ପ୍ରାଧାନ୍ୟ ବିସ୍ତାର କରିବ। କୌଣସି ଗୋଟିଏ ପୁସ୍ତକ ଲେଖିବା ଦ୍ୱାରା ସାମ୍ପ୍ରଦାୟିକ ଧ୍ରୂବୀକରଣ ରୋକାଯାଇପାରିବ ନାହିଁ ବୋଲି କହିଛନ୍ତି ସେ।