ମାଡ଼ ମାରୁଥିବା ଲୋକଙ୍କ କବଳରୁ ରକ୍ଷା ପାଇବାକୁ ଯାଇ ଦୌଡି଼ ଦୌଡ଼ି ନିଜର ଜୀବନ ବଞ୍ଚାଇଛନ୍ତି ସମାଜବାଦୀ ପାର୍ଟି ନେତା।
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୨ ଲାଗି ନିର୍ବାଚନ ପ୍ରଚାର ଜାରି ରହିଥିବା ବେଳେ ଆରମ୍ଭ ହୋଇଯାଇଛି ମତଦାନ ପକ୍ରିୟା। ଦଳୀୟ ପ୍ରଚାର ବେଳେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ରାଜନେତା। ନିର୍ବାଚନ ବେଳେ ବିଭିନ୍ନ ସମୟରେ ବିବାଦୀୟ ବୟାନବାଜି କରି ଚର୍ଚ୍ଚାର ପରିସରରେ ରହୁଛନ୍ତି ବିଭିନ୍ନ ଦଳର ନେତା। ମାତ୍ର ଏଭଳି କାର୍ଯ୍ୟ ବେଳେ ବେଳେ ରାଜନେତାଙ୍କ ଲାଗି ମହଙ୍ଗା ପଡୁଛି।
ଉତ୍ତର ପ୍ରଦେଶର (Uttar Pradesh) ଆଗ୍ରା (Agra) ଜିଲ୍ଲାରେ ଘଟିଯାଇଛି ଏଭଳି ଘଟଣା। ଯେଉଁଠି ସମାଜବାଦୀ ପାର୍ଟି (Samajwadi Party) ପକ୍ଷରୁ ଦଳୀୟ ବିଧାୟକ ପ୍ରାର୍ଥୀ (SP MLA Candidate) ପ୍ରାର୍ଥୀ ଭାବେ ଦକ୍ଷିଣ ମେରଠ ଆସନରୁ (Meerut South Assembly Constituency) ନିର୍ବାଚନ ଲଢୁଥିବା ଆଦିଲ ଚୌଧୁରୀଙ୍କୁ (Adil Chaudhary) ରାସ୍ତାରେ ଗୋଡା଼ଇ ଗୋଡା଼ଇ ତଳେ ପକାଇ ନିର୍ଘାତ ମାଡ଼ ମାରିଛନ୍ତି ଲୋକେ। ମାଡ଼ ମାରୁଥିବା ଲୋକଙ୍କ କବଳରୁ ରକ୍ଷା ପାଇବାକୁ ଯାଇ ସେ ଦୌଡି଼ ଦୌଡ଼ି ନିଜର ଜୀବନ ବଞ୍ଚାଇଛନ୍ତି ସେ।
Also Read: UP Election 2022: ସମାଜବାଦୀ ପାର୍ଟି ନେତାଙ୍କ କାରନାମାର ପର୍ଦ୍ଦାଫାଶ କଲେ କେନ୍ଦ୍ରମନ୍ତ୍ରୀ
हिंदुओं को धमकी देने वाले मेरठ दक्षिण के सपा प्रत्याशी मोहम्मद आदिल चौधरी की कुटाई की निंदा करता हूँ। pic.twitter.com/dyl2m5JwCl
— Prashant Umrao (@ippatel) February 11, 2022
ନିର୍ବାଚନ ପରେ ହିନ୍ଦୁଙ୍କୁ ଦେଖି ନିଆଯିବ ବୋଲି ଧମକ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲେ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ। ଗତ ଗୁରୁବାର ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ଆଗ୍ରା ଜିଲ୍ଲାରେ ହୋଇଥିଲା ଭୋଟ ଗ୍ରହଣ। ଏହି ଅବସରରେ ଦକ୍ଷିଣ ମେରଠ ଆସନରୁ ନିର୍ବାଚନ ଲଢୁଥିବା ଆଦିଲ ଚୌଧୁରୀ ସ୍ଥାନୀୟ ଶାସ୍ତ୍ରୀ ନଗର ବୁଥ୍ ଠାରେ ପ୍ରବେଶ କରିଥିଲେ।
ହେଲେ ମତଦାନ କେନ୍ଦ୍ରରେ ନିର୍ବାଚନ ଲଢୁଥିବା ଜଣେ ପ୍ରାର୍ଥୀଙ୍କ ପ୍ରବେଶକୁ ବିରୋଧ କରିଥିଲେ ଲୋକେ। ହେଲେ ଲୋକଙ୍କ ବିରୋଧ ସତ୍ତ୍ୱେ ଆଦିଲ ଚୌଧୁରୀ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ତଥା ଜଣେ ରାଜନେତା ଭାବେ ନିଜର ଶକ୍ତି ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ। ମାତ୍ର ଏହାକୁ ସହଜେ ଗ୍ରହଣ କରିପାରିନଥିଲେ ସେଠାରେ ଉପସ୍ଥିତି ଥିବା ଲୋକେ।
ତାଙ୍କୁ ଜବାବ ଯାଇ ଲୋକେ ରାସ୍ତାରେ ଗୋଡା଼ଇ ଗୋଡା଼ଇ ତଳେ ପକାଇ ନିର୍ଘାତ ମାଡ଼ ମାରିଥିଲେ ଲୋକେ। ମାଡ଼ ଏଭଳି ଥିଲା ଯେ ଆଦିତ ଟୌଧୁରୀ ପିନ୍ଧିଥିବା ପୋଷାକ ଚିକି ଫାଡି଼ ହୋଇଯାଇଥିଲା। ନିର୍ଘାତ ମାଡ଼ ମାରୁଥିବା ଲୋକଙ୍କ କବଳରୁ ରକ୍ଷା ପାଇବାକୁ ଯାଇ ସେ ଦୌଡି଼ ଦୌଡ଼ି ନିଜର ଜୀବନ ବଞ୍ଚାଇଥିଲେ।
ମତଦାନ ପୂର୍ବରୁ ଆଦିଲ ଚୌଧୁରୀଙ୍କ ବିବାଦୀୟ ବୟାନ ଭିଡ଼ିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ସେ ନିର୍ବାଚନ ଜିତିବା ପରେ ପ୍ରତିଶୋଧ ନେବା କଥା କହୁଥିଲେ। ଏକ ନିର୍ବାଚନୀ ସଭା କରିବା ଅବସରରେ ସମାଜବାଦୀ ପାର୍ଟି ବିଧାୟକ ପ୍ରାର୍ଥୀ ତାଙ୍କ ସମର୍ଥକଙ୍କୁ କହିଥିଲେ ଆପଣ ନିଶ୍ଚିତ ରୁହନ୍ତୁ ଆମ ଦଳର ସରକାର ଗଠନ ହେଉଛି। "ଇଂଶା ଆହ୍ଲା" ସେମାନଙ୍କୁ ଛାଡିବେ ନାହିଁ। ଯେଭଳି ଭାବେ ଆମ ଉପରେ ଅତ୍ୟାଚାର କରାଯାଉଛି ତାହାର ପ୍ରତିଶୋଧ ନିଆଯିବ। ଯେଉଁଥିପାଇଁ ସେମାନେ ୧୦୦ ଥର ଆଗକୁ ଭାବିବେ ଏହା କିପରି ହୁଏ। ସେମାନେ ଘରୁ କିପରି ବାହାରକୁ ବାହାରିବେ ତାହା ଚିନ୍ତା କରିବେ।
सपा का मुस्लिम उम्मीदवार कह रहा है कि हमारी सरकार बनने पर हिन्दुओं से बदला लिया जाएगा। pic.twitter.com/n7Go7b67Cb
— Prashant Umrao (@ippatel) January 25, 2022
Also Read: ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ଧମକ; କହିଲେ 'ଆସୁଛି ଆମ ସରକାର, ଗଣି ଗଣି ନେବୁ ପ୍ରତିଶୋଧ'
ତାଙ୍କର ଏହି ବିବାଦୀୟ ବୟାନର ଭିଡ଼ିଓ ଭାଇରାଲ ହେବା ପରେ ଏହାକୁ ଉତ୍ତେଜନାମୂଳକ ବୋଲି କହିବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ବିଜେପି। ଏନେଇ ଦଳ ପକ୍ଷରୁ କୁହାଯାଇଥିଲା ନିର୍ବାଚନ ଜିତିବା ପରେ ହିନ୍ଦୁଙ୍କ ଠାରୁ ପ୍ରତିଶୋଧ ନେବାକୁ ରଣନୀତି ପ୍ରସ୍ତୁତ କରୁଛି ସମାଜବାଦୀ ପାର୍ଟି ନେତା। ଏହା ସ୍ପଷ୍ଟ ହୋଇଛି ଯେ ତାଙ୍କ ଦଳର ଉଦ୍ଦେଶ୍ୟ କ’ଣ ଏବଂ ଯଦି ସେ ନିର୍ବାଚନ ଜିତନ୍ତି ତାହେଲେ ସେ ହିନ୍ଦୁଙ୍କ ସହ କ'ଣ କରିବେ?