ଲକ୍ଷ୍ନୌ: ମଙ୍ଗଳବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୋରଖପୁର ଗସ୍ତକୁ ରାଜନୈତିକ ମହଲରେ ଆରମ୍ଭ ହୋଯାଇଛି ଅନେକ ଚର୍ଚ୍ଚା। ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ବିରୋଧି ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ ଟାର୍ଗେଟ କରି କହିଥିଲେ ଲାଲ୍ ଟୋପି ପିନ୍ଧୁଥିବା ଲୋକ ହେଉଛନ୍ତି ରାଜ୍ୟ ପାଇଁ ଏକ ସତର୍କ ଘଣ୍ଟି। ପ୍ରଧାନମନ୍ତ୍ରୀ ଏହି ବୟାନକୁ ନେଇ ସରଗରମ ହୋଇଉଠିଛି ଆସନ୍ତାବର୍ଷ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ଉତ୍ତର ପ୍ରଦେଶ ରାଜନୀତି।


COMMERCIAL BREAK
SCROLL TO CONTINUE READING

ଏ ପ୍ରସଙ୍ଗରେ ଜବାବ ରଖି ସମାଜବାଦୀ ପାର୍ଟି ସୁପ୍ରିମୋ (Samajwadi Party Supremo) ଅଖିଳେଶ ଯାଦବ (Akhilesh Yadav) କହିଛନ୍ତି ଯେ ବିଜେପି ଭଳି ଦଳକୁ ଶାସନ ଗାଦିରୁ ହଟାଇବା ରାସ୍ତା ଲାଲ ଟୋପି (Red Cap) ଦେଖାଇବ। ଏନେଇ ଟ୍ୱିଟ କରି ସେ କହିଛନ୍ତି ବିଜେପି ପାଇଁ 'ରେଡ୍ ଆଲର୍ଟ' ହେଉଛି ମୁଦ୍ରାସ୍ଫୀତି, ବେକାରୀ-ବେକାରୀ, କୃଷକ-ଶ୍ରମିକଙ୍କ ଅସୁବିଧା, ହାଥରସ୍ ଏବଂ ଲଖିମପୁର ଜିଲ୍ଲାରେ ଘଟିଥିବା ଘଟଣା, ମହିଳା ତଥା ଯୁବକଙ୍କ ଉପରେ ହେଉଥିବା ଅତ୍ୟାଚାର, ଶିକ୍ଷା, ବ୍ୟବସାୟ ଏବଂ ସ୍ୱାସ୍ଥ୍ୟ ସେବା। ରାଜ୍ୟରେ ଏଥର ଲାଲ ହେବ। ଆଗାମୀ ୨୦୨୨ ବିଧାନସଭା ନିର୍ବାଚନରେ ପରିବର୍ତ୍ତନ ହେବ। ଲାଲ ଟୋପି ରାଜ୍ୟ ନୁହେଁ ବୋଲି ବରଂ ବିଜେପି (BJP) ପାଇଁ ସତର୍କ ଘଣ୍ଟି (Alarm Clock) ବୋଲି ସମାଜବାଦୀ ପାର୍ଟି (Samajwadi Party) ପକ୍ଷରୁ କୁହାଯାଇଛି।


Also Read: ଲୋକଙ୍କ ପାଇଁ ନୁହେଁ ବିଜେପି ପାଇଁ ସତର୍କ ଘଣ୍ଟି ହେଉଛି ଲାଲ ଟୋପି: ଅଖିଲେଶ ଯାଦବ


ଗୋରଖପୁର ଗସ୍ତ ଅବସରରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ବିରୋଧି ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରି କହିତିଲେ ଲାଲ୍ ଟୋପି ପିନ୍ଧୁଥିବା ଲୋକଙ୍କ ଲୋକଙ୍କ ନଜର କେବଳ ଲାଲବତୀ ଉପରେ ରହିଛି। ସେମାନେ ଆତଙ୍କବାଦୀଙ୍କ ପ୍ରତି ଦୟାଳୁ। ଉତ୍ତର ପ୍ରଦେଶରେ ସରକାର ଗଠନ କରି ସେମାନେ ଆତଙ୍କବାଦ ବିସ୍ତାର କରିବାକୁ ଚାହୁଁଛନ୍ତି। ଲାଲ୍ ଟୋପି ହେଉଛି ସତର୍କ ଘଣ୍ଟି। ଲୋକଙ୍କ ଦୁଃଖ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ଲାଲ୍ ଟୋପି ପିନ୍ଧୁଥିବା ଲୋକ ଉତ୍ତର ପ୍ରଦେଶ ପାଇଁ ହେଉଛନ୍ତି ରେଡ୍ ଆଲର୍ଟ (Red Alert)।