ଲକ୍ଷ୍ନୌ: ଆସନ୍ତାବର୍ଷ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଦଳୀୟ ରଣନୀତି ପ୍ରସ୍ତୁତି କରିବା ଆରମ୍ଭ କରିଦେଲାଣି ସମାଜବାଦ ପାର୍ଟି। ଏହି କ୍ରମରେ ଦଳର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବ ଗାଜିପୁର ଠାରୁ ରଥ ଯାତ୍ରା ଆରମ୍ଭ କରି ପୂର୍ବାଞ୍ଚଳ ଠାରେ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। କାନପୁର ଠାରୁ ପ୍ରଥମ ପର୍ଯ୍ୟାୟ ଯାତ୍ରା ଆରମ୍ଭ କରି ନିର୍ବାଚନ ବିଗୁଲ ବଜାଯାଇ ସାରିଥିବା ବେଳେ ଏବେ ପୂର୍ବାଞ୍ଚଳରୁ ମିଶନ ୨୦୨୨ ଆରମ୍ଭ କରିବ ଦଳ। 


COMMERCIAL BREAK
SCROLL TO CONTINUE READING

ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ସମାଜବାଦ ପାର୍ଟି (Samajwadi Party) ପକ୍ଷରୁ ଆୟୋଜିତ ହୋଇଥିବା ବିଜୟ ରଥ ଯାତ୍ରାକୁ (Samajwadi Vijay Yatra) ନେଇ ଉତ୍ସାହିତ ହୋଇଉଠିଛନ୍ତି ଦଳୀୟ ନେତା କର୍ମୀ ସମର୍ଥକ। ଏନେଇ ପ୍ରତିକ୍ରିୟା ରଖି ଦଳୀୟ ନେତା ଓମ ପ୍ରକାଶ ସିଂହ କହିଛନ୍ତି ଆଗାମୀ ନିର୍ବାଚନରେ ଜନ ସମର୍ଥନ ପାଇବା ଲାଗି ଦଳର ବିଜୟ ରଥ ରାଜ୍ୟର ବିଭିନ୍ନ ଜିଲ୍ଲାକୁ ଯାତ୍ରା କରିବ। ଆସନ୍ତା ୧୬ ତାରିଖରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଲେଶ ଯାଦବ ଗାଜିପୁର ଠାରେ ଦଳର ବିଜୟ ରଥକୁ ନେଇ ପହଞ୍ଚିବେ। ଏହି ରଥ ଯାତ୍ରା ଦିନ ସାରା ଚାଲିବା ସହ ୨ଟି ସ୍ଥାନରେ ଦଳୀୟ ସଭା ଆୟୋଜନ କରିବ। 


Also Read: UP Election 2022: କାହା ସହ କିଏ କରିବ ନିର୍ବାଚନ ମେଣ୍ଟ ଗଠନ?


ସୁହଲଦେବ ଭାରତୀୟ ସମାଜ ପାର୍ଟି ସହିତ ମେଣ୍ଟ କରିବା ପରେ ରାଜ୍ୟର ପୂର୍ବାଞ୍ଚଳ କ୍ଷେତ୍ରର (Uttar Pradesh Purvanchal Region) ରାଜନୈତିକ ସମୀକରଣକୁ (Political Scenario) ଠିକ୍ କରିବାକୁ ଚେଷ୍ଟା କରୁଥିବା ଅଖିଳେଶ ଯାଦବଙ୍କ (Akhilesh Yadav) ପାଇଁ ଦଳ ପକ୍ଷରୁ ଆୟୋଜିତ ହୋଇଥିବା ସମାଜବାଦୀ ବିଜୟ ରଥଯାତ୍ରା ବେଶ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଜରିଆରେ ଏଠାକାର ଲୋକଙ୍କ ସହ ସିଧାସଳଖ ଯୋଡି ହୋଇପାରିବେ। 


Also Read: ପଟ୍ଟ ବଦଳାଇଲେ OP Rajbhar; BJP ନୁହେଁ ଏହି ଦଳ ସହ କରିବେ ମେଣ୍ଟ


ସମାଜବାଦୀ ପାର୍ଟି ପକ୍ଷରୁ ଆୟୋଜିତ ସମାଜବାଦୀ ବିଜୟ ରଥ ଯାତ୍ରାକୁ ପର୍ଯ୍ୟାୟ ଭିତ୍ତିରେ ଆୟୋଜନ କରାଯାଉଛି। କାନପୁର ଠାରୁ ହମିରପୁର ପର୍ଯ୍ୟନ୍ତ ଏବଂ ପରେ ଲକ୍ଷ୍ନୌ ଠାରୁ ହରଦୋଇ ପର୍ଯ୍ୟନ୍ତ ପହଞ୍ଚିଥିବା ଏହି ରଥଯାତ୍ରା  ଗୋରଖପୁର ଠାରୁ ଗାଜିପୁର ଏବଂ ଆଜମଗଡ଼ ଅଭିମୁଖେ ଯାତ୍ରା କରିବ। ଦଳର ଏହି କାର୍ଯ୍ୟକ୍ରମ ସ୍ଥିର ହେବା ପରେ କେଉଁ ମାର୍ଗ ଦେଇ ରଥଯାତ୍ରା କରାଯିବ ସେ ନେଇ ଖୁବ ଶୀଘ୍ର ନିଷ୍ପତ୍ତି ନିଆଯିବ। ପୂର୍ବାଞ୍ଚଳ କ୍ଷେତ୍ରରେ ଅବସ୍ଥିତ ପ୍ରାୟ ସମସ୍ତ ଜିଲ୍ଲାରେ ଏହି ରଥ ଯାତ୍ରା ଆୟୋଜନ କରିବାକୁ ଯୋଜନା କରିଛି ସମାଜବାଦ ପାର୍ଟି।