ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଅଚାନକ ଏପରି ରାମ ଭକ୍ତିରେ ଲୀନ ହୋଇଯିବା ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି।
Trending Photos
ନୂଆଦିଲ୍ଲୀ: ସ୍ଥାନୀୟ ତ୍ୟାଗରାଜ ଷ୍ଟାଡିୟମ ଠାରେ ନିର୍ମାଣ କରାଯାଇଥିବା ରାମ ମନ୍ଦିରରେ ଦୀପାବଳି ଅବସରରେ ପୂଜାର୍ଚ୍ଚନା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହି ମନ୍ଦିରକୁ ଅଯୋଧ୍ୟା ଠାରେ ନିର୍ମାଣ କରାଯାଉଥିବା ରାମ ମନ୍ଦିର ଭଳି ପ୍ରସ୍ତୁତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଦିଲ୍ଲୀ ସରକାରଙ୍କ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ।
ଦୀପାବଳି ଅବସରରେ ଦିଲ୍ଲୀସ୍ଥିତ ତ୍ୟାଗରାଜ ଷ୍ଟାଡିୟମ (Delhi Thyagraj Stadium) ପରିସରରେ ଅଯୋଧ୍ୟା ଠାରେ ନିର୍ମିତ ହେଉଥିବା ୩୦ ଫୁଟ ଉଚ୍ଚ ଏବଂ ୮୦ ଫୁଟ ଚଉଡା ରାମ ମନ୍ଦିରର (Ayodhya Ram Mandir) ପ୍ରତୀକାତ୍ମକ ପ୍ରତିକୃତି 'ଦିଲ୍ଲୀ କି ଦିୱାଲୀ' (Delhi ki Diwali) ଉତ୍ସବ ଲାଗି ସ୍ୱତନ୍ତ୍ର ଭାବେ ପରିକଳ୍ପନା କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସପତ୍ନୀକ ଝାଣ୍ଡୱାଲା ମନ୍ଦିରର (Jhandewala Mandir) ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ଶ୍ରୀକାନ୍ତ ଶାସ୍ତ୍ରୀଙ୍କ ଜପ ମଧ୍ୟରେ ପୂଜାର୍ଚ୍ଚନା କରିଥିଲେ।
Also Read: କେଜ୍ରିୱାଲଙ୍କୁ ଯୋଗୀଙ୍କ କଟାକ୍ଷ; ରାମଙ୍କୁ ଗାଳି ଦେଉଥିବା ଲୋକ ଏବେ ହିନ୍ଦୁ ଭୋଟ ପାଇଁ କରୁଛନ୍ତି ତାଙ୍କର ଦର୍ଶନ
ଏହି ସମାରୋହ ପରେ ଦିଲ୍ଲୀ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ସପତ୍ନୀକ ଦୀପାବଳି ଅବସରରେ ଆୟୋଜିତ ହୋଇଥିବା ପୂଜାର ନେତୃତ୍ୱ ନେଇଥିଲେ। ସେ ଦିଲ୍ଲୀ ତଥା ଭାରତବାସୀଙ୍କ ପାଇଁ ଶାନ୍ତି ଏବଂ ସମୃଦ୍ଧତା ପାଇଁ ପ୍ରାର୍ଥନା କରିଥିଲେ। ଦିଲ୍ଲୀ ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ମନୀଷ ସିଷେଦିଆ, କ୍ୟାବିନେଟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ, ରାଜେନ୍ଦ୍ର ପାଲ ଗୌତମ, ଇମ୍ରାନ ହୁସେନ୍, କୈଳାଶ ଗେହଲୋତ ଏବଂ ଗୋପାଳ ରାୟ ଏବଂ ବିଧାନସଭା ବାଚସ୍ପତି ରାମ ନିୱାସ ଗୋଏଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ପୂଜାର୍ଚ୍ଚନା ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଯେଉଁଠି ରାମାୟଣ ଉପରେ ନିର୍ମିତ ଏକ ଆନିମେଟେଡ୍ ଚଳଚ୍ଚିତ୍ର (Animated Film on Ramayana) ପ୍ରଦର୍ଶିତ ହୋଇଥିଲା। ଚଳଚ୍ଚିତ୍ର ପ୍ରଦର୍ଶନ କରିବା ପାଇଁ ରାମ ମନ୍ଦିରର ପ୍ରତିକୃତି ପଛରେ ଏକ ବଡ଼ ପରଦା ଲଗାଯାଇଥିଲା।
Also Read: ବୁଡି ଯାଉଥିବା ଦିଦିଙ୍କୁ ଜଗନ୍ନାଥ ଭରସା!
ଆପ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ଅଚାନକ ଏପରି ରାମ ଭକ୍ତିରେ ଲୀନ ହୋଇଯିବା ପଛରେ ରହିଥିବା କାରଣ ସାମ୍ନାକୁ ଆସିଛି। ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ (Uttar Pradesh Assembly Election 2022) ଆମ୍ ଆଦମୀ ପାର୍ଟି (Aam Aadmi Party) ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଛି। ନିର୍ବାଚନକୁ ନଜରରେ ରଖି ଦଳର ସୁପ୍ରିମେୋ କେଜ୍ରିୱାଲଙ୍କ ସମେତ ଅନେକ ଆପ୍ ନେତା (AAP Leader) ଅଯୋଧ୍ୟା ଗସ୍ତ କରିଥିଲେ।
Also Read: Bengal Election 2021: ଶିବଙ୍କ ଶରଣରେ ମମତା, ରାମଙ୍କ ଭରସାରେ କିଏ?
ନିକଟରେ ସେ ଅଯୋଧ୍ୟାସ୍ଥିତ ସରୟୁ ନଦୀ କୂଳରେ ଅନୁଷ୍ଠିତ ହୋଇଥିବା ଆରତୀରେ ଯୋଗ ଦେଇଥିଲେ। ଏହା ସହିତ ହନୁମାନ ଗଢି ଏବଂ ରାମ ଜନ୍ମଭୂମି ଯାଇ ଭଗବାନ ରାମଙ୍କ ଦର୍ଶନ କରିଥିଲେ। ଅଯୋଧ୍ୟା ନଗରୀକୁ ମୁଖ୍ୟମନ୍ତ୍ରୀ ତୀର୍ଥ ଯୋଜନାରେ ଅନ୍ତର୍ଭୁକ୍ତ କରିବାକୁ ଦିଲ୍ଲୀ ସରକାର ଘୋଷଣା କରିଛନ୍ତି। ଏହା ସହିତ ସରକାରଙ୍କ ଦୀପାବଳି କାର୍ଯ୍ୟକ୍ରମରେ ଭଗବାନ ରାମ ଏବଂ ରାମ ମନ୍ଦିରର ଝଲକ ଦେଖିବାକୁ ମିଳିଛି। ଆସନ୍ତବର୍ଷ ହେବାକୁ ଯାଉଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ଦଳର ନେତା ରାମ ଭକ୍ତିରେ ଲୀନ ହୋଇଯାଇଛନ୍ତି।