ନିର୍ବାଚନ ଲାଗି ଦଳୀୟ ପ୍ରଚାର ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ରାଜନେତା।
Trending Photos
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ଦଳୀୟ ପ୍ରଚାର ଜାରି ରହିଥିବା ବେଳେ ବିଭିନ୍ନ ପ୍ରସଙ୍ଗରେ ପରସ୍ପରକୁ ଟାର୍ଗେଟ କରିବାରେ ଲାଗିଛନ୍ତି ରାଜନେତା। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏକ ଭିଡିଓ ଟ୍ୱିଟ୍ କରି ସମାଜବାଦୀ ପାର୍ଟି ନେତାଙ୍କ କାରନାମାର ପର୍ଦ୍ଦାଫାଶ କରିଛନ୍ତି।
ଭାରତର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଏକ ଭିଡିଓ ଟ୍ୱିଟ୍ କରି କହିଛନ୍ତି ଏହା ହେଉଛି ଲାଲ ଟୋପିର କଳା କାରନାମା। ଏନେଇ ସେ କହିଛନ୍ତି ଯେ ରାସ୍ତାରେ ଯାଉଥିବା ଜଣେ ମହିଳାଙ୍କ ସହ ଜଣେ ସମାଜବାଦୀ ପାର୍ଟି ନେତାଙ୍କ ଅସଦାଚରଣ କାର୍ଯ୍ୟକୁ ଦେଖନ୍ତୁ।
Also Read: ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କ ଧମକ; କହିଲେ 'ଆସୁଛି ଆମ ସରକାର, ଗଣି ଗଣି ନେବୁ ପ୍ରତିଶୋଧ'
କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଥିବା ଭିଡିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ହିଜାବ ପିନ୍ଧିଥିବା ମହିଳାଙ୍କ ପିଠିରେ ସମାଜବାଦୀ ତାଙ୍କୁ ଛୁଇଁଥିବାର ନଜର ଆସିଛନ୍ତି। ଯାହା ପରେ ଅନ୍ୟ ଜଣେ ବ୍ୟକ୍ତି ତାଙ୍କର କାର୍ଯ୍ୟକୁ ପ୍ରଶଂସା କରନ୍ତି। ଏହି ଭିଡିଓରେ ଜଣେ ବ୍ୟକ୍ତି ଲାଲ୍ ରଙ୍ଗର ଟୋପି ପିନ୍ଧିଥିବାର ନଜର ଆସିଛନ୍ତି। ସମ୍ପୃକ୍ତ ମହିଳା ଜଣକ ଏକ ଲାଲ ଟୋପି ପିନ୍ଧିଥିଲେ। ଯାହାକୁ ସମାଜବାଦୀ ପାର୍ଟି କର୍ମକର୍ତ୍ତା ପିନ୍ଧଥାନ୍ତି।
यही है लाल टोपी के काले कारनामे।
एक राह चलती महिला के साथ सपा नेता की बदसलूकी देखिए…
जहाँ भरे हों ऐसे मनचले,
यू॰पी॰ क्यों उनके साथ चले ? pic.twitter.com/JKyTTBZ9hv— Anurag Thakur (@ianuragthakur) February 9, 2022
ଏହି ଭିଡିଓ ସେୟାର କରି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଛନ୍ତି ଯେଉଁଠାରେ ଏଭଳି ଲୋକ ଅଛନ୍ତି ସେମାନଙ୍କ ସହ ଉତ୍ତର ପ୍ରଦେଶ କାହିଁକି ଯିବ? କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍ ଉପରେ ଉଭୟ ଦଳର ସମର୍ଥକ ସେମାନଙ୍କ ପ୍ରତିକ୍ରିୟା ରଖିଛନ୍ତି।
ଏହି ଭିଡ଼ିଓ ଟ୍ୱିଟ କରି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ (UP Deputy CM ) କେଶବ ପ୍ରସାଦ ମୌର୍ଯ୍ୟ (Keshav Prasad Maurya) ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party President) ଅଖିଳେଶ ଯାଦବଙ୍କୁ (Akhilesh Yadav) ଟାର୍ଗେଟ କରି କହିଛନ୍ତି ଏହା ହେଉଛି ନୂତନ ସମାଜବଦୀ ପାର୍ଟି। ଏଭଳି କାମ ପାଇଁ ଆପଣଙ୍କ ଲଜ୍ଜାଜନକ। ଆପଣଙ୍କ ଦଳରେ କୌଣସି କର୍ମୀ ନାହାଁନ୍ତି କେବଳ ଦୁର୍ନୀତିଗ୍ରସ୍ତ, ଗୁଣ୍ଡା, ମାଫିଆ, ଅପରାଧୀ, ଦଙ୍ଗାକାରୀ ଅଛନ୍ତି। ଯଦି ଆପଣ ନିର୍ବାଚନ ପୂର୍ବରୁ ଏହି ଉପାୟରେ ପ୍ରଚାର କରନ୍ତି ତାହେଲେ ନିର୍ବାଚନ ପରେ ଆପଣ କ’ଣ କରିବେ? ଆପଣ ମଧ୍ୟ ସମାନ କଥା କହିବେ ପୁରୁଷ ଭୁଲ କରିଥାନ୍ତି!