Sambhal MP Shafiqur Rahman Barq: ପୁଣି ଥରେ ନିଜର ବୟାନ ପାଇଁ ଚର୍ଚ୍ଚାକୁ ଆସିଛନ୍ତି ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ଲୋକସଭା ସାଂସଦ ଶଫିକୁର୍ର ରହମାନ ବର୍କ। ସଦ୍ୟ ଜନସଂଖ୍ୟା ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ    ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରଖିଥିବା ବିବୃତ୍ତି ଉପରେ ପ୍ରତିକ୍ରିୟା ରଖି ଅଜ ଧରଣର ବୟାନ ରଖିଛନ୍ତି ସେ। 


COMMERCIAL BREAK
SCROLL TO CONTINUE READING

ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ଲୋକସଭା ସାଂସଦ ଶଫିକୁର୍ର ରହମାନ ବର୍କ କହିଛନ୍ତି ପିଲା ଜନ୍ମ କରିବା କରିବା ଜାତି ଆଧାରରେ ମଣିଷ ସହିତ କୌଣସି ସମ୍ପର୍କ ନାହିଁ। ପିଲା ଜନ୍ମ କରିବା ଆହ୍ଲାଙ୍କ ସହ ଜଡିତ। ଆହ୍ଲା ଯେବେ ପିଲା ଜନ୍ମ କରିଥାନ୍ତି ସେତେବେଳେ ସେ ତାହାର ଖାଦ୍ୟ ପାନୀୟ ବ୍ୟବସ୍ଥା କରି ଏକ ସନ୍ତାନକୁ ଜନ୍ମ ଦେଇଥାନ୍ତି। 


ଜନସଂଖ୍ୟା ନିୟନ୍ତ୍ରଣ ଆଇନ କାର୍ଯ୍ୟକାରୀ କରିବା ପ୍ରସଙ୍ଗରେ ଯୋଗୀ ସରକାରଙ୍କୁ ପରାମର୍ଶ ଦେଇ ସେ ଏହି ଆଇନ ପ୍ରଣୟନ କରିବା ପରିବର୍ତ୍ତେ ସରକାର ମୁସଲମାନଙ୍କ ଶିକ୍ଷା ପାଇଁ ବ୍ୟବସ୍ଥା କରିବା ଆବଶ୍ୟକ। ଯେତେବେଳେ ମୁସଲମାନ ଶିକ୍ଷା ପାଇବେ ସେତେବେଳେ ଜନସଂଖ୍ୟା ବୃଦ୍ଧି ଭଳି ସମସ୍ୟାର ସମାଧାନ ଆପେ ଆପେ ହୋଇଯିବ।


ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲାଗି ବିଜେପି ସରକାର ଏପରି ବୟାନବାଜି କରୁଛି। ଏପରି ଅଭିଯୋଗ ଆଣି ସମାଜବାଦୀ ପାର୍ଟି ଲୋକସଭା ସାଂସଦ ଶଫିକୁର୍ର ରହମାନ ବର୍କ କହିଛନ୍ତି ଏଭଳି ବୟାନବାଜି କରି ବିଜେପି ଅଧିକ ଭୋଟ ହାତେଇବାକୁ ଚାହୁଁଛି। ହେଲେ ବିଜେପି ସରକାରଙ୍କ ଏହି ଦୃଷ୍ଟିକୋଣ ଠିକ ନୁହେଁ।


ଜୁଲାଇ ୧୧ ବିଶ୍ୱ ଜନସଂଖ୍ୟା ଦିବସରରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ରାଜ୍ୟରେ ବଢୁଥିବା ଜନସଂଖ୍ୟା ପାଇଁ ଏକ ସ୍ୱତନ୍ତ୍ର ବର୍ଗ ଦାୟୀ। ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ଉପରେ ଜବାବ ରଖି କହିଛନ୍ତି ସମାଜବାଦୀ ପାର୍ଟି ଲୋକସଭା ସାଂସଦ କହିଛନ୍ତି ମୁସଲିମଙ୍କ ମନୋବଳ ଭାଙ୍ଗିବା ପାଇଁ ସରକାର ବେଳେବେଳେ ମୁସଲମାନଙ୍କ ସଂଖ୍ୟା ହ୍ରାସ କରିବା କଥା କହିଥାନ୍ତି। ଜନସଂଖ୍ୟା ବୃଦ୍ଧି ପାଇଁ ମୁସଲମାନଙ୍କୁ ଦାୟୀ କରାଯାଉଛି। ଦେଶରେ ବେକାରୀ, ଦରଦାମ ବୃଦ୍ଧି ଭଳି ପ୍ରସଙ୍ଗରୁ ଲୋକଙ୍କ ନଜର ହଟାଇବା ପାଇଁ ବିଜେପି ଏପରି ବୟାନବାଜି କରୁଛି। 


Also Read: ହିନ୍ଦୁଙ୍କ ବ୍ୟତୀତ ମୁସଲିମଙ୍କ ଲାଗି ପ୍ରଧାନମନ୍ତ୍ରୀ-ଗୃହମନ୍ତ୍ରୀ ହେଉଛନ୍ତି ନରେନ୍ଦ୍ର ମୋଦି ଏବଂ ଅମିତ ଶାହ: ଶଫିକୁର୍ର ରହମାନ ବର୍କ


Also Read: ଆମକୁ ଦେଶ ଏବଂ ଧର୍ମ ରକ୍ଷା କରିବାକୁ ହେବ: ଶଫିକୁର୍ର ରହମାନ ବର୍କ


Also Read: 'ଆମ ଠାରୁ କେହି ଛଡ଼ାଇ ପାରିବେ ନାହିଁ ମସଜିଦ, ସମସ୍ତ ପ୍ରକାର ବଳିଦାନ ଦେବାକୁ ପ୍ରସ୍ତୁତ'