ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ରାଜ୍ୟ ରାଜନୀତିରେ ସକ୍ରିୟ ଥିବା ବିଭିନ୍ନ ଦଳର ନେତାଙ୍କ ସହ ଜଡ଼ିତ ଅନେକ କାହାଣୀ ସାମ୍ନାକୁ ଆସୁଛି। ଏପରି ଏକ କାହାଣୀ ହେଉଛି ସମାଜବାଦୀ ପାର୍ଟି ନେତା ତଥା ଦଳୀୟ ପ୍ରାର୍ଥୀ ରବିଦାସ ମେହେରୋତ୍ରାଙ୍କ ଯିଏ ନିଜର ୪୦ ବର୍ଷର ରାଜନୈତିକ ଜୀବନରେ ୨୫୧ ଥର ଜେଲ ଯାଇ ରେକର୍ଡ ସୃଷ୍ଟି କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ରାଜ୍ୟର ଲକ୍ଷ୍ନୌ କେନ୍ଦ୍ର ଆସନରୁ (Lucknow Central Assembly Constituency) ସମାଜବାଦୀ ପାର୍ଟି (Samajwadi Party) ଏସପି ବିଧାୟକ ପ୍ରାର୍ଥୀ (SP MLA Candidate) ଭାବେ ନିର୍ବାଚନ ଲଢୁଛନ୍ତି ରବିଦାସ ମେହେରୋତ୍ରା (Ravidas Mehrotra)। ଗତ ୨୦୧୨ ନିର୍ବାଚନରେ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସେ।


Also Read: UP Election 2022: ସମାଜବାଦୀ ପାର୍ଟି ନେତାଙ୍କ କାରନାମାର ପର୍ଦ୍ଦାଫାଶ କଲେ କେନ୍ଦ୍ରମନ୍ତ୍ରୀ


ଏହି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଥିବା ପୁରାତନ ଛାତ୍ର ନେତାଙ୍କ ମଧ୍ୟରୁ ସେ ଅନ୍ୟତମ। କୌଣସି ପ୍ରକାର ଅପରାଧିକ ମାମଲାରେ ଜଡି଼ତ ନରହିବା ସତ୍ତ୍ୱେ ମଧ୍ୟ ନିଜର ୪୦ ବର୍ଷର ରାଜନୈତିକ ଜୀବନରେ ୨୫୧ ଥର ଜେଲ ଯାଇ ରେକର୍ଡ ସୃଷ୍ଟି କରିଛନ୍ତି ସମାଜବାଦୀ ନେତା ରବିଦାସ ମେହେରୋତ୍ରା।


ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟ ପୂର୍ବତନ ଛାତ୍ର ଥିବା ମେହେରୋତ୍ରା ନିଜର ରାଜନୈତିକ ଜୀବନରେ ଅନେକ ଉତ୍ଥାନ ପତ୍ତନରୁ ସାମ୍ନା କରିଛନ୍ତି। ହେଲେ ସାମାଜିକ କାର୍ଯ୍ୟ ପ୍ରତି ତାଙ୍କର ରହିଥିବା ଉତ୍ସାହ କେବେ କମିନାହିଁ। ଥରେ କିମ୍ବା ଦୁଇ ଥର ନୁହେଁ ନିଜର ରାଜନୈତିକ ଜୀବନରେ ୨୫୧ ଥର ଜେଲ ଯିବା ଘଟଣାରେ ପ୍ରତିକ୍ରିୟା ରଖି ଏହି ସମାଜବାଦୀ ନେତା କହିଛନ୍ତି ଯେତେବେଳେ ମୁଁ ରାଜନୀତିରେ ଯୋଗ ଦେଇଥିଲି ସେତେବେଳେ ମୋ ବିରୋରେ ଦାଏର ହୋଇଥିବା ସମସ୍ତ ମାମଲା ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ସମୟରେ ହୋଇଥିବା ବିରୋଧ ପ୍ରଦର୍ଶନ ସହ ଜଡିତ ଥିଲା। ମୋ ବିରୋଧରେ ଗୋଟିଏ ହେଲେ ମଧ୍ୟ ଅପରାଧିକ ମାମଲା ନାହିଁ।


Also Read: ନିର୍ବାଚନ ବେଳେ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ନିର୍ଘାତ ମାଡ଼; ଦୌଡି଼ ଦୌଡ଼ି ବଞ୍ଚାଇଲେ ଜୀବନ


ବିଜେପି ସରକାରଙ୍କ ଅଧିନରେ ନିର୍ଯାତିତ ହେଉଥିବା ମୁସଲମାନ, ଦଳିତ, ଖ୍ରୀଷ୍ଟିଆନ ଏବଂ ବିଶେଷ କରି ବ୍ରାହ୍ମଣ କିମ୍ବା ତଥା ନ୍ୟାୟ ପାଇବାରୁ ବଞ୍ଚିତ ହୋଇଥିବା ଲୋକଙ୍କ ଲାଗି ହେଉଛି ସମାଜବାଦୀ ସରକାର। ଆମେ ନିଶ୍ଚିତ କରିବୁ ଯେ ଜାତି, ସମ୍ପ୍ରଦାୟ କିମ୍ବା ଧର୍ମ ନିର୍ବିଶେଷରେ ଆମେ ସମସ୍ତଙ୍କ ଲାଗି ବିକାଶ କରିବୁ। ଖାଦ୍ୟ, ବସ୍ତ୍ର ଭଳି ମୌଳିକ ଆବଶ୍ୟକତା ଶସ୍ତା ହେବା ଆବଶ୍ୟକ ହେବା ଲୋକଙ୍କୁ ଚିକିତ୍ସା ଏବଂ ଶିକ୍ଷା ମାଗଣା ମିଳିବା ଆବଶ୍ୟକ। 


ବିଧାନସଭା ନିର୍ବାଚନ ଲାଗି ଘୋଷଣା କରାଯାଇଥିବା ନିର୍ବାଚନୀ ଇସ୍ତାହର ଉପରେ ମତ ରଖି ସେ କହିଛନ୍ତି ରାଜ୍ୟରେ ଯଦି ସମାଜବାଦୀ ସରକାର ଗଠନ ହୁଏ ତାହେଲେ ପୁରୁଣା ପେନସନ ଯୋଜନା ପୁନର୍ବାର କାର୍ଯ୍ୟକାରୀ କରାଯିବ। କାରଣ ଏହା ଦ୍ୱାରା ବେତନଭୋଗୀ କର୍ମଚାରୀ ଉପକୃତ ହେବେ। ରାଜ୍ୟରେ କ୍ଷମତାସୀନ ବିଜେପି ସରକାର ଅମଳରେ ବିକାଶ ଲାଗି କୌଣସି କାର୍ଯ୍ୟ କରାଯାଇନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ଥ ହୋଇପଡ଼ିଛି। ମହିଳା ଏବଂ ଶିଶୁ ସୁରକ୍ଷିତ ନୁହଁନ୍ତି। ଆମେ ଲୋକଙ୍କୁ ଏକ ଫର୍ମ ପୂରଣ କରିବାକୁ ମଧ୍ୟ କହୁଛୁ ଯେଉଁଠାରେ ସେମାନେ କେଉଁ ଯୋଜନା ଚାହୁଁଛନ୍ତି ତାହା  ଆମକୁ କହିପାରିବେ।