'ଲାଲବତୀ ଉପରେ ରହିଛି ଲାଲ ଟୋପି ପିନ୍ଧୁଥିବା ଲୋକଙ୍କ ନଜର; ଆତଙ୍କବାଦୀଙ୍କ ପ୍ରତି ଦୟାଳୁ ହେଉଛନ୍ତି ସେମାନେ'
Advertisement

'ଲାଲବତୀ ଉପରେ ରହିଛି ଲାଲ ଟୋପି ପିନ୍ଧୁଥିବା ଲୋକଙ୍କ ନଜର; ଆତଙ୍କବାଦୀଙ୍କ ପ୍ରତି ଦୟାଳୁ ହେଉଛନ୍ତି ସେମାନେ'

ଆପଣଙ୍କ ପ୍ରେମ ହିଁ ଆପଣଙ୍କ ପାଇଁ ଦିନରାତି କାମ କରିବାକୁ ପ୍ରେରଣା ଦିଏ। 

'ଲାଲବତୀ ଉପରେ ରହିଛି ଲାଲ ଟୋପି ପିନ୍ଧୁଥିବା ଲୋକଙ୍କ ନଜର; ଆତଙ୍କବାଦୀଙ୍କ ପ୍ରତି ଦୟାଳୁ ହେଉଛନ୍ତି ସେମାନେ'

ଲକ୍ଷ୍ନୌ: ମଙ୍ଗଳବାର ଗୋରଖପୁର ଠାରେ ଆସି ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗସ୍ତ ଅବସରରେ ସେ ଉତ୍ତର ପ୍ରଦେଶର ଏହି ଜିଲ୍ଲା ପାଇଁ ୧୦ ହଜାର କୋଟି ମୂଲ୍ୟର ବିକାଶ ମୂଳକ ପ୍ରକଳ୍ପ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ଗୋରଖପୁର ସାର କାରଖାନାକୁ ଦେଶ ପାଇଁ ଉତ୍ସର୍ଗ କରିଛନ୍ତି। ଗତ ୨୦୧୬ ଜୁଲାଇ ୨୨ ତାରିଖରେ ପ୍ରଧାନମନ୍ତ୍ରୀ ଏହି କାରଖାନାର ମୂଳଦୁଆ ପକାଇଥିଲେ। ପ୍ରାୟ ୩୦ ବର୍ଷରୁ ଅଧିକ ସମୟ ବନ୍ଦ ରହିବା ପରେ ଏହାକୁ ପୁରୁଣା ରୂପରେ ଫେରାଇ ନିଆଯାଇଛି। ପ୍ରାୟ ୮୬୦୦ କୋଟି ଟଙ୍କା ବ୍ୟୟରେ ଏହି ସାରଲ କାରଖାନା ନିର୍ମାଣ କରାଯାଇଛି।

ଗୋରଖପୁର ଗସ୍ତ ଅବସରରେ ଆୟୋଜିତ ହୋଇଥିବା ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ମୁଁ ଧର୍ମ ଏବଂ ବିପ୍ଳବର ସହର ଗୋରଖପୁରବାସୀଙ୍କୁ ପ୍ରଣାମ କରୁଛି। ଆପଣ ସମସ୍ତେ ସାର କାରଖାନା ଏବଂ AIIMS ପାଇଁ ଦୀର୍ଘ ସମୟ ଅପେକ୍ଷା କରିଥିଲେ। ବର୍ତ୍ତମାନ ସେହି ଦିନ ଆସିଛି। ଆପଣ ସମସ୍ତଙ୍କୁ ଅଭିନନ୍ଦନ। ଆପଣଙ୍କ ପ୍ରେମ ହିଁ ଆପଣଙ୍କ ପାଇଁ ଦିନରାତି କାମ କରିବାକୁ ପ୍ରେରଣା ଦିଏ। ପାଞ୍ଚ ବର୍ଷ ପୂର୍ବେ, ମୁଁ AIIMS ଏବଂ ସାର କାରଖାନାର ମୂଳଦୁଆ ପକାଇବାକୁ ଏଠାକୁ ଆସିଥିଲି। ଏବେ କାରଖାନା ଏବଂ ଡାକ୍ତରଖାନାଙ୍କୁ ଏକାଠି ଲୋକାର୍ପଣ କରିବାର ସୌଭାଗ୍ୟ ପାଇଛି। ଉତ୍ତର ପ୍ରଦେଶ ଲୋକଙ୍କୁ ଅନେକ ଅଭିନନ୍ଦନ।

Also Read: ଯଦି ଆପଣ ସନ୍ନ୍ୟାସୀ ତାହେଲେ ପାହାଡରେ କାହିଁକି କରୁନାହାଁନ୍ତି ତପସ୍ୟା?

ଯେତେବେଳେ 'ନୟା ଭାରତ' କିଛି କରିବାକୁ ନିଷ୍ପତ୍ତି ନେଇଥାଏ ସେତେବେଳେ ଏହା ପାଇଁ କିଛି କଷ୍ଟସାଧ୍ୟ ନୁହେଁ। ଯେତେବେଳେ ଆପଣ ମୋତେ ୨୦୧୪ ବର୍ଷରେ ସେବା କରିବାର ସୁଯୋଗ ଦେଲେ ସେତେବେଳେ ଅନେକ ସାର କାରଖାନା ବନ୍ଦ ହୋଇଗଲା। ବିଦେଶରୁ ସାର ଆମଦାନୀ କ୍ରମାଗତ ଭାବେ ବୃଦ୍ଧି ପାଉଥିଲା। ଉପଲବ୍ଧ ସାର କୃଷି ବ୍ୟତୀତ ଅନ୍ୟ ଉଦ୍ଦେଶ୍ୟରେ ଗୁପ୍ତ ଭାବେ ବ୍ୟବହୃତ ହେଉଥିଲା। ସାର ପାଇଁ ଚାଷୀଙ୍କୁ ବାଡ଼ି ଓ ଗୁଳି ସହିବାକୁ ପଡୁଥିଲା। 

ସାର କାରଖାନାର ମୂଳଦୁଆ ପକାଇବା ସମୟରେ ମୁଁ କହିଥିଲି ଏହା ଗୋରଖପୁର ଲାଗି ବିକାଶର କେନ୍ଦ୍ର ହେବ। ବର୍ତ୍ତମାନ ଏହା ସତ୍ୟ ବୋଲି ମନେହୁଏ। ଏହା ରାଜ୍ୟର ପୂର୍ବାଞ୍ଚଳରେ ନିଯୁକ୍ତି ଏବଂ ସ୍ୱରୋଜଗାର ସୁଯୋଗ ସୃଷ୍ଟି କରିବ। ଅନେକ ନୂତନ ବ୍ୟବସାୟ ଆରମ୍ଭ ହେବ। ପରିବହନ ଏବଂ ସେବା କ୍ଷେତ୍ର ବୃଦ୍ଧି ପାଇବ। ସାର ପ୍ରସଙ୍ଗରେ ଭାରତ ଆତ୍ମନିର୍ଭରଶୀଳ ହେବ। କୋରୋନା ମହମାରୀ  ସମୟରେ ଆମେ ଶିଖିଲୁ ସାର ପ୍ରସଙ୍ଗରେ ଆତ୍ମନିର୍ଭରଶୀଳତା କାହିଁକି ଆବଶ୍ୟକ? ସେତେବେଳେ ବିଦେଶରୁ କୌଣସି ଆମଦାନୀ ନଥିଲା। ସାରା ବିଶ୍ୱରେ ସାରର ମୂଲ୍ୟ ବୃଦ୍ଧି ପାଇଥିଲା। ହେଲେ ଆମେ ଦେଶରେ ସାର ମୂଲ୍ୟ ବୃଦ୍ଧି କରିନାହୁଁ। ଆମେ କୃଷକଙ୍କୁ ଭାରାକ୍ରାନ୍ତ କରିନାହୁଁ।

ବିଶ୍ୱରେ ୟୁରିଆ ସାର କିଲୋଗ୍ରାମ ପିଛା ୬୦-୬୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଦେଶରେ ଆମେ କୃଷକଙ୍କୁ ୧୦-୧୨ ଗୁଣା ଶସ୍ତାରେ ସାର ଯୋଗାଇବାକୁ ଚେଷ୍ଟା କରିଛୁ। ଆମେ କୋଟି କୋଟି ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦେଇଛୁ ଯାହା ଦ୍ୱାରା ସେମାନେ ଜାଣିପାରିବେ ଯେ ସେମାନଙ୍କ ଚାଷ ପାଇଁ କେଉଁ ପ୍ରକାରର ସାର ଆବଶ୍ୟକ। ୟୁରିଆ ଉତ୍ପାଦନ ବୃଦ୍ଧି ଉପରେ ଆମେ ଗୁରୁତ୍ୱ ଦେଇଥିଲୁ। ବନ୍ଦ ପଡିଥିବା ସାର କାରଖାନାକୁ ଖୋଲିବା ପାଇଁ ପୁନର୍ବାର ଶକ୍ତି ଲଗାଇଥିଲୁ। ଗୋରଖପୁର ସାର କାରଖାନା ଆରମ୍ଭ କରିବା ପାଇଁ ଆଉ ଏକ କାର୍ଯ୍ୟ କରାଯାଇଥିଲା। 

Also Read: ମାତ୍ର ୧ ଟଙ୍କାରେ ଘର ଦେବେ ଏହି ରାଜ୍ୟ ସରକାର; ଜାଣନ୍ତୁ କିଏ ପାଇବେ ଏହାର ଲାଭ

ସମାଜବାଦୀ ପାର୍ଟି ଉଦ୍ଦେଶ୍ୟରେ କଟାକ୍ଷ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଲାଲ୍ ଟୋପି ପିନ୍ଧୁଥିବା ଲୋକଙ୍କ ଲୋକଙ୍କ ନଜର କେବଳ ଲାଲବତୀ ଉପରେ ରହିଛି। ସେମାନେ ଆତଙ୍କବାଦୀଙ୍କ ପ୍ରତି ଦୟାଳୁ। ଉତ୍ତର ପ୍ରଦେଶରେ ସରକାର ଗଠନ କରି ସେମାନେ ଆତଙ୍କବାଦ ବିସ୍ତାର କରିବାକୁ ଚାହୁଁଛନ୍ତି। ଲାଲ୍ ଟୋପି ହେଉଛି ସତର୍କ ଘଣ୍ଟି। ଲୋକଙ୍କ ଦୁଃଖ ସହିତ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ଲାଲ୍ ଟୋପି ପିନ୍ଧୁଥିବା ଲୋକ ଉତ୍ତର ପ୍ରଦେଶ ପାଇଁ ହେଉଛନ୍ତି ରେଡ୍ ଆଲର୍ଟ।

ଦେଶର ବିଭିନ୍ନ ସ୍ଥାନରେ ୫ଟି ସାର କାରଖାନା ନିର୍ମାଣ ହେବା ପରେ ଦେଶକୁ ୬୦ ଲକ୍ଷ ଟନ୍ ଅତିରିକ୍ତ ୟୁରିଆ ସାର ମିଳିବ। ଅର୍ଥାତ୍ ଦେଶକୁ ହଜାର ହଜାର କୋଟି ଟଙ୍କା ବିଦେଶ ପଠାଇବାକୁ ପଡିବ ନାହିଁ। ଦେଶର ଟଙ୍କା କେବଳ ଦେଶରେ ଖର୍ଚ୍ଚ ହେବ। ରାଜ୍ୟରେ କ୍ଷମତାସୀନ ଯୋଗୀ ସରକାର ଯେତିକି ଅର୍ଥ ଦେଇଛନ୍ତି ସେତିକି ଅର୍ଥ ଆମ ସରକାର ଆସିବା ପୂର୍ବରୁ ଗତ ୧୦ ମଧ୍ୟରେ କେହି ଦେଇନାହାଁନ୍ତି। ଯୋଗୀ ଗତ ବର୍ଷରେ ଆଖୁ ଚାଷୀଙ୍କ ଅନେକ କାର୍ଯ୍ୟ କରିଛନ୍ତି। ଗୋରଖପୁର ଠାରେ ପ୍ରତିଷ୍ଠା ହୋଇଥିବା ସାର କାରଖାନାରୁ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ ୟୁରିଆ ଉତ୍ପାଦନ ହେବ। ଏହା ଦ୍ୱାରା ପ୍ରାୟ ୨୦ ହଜାର ଲୋକଙ୍କୁ ରୋଜଗାର ମିଳିବ। 

Also Read: 'ନାଁ ବୁଆ ନାଁ ବବୁଆ ଉତ୍ତର ପ୍ରଦେଶ ଚାହୁଁଛି କେବଳ ଭଗୱା'

ମଙ୍ଗଳବାର ପ୍ରଧାନମନ୍ତ୍ରୀ ଗୋରଖପୁର AIIMS ଉଦ୍ଘାଟନ କରିଛନ୍ତି। ପ୍ରାୟ ୧୧୨ ଏକର ପରିସରରେ ନିର୍ମିତ ଏହି AIIMS ଗତ ୨୦୧୬ ବର୍ଷରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଶିଳାନ୍ୟାସ କରାଯାଇଥିଲା। ପ୍ରଧାନମନ୍ତ୍ରୀ ୩୬ କୋଟି ଟଙ୍କା ବ୍ୟୟରେ ଆରଏମଆରସି ହାଇ-ଟେକ୍ ଲ୍ୟାବ୍ ମଧ୍ୟ ଉଦ୍ଘାଟନ କରିଛନ୍ତି। ଯାହାର ମୂଳଦୁଆ ୨୦୧୮ ବର୍ଷରେ ରଖାଯାଇଥିଲା। ୧୦୧୧ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଚିକିତ୍ସାଳୟରେ ଉତ୍ତର ପ୍ରଦେଶ ସମେତ ବିହାର, ଝାଡଖଣ୍ଡ, ପଡୋଶୀ ନେପାଳ ଭଳି ଦେଶର ଲୋକ ସ୍ୱାସ୍ଥ୍ୟ ସୁବିଧା ପାଇପାରିବେ।