Setback for JK Congress: ଜାମୁ କାଶ୍ମୀରରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା। ପୂର୍ବତନ ଜାମୁ କାଶ୍ମୀର ଉପମୁଖ୍ୟମନ୍ତ୍ରୀ ତାରା ଚାନ୍ଦଙ୍କ ସମେତ ରାଜ୍ୟର ପ୍ରାୟ ୬୪ ଜଣ କଂଗ୍ରେସ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ଦଳରୁ ଇସ୍ତଫା ଦେବାକୁ ଘୋଷଣା କରିଛନ୍ତି। ଗତ ଅଗଷ୍ଟ ୨୬ ତାରିଖ ଶୁକ୍ରବାର ଦଳର ପ୍ରାଥମିକ ସଦସ୍ୟତା ଏବଂ ସମସ୍ତ ପଦବୀରୁ ଇସ୍ତଫା ଦେଇଥିଲେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ। କଂଗ୍ରେସ ଛାଡିବା ପରେ ଅଭିଯୋଗ କରି ଆଜାଦ କହିଥିଲେ ଯେ ଆଭ୍ୟନ୍ତରୀଣ ନିର୍ବାଚନ ନାମରେ କଂଗ୍ରେସ ନେତୃତ୍ୱ ପ୍ରତାରଣା କରୁଛନ୍ତି। ରାହୁଲ ଗାନ୍ଧୀ ଜଣେ ଅପରିପକ୍ୱ ରାଜନେତା  ଏବଂ ସେ ଛୋଟ ପିଲାଙ୍କ ଭଳି ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ ସେ। ଏହା ପରେ ବର୍ତ୍ତମାନତାଙ୍କ ସମର୍ଥନରେ ତାଙ୍କ ସମର୍ଥକ ଦଳରୁ ଇସ୍ତଫା ଦେଉଛନ୍ତି। ଏହି ନେତାଙ୍କ ଇସ୍ତଫା ଏପରି ଏକ ସମୟରେ ଆସିଛି ଯେତେବେଳେ କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି  ନିର୍ବାଚନ କେବେ ହେବ ସେନେଇ ରାଜ୍ୟରେ ନିରନ୍ତର ଆଲୋଚନା ହେଉଛି। 


COMMERCIAL BREAK
SCROLL TO CONTINUE READING

ଗତ ଶୁକ୍ରବାର ଦଳ ଛାଡିଥିବା ଗୁଲାମ ନବୀ ଆଜାଦ କଂଗ୍ରେସ ନେତୃତ୍ୱ ବିରୋଧରେ ଦୋରଦାର ବର୍ଷିଥିଲେ। ଏନେଇ ସେ କହିଥିଲେ ଯେ ରୋଗାକ୍ରାନ୍ତ ହୋଇପଡ଼ିଥିବା କଂଗ୍ରେସକୁ ପ୍ରାର୍ଥନା ନୁହେଁ ବରଂ ଔଷଧ ଆବଶ୍ୟକ।  ରୋଗାକ୍ରାନ୍ତ କଂଗ୍ରେସକୁ କମ୍ପାଉଣ୍ଡର ଚିକିତ୍ସା କରୁଛନ୍ତି। ଏପରିକି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ରହିଥିବା ନେଇ କଂଗ୍ରେସ ପକ୍ଷରୁ ଆସିଥିବା ଅଭିଯୋଗ ଉପରେ ଜବାବ ରଖି ସେ ରାହୁଲ ଗାନ୍ଧୀଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ ସେ ପ୍ରଶ୍ନ କରି କହିଛନ୍ତି ଯେ ଯିଏ ସଂସଦରେ ଭାଷଣ ଦେବା ପରେ ପ୍ରଧାନମନ୍ତ୍ରୀଙ୍କୁ ଆଲିଙ୍ଗନ କରୁଛନ୍ତି ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି ନା ନାହିଁ? ଅନ୍ୟପକ୍ଷରେ କଂଗ୍ରେସ ଆଜାଦ ଉପରେ ଆକ୍ରମଣ କରି କହିଛି ଯେ ତାଙ୍କୁ ଦଳକୁ ବଦନାମ କରିବା ଦାୟିତ୍ୱ ଦିଆଯାଇଛି।  


କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଗୁଲାମ ନବୀ ଆଜାଦ ଯେତେବେଳେ ନିର୍ବାଚନ ଅନୁଷ୍ଠିତ ହୁଏ ସେତେବେଳେ ଏକ ସଦସ୍ୟତା ଅଭିଯାନ କାର୍ଯ୍ୟକାରୀ କରାଯାଇଥାଏ। ପ୍ରାଚୀନ କାଳରୁ ଏହା ଚାଲିଆସୁଛି। ବର୍ତ୍ତମାନ ଯାହା ଘଟୁଛି ତାହା ହେଉଛି ଲୋକଙ୍କ ନାମ ଭୋଟର ତାଲିକାରୁ ନିଆଯାଇଛି ଏବଂ ସେମାନଙ୍କୁ ଟଙ୍କା ପ୍ରଦାନ କରାଯାଇଛି। ଏହା ହେଉଛି ନକଲି ସଦସ୍ୟତା ଅଭିଯାନ। ଯଦି ଆପଣ କାଗଜରେ ଘର ତିଆରି କରନ୍ତି ତାହେଲେ ଏହା ପବନରେ ଭାଙ୍ଗିଯିବ କିମ୍ବା ନିଆଁରେ ଜଳିଯିବ। ଏପରି ନିର୍ବାଚନ କରିବାର ଲାଭ କ’ଣ ହେବ। ଏହା ସବୁ ନକଲି କାମ। ଦଳର ମୂଳଦୁଆ ଦୁର୍ବଳ ହୋଇଛି ଏବଂ କୌଣସି ପରିସ୍ଥିତିରେ ବିଭାଜିତ ହୋଇପାରେ। 


Also Read: Crack in Congress: ଗୁଲାମ ନବୀ ଆଜାଦଙ୍କ ପରେ ଦଳ ଛାଡିଲେ ୫ କଂଗ୍ରେସ ନେତା


ସୋମବାର ଗୁଲାମ ନବୀ ଆଜାଦ କହିଥିଲେ ଯେ ଗତ ୨୦୨୦  ଅଗଷ୍ଟରେ G-23 ଗୋଷ୍ଠୀ ତରଫରୁ ଚିଠି ଲେଖିଥିବା ହେତୁ କଂଗ୍ରେସ ନେତୃତ୍ୱ ଏବଂ ଏହାର ନିକଟତର ଲୋକଙ୍କ ସହ୍ୟ କରି ପାରୁନାହଁନ୍ତି। ଏନେଇ ସେ କହିଛନ୍ତି ମୋଦୀ କେବଳ ବାହାନା। କାହାଁକି ଆମେ ଚିଠି ଲେଖିଲୁ ତାାହାକୁ ନେଇ କିଛି କଂଗ୍ରେସ ନେତା ଆମ ଉପରେ ଅସନ୍ତୁଷ୍ଟ ହୋଇଉଠିଛନ୍ତି। ସେମାନଙ୍କୁ ଲାଗୁଛି ଯେ, ସେମାନଙ୍କୁ କେହି ଆହ୍ବାନ  ଦେଇପାରିବେ ନାହିଁ। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କୁ ଟାର୍ଗେଟ କରି ସେ କହିଛନ୍ତି ଯେ, ତାଙ୍କୁ ପ୍ରଥମେ ତାଙ୍କ ନିଜର ଡିଏନ୍ଏ ପରୀକ୍ଷା କରାଇ ନେବା ଉଚିତ। ସେ ପ୍ରଥମେ ଜଣେ ଫ୍ରିଲାନ୍ସର୍ ଥିଲେ। ସେ କେଉଁ ସରକାରୀ କର୍ମଚାରୀ ଏହା ପୂର୍ବରୁ ଥିଲେ ତାହା କହିବା ଆମ  ଦଳରେ ନଥିଲେ। ପ୍ରଥମେ ସେ ନିଜର ଯାଞ୍ଚ କରିବା ଉଚିତ ଯେ ତାଙ୍କର DNA କେଉଁ ଦଳର। ସବୁଠାରୁ ପରିତାପର ବିଷୟ ହେଉଛି, ଯେଉଁମାନେ ବାହାର ଲୋକ, ଯେଉଁମାନେ ଚାଟୁକାରିତା କରିପାରନ୍ତି ସେମାନେ ବର୍ତ୍ତମାନ ଦଳରେ ପଦ ପଦବୀ ପାଇଛନ୍ତି। କଂଗ୍ରେସକୁ ଏକ ଅସୁସ୍ଥ ଦଳ ବୋଲି କହି ସେ କହିଛନ୍ତି ଯେ ମୁଁ କେବଳ ପ୍ରାର୍ଥନା କରିପାରିବି, ହେଲେ ମୋର ପ୍ରାର୍ଥନା ଦ୍ୱାରା କଂଗ୍ରେସ ଆରୋଗ୍ୟ ହୋଇପାରିବ ନାହିଁ। କଂଗ୍ରେସକୁ ଔଷଧ ଦରକାର। କଂଗ୍ରେସ ଭଳି ରୋଗୀର ଚିକିତ୍ସା ପାଇଁ ବିଶେଷଜ୍ଞ ଡାକ୍ତର ଆବଶ୍ୟକ। ହେଲେ କଂଗ୍ରେସକୁ କମ୍ପାଉଣ୍ଡର ଚିକିତ୍ସା କରୁଛନ୍ତି।