କେଜ୍ରିୱାଲଙ୍କୁ ଯୋଗୀଙ୍କ କଟାକ୍ଷ; ରାମଙ୍କୁ ଗାଳି ଦେଉଥିବା ଲୋକ ଏବେ ହିନ୍ଦୁ ଭୋଟ ପାଇଁ କରୁଛନ୍ତି ତାଙ୍କର ଦର୍ଶନ
Advertisement

କେଜ୍ରିୱାଲଙ୍କୁ ଯୋଗୀଙ୍କ କଟାକ୍ଷ; ରାମଙ୍କୁ ଗାଳି ଦେଉଥିବା ଲୋକ ଏବେ ହିନ୍ଦୁ ଭୋଟ ପାଇଁ କରୁଛନ୍ତି ତାଙ୍କର ଦର୍ଶନ

ପୂର୍ବରୁ ପ୍ରଭୁଙ୍କୁ ଗାଳି ଦେଉଥିବା ଲୋକ ଏବେ ହିନ୍ଦୁ ଭୋଟ ପାଇବା ଆଶାରେ ଏବେ ତାଙ୍କ ଶରଣାପନ୍ନ ହୋଇଛନ୍ତି। 

କେଜ୍ରିୱାଲଙ୍କୁ ଯୋଗୀଙ୍କ କଟାକ୍ଷ; ରାମଙ୍କୁ ଗାଳି ଦେଉଥିବା ଲୋକ ଏବେ ହିନ୍ଦୁ ଭୋଟ ପାଇଁ କରୁଛନ୍ତି ତାଙ୍କର ଦର୍ଶନ

ନୂଆଦିଲ୍ଲୀ: ରାମ ଭକ୍ତିକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲକୁ କଟାକ୍ଷ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସମାଜବାଦ ପାର୍ଟି, ବହୁଜନ ସମାଜ ପାର୍ଟି ପରେ ଆମ ଆଦମୀ ପାର୍ଟି ସୁପ୍ରିମୋଙ୍କ ରାମ ଭକ୍ତିକୁ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି।  

ରାମ ଭକ୍ତି ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ (Delhi Chief Minister) ତଥା ଆମ ଆଦମୀ ପାର୍ଟି (Aam Aadmi Party) ଆପ୍ ସୁପ୍ରିମୋ (AAP Supremo) ଅରବିନ୍ଦ କେଜ୍ରିୱାଲଙ୍କୁ (Arvind Kejriwal) ଟାର୍ଗେଟ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ (UP CM Yogi) କହିଛନ୍ତି ପ୍ରଥମେ ଭଗବାନ ରାମଙ୍କୁ (Lord Ram) ଗାଳି ଦେଉଥିବା ଲୋକ ଏବେ ତାଙ୍କ ଦର୍ଶନ କରିବାକୁ ଆସୁଛନ୍ତି। ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ ଏବେ ସେମାନଙ୍କର ରାଜ୍ୟ କଥା ମନେପଡୁ଼ଛି। 

ପୂର୍ବରୁ ପ୍ରଭୁ ରାମଙ୍କୁ ଗାଳି ଦେଉଥିବା ଲୋକ ଏବେ ହିନ୍ଦୁ ଭୋଟ ପାଇବା ଆଶାରେ ଏବେ ତାଙ୍କ ଶରଣାପନ୍ନ ହୋଇଛନ୍ତି। ଯେତେବେଳେ ତାଙ୍କୁ ଲାଗୁଛି ଯେ ଭଗବାନଙ୍କ ବିନା ନିର୍ବାଚନ ବୈତରଣୀ ପାର ହେବା ସମ୍ଭବ ନୁହେଁ ସେତେବେଳେ ସେମାନେ ରାମ ଭକ୍ତି କରିବାକୁ ଅଯୋଧ୍ୟା ଚାଲି ଆସୁଛନ୍ତି। ଏହା ଏକ ଭଲ କଥା। ଅନ୍ତତଃପକ୍ଷେ ସେମାନେ ଭାଗବାନ ରାମଙ୍କ ଅସ୍ତିତ୍ୱ ଏବଂ ମହତ୍ତ୍ୱକୁ ଗ୍ରହଣ କରୁଛନ୍ତି। ବିରୋଧି ଦଳର ଏପରି କୌଣସି ନେତା ନାହାଁନ୍ତି ଯେଉଁମାନେ ସ୍ୱର୍ଗତ ବାବୁଜୀ ଅର୍ଥାତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ କଲ୍ୟାଣ ସିଂହଙ୍କୁ ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଘଟିଥିବା ଘଟଣା ପାଇଁ କାଠଗଡାକୁ ଟାଣିନାହାଁନ୍ତି।

କୋରୋନା ମହାମାରୀ ପାଇଁ ଲାଗୁ ହୋଇଥିବା ଲକ ଡାଉନ ସମୟରେ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀରୁ ତଡି ଦେଇଥିବା ଲୋକ ଏବେ ଉତ୍ତର ପ୍ରଦେଶ ଲୋକଙ୍କୁ ବିଭିନ୍ନ ଜନିଷ ମାଗଣାରେ ଦେବା ପାଇଁ କହୁଛନ୍ତି। ହେଲେ ସେଭଳି ଲୋକଙ୍କୁ ଏହି ଘଟଣା ବାବଦରେ ଜଣାଇ ଦେବାର ଆବଶ୍ୟକତା ରହିଛି। ଯେତେବେଳେ ଲୋକଙ୍କ ପାଇଁ କିଛି କରିବାର ସୁଯୋଗ ମିଳିଥିଲା ସେତେବେଳେ ସେମାନେ ସର୍ବପ୍ରଥମେ ଉତ୍ତର ପ୍ରଦେଶ ଲୋକଙ୍କୁ ଦିଲ୍ଲୀରୁ ତଡ଼ିବା କାମ କରିଥିଲେ। ସେଭଳି ଦିଲ୍ଲୀ ଭଳି ଏକ ଛୋଟ ରାଜ୍ୟକୁ ମଧ୍ୟ ସମ୍ଭାଳି ପାରିଲେ ନାହିଁ। 

ନିର୍ବାଚନ ଭଗବାନ ଲାଗି ଭାଗବାନ ରାମଙ୍କ ଦର୍ଶନ କରିବା ଅଯୋଧ୍ୟା ଯାତ୍ରା କରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସରଯୁ ନଦୀ ତଟରେ ଆୟୋଜିତ ହୋଇଥିବା ଆରତୀରେ ଭାଗ ନେବା ସହ ହନୁମାନଗଢି ଠାରେ ଭଗବାନ ହନୁମାନଙ୍କ ଦର୍ଶନ କରିଥିଲେ। ଏହି ଅବସରରେ ସେ ଧର୍ମ ନଗରୀ ଅଯୋଧ୍ୟାକୁ ଶ୍ରରାମଙ୍କ ପବିତ୍ର ଜନ୍ମସ୍ଥଳୀ ବୋଲି କହିଥିଲେ। ଏହା ସହିତ ଲୋକଙ୍କୁ ମାଗଣା ଅଯୋଧ୍ୟା ଦର୍ଶନ କରାଇବା ପାଇଁ ଘୋଷଣା କରିଥିଲେ।

Also Read: ଜାମୁ କାଶ୍ମୀରରେ ୩୭୦ ଧାରା ଲଗାଇ ଆତଙ୍କବାଦ ରୋପଣ କରିଥିଲା କଂଗ୍ରେସ: UP CM Yogi

ରାମ ଭକ୍ତିକୁ ନେଇ କେବଳ ମୁଖ୍ୟମନ୍ତ୍ରୀ ଯୋଗୀ ନୁହଁନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ରାମ ମନ୍ଦିରକୁ ନେଇ କେଜ୍ରିୱାଲ ରଖିଥିବା ପୁରୁଣା ବୟାନକୁ ଦେଖାଯାଉଛି। ସେହିପରି ଏକ ରାଲିରେ ଯୋଗ ଦେଇ କେଜ୍ରିୱାଲ କହିଥିଲେ ଯେତେବେଳେ ବାବ୍ରି ମସଜିଦ ଭାଙ୍ଗାଗଲା ସେତେବେଳେ ମୁଁ ମୋ ଜେଜେମାଙ୍କୁ ପଚାରିଲି ଆପଣ ବର୍ତ୍ତମାନ ବହୁତ ଖୁସି ହେବେ? କାରଣ ବର୍ତ୍ତମାନ ଆପଣଙ୍କ ପ୍ରଭୁ ଭଗବାନ ରାମଙ୍କ ମନ୍ଦିର ନିର୍ମାଣ ହେବ। ଏହାର ଉତ୍ତର ରଖି ମୋ ଜେଜେମା ମୋତେ କହିଥିଲେ ନା ପୁଅ ମୋ ରାମ ଏପରି ମନ୍ଦିରରେ ରହିପାରିବେ ଯାହାକୁ ମସଜିଦ ଭଙ୍ଗାଯାଇ ନିର୍ମାଣ କରାଯାଇଛି। ଗତ ୨୦୧୪  ମାର୍ଚ୍ଚରେ କେଜ୍ରିୱାଲ ଏପରି ବୟାନ ଦେଇଥିଲେ। 

ଏହା ସହିତ ବିଜେପିକୁ ଟାର୍ଗେଟ କରି ସେ କହିଥିଲେ ସେମାନେ ରାମ ମନ୍ଦିର ନିର୍ମାଣ କରିବା କଥା କହୁଛନ୍ତି ହେଲେ କେବେ ଏହି କାର୍ଯ୍ୟ ଆରମ୍ଭ ହେବ ତାହା କହୁନାହାଁନ୍ତି। କେଜ୍ରିୱାଲଙ୍କ ରାମ ଭକ୍ତିକୁ ନେଇ ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତା କପିଲ ମିଶ୍ରା କହିଛନ୍ତି ତାଙ୍କୁ ଅଯୋଧ୍ୟା ଠାରେ ଭଗବାନ ରାମଙ୍କ ମନ୍ଦିରରେ ମୁଣ୍ଡ ନୁଆଁଇବାକୁ ପଡୁଛି। ୧୯୯୨ ମସିହା ଡିସେମ୍ବର ୬ ତାରିଖରେ ଘଟିଥିବା ଘଟଣାରେ ଜଡିତ ଥିବା କର ସେବକମାନଙ୍କ ବୀରତ୍ୱ ପାଇଁ ଏହି କେବଳ ସମ୍ଭବ ହୋଇପାରିଛି। ଏହା ହେଉଛି ହନୁମାନଙ୍କ ଭଳି ସେହି କର ସେବକଙ୍କ ବୀରତ୍ୱ ଯେ ଆଜିର ସମୟର ପୌରାଣିକ କାଳନେମି ଏବଂ ମାରିଚ ଭଳି ଲୋକ ମଧ୍ୟ ଭଗବାନ ରାମଙ୍କ ନାମ ଜପ କରୁଛନ୍ତି। 

Also Read: ଆସନ୍ତା ବିଧାନସଭା ନିର୍ବାଚନରେ ହାରିଲେ ଇଭିଏମକୁ ଦୋଷ ଦେବେ ବିରୋଧି: UP CM Yogi

ସେହିପରି ଦିଲ୍ଲୀ ବିଜେପି ପକ୍ଷରୁ କୁହାଯାଇଛି ବାବ୍ରି ମସଜିଦ ସମର୍ଥକ ରାମ ମନ୍ଦିର ବିରୋଧି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ନିର୍ବାଚନ କାରଣରୁ ବାଧ୍ୟ ବାଧକତାରେ ଭଗବାନ ଶ୍ରୀରାମଙ୍କୁ ଦର୍ଶନ କରିବା ପାଇଁ ଅଯୋଧ୍ୟା ଯାତ୍ରା କରୁଛନ୍ତି। ଦୀପାବଳି ଅବସରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇବା ତାଙ୍କର ଦୋ ମୁହାଁ ନୀତିକୁ ଦର୍ଶାଉଛି। ଅଯୋଧ୍ୟାରେ ରାମ ମନ୍ଦିର ପରିବର୍ତ୍ତେ ବିଦ୍ୟାଳୟ କିମ୍ବା ଡାକ୍ତରଖାନା ଖୋଲିବାକୁ କହୁଥିବା ଏଭଳି ରାଜନୈତିକ ବହୁରୂପୀ ଏଣ୍ଡୁ ଲଜ୍ଜିତ ହେବା ଆବଶ୍ୟକ।